ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନ (ସିଏନସିଆଇ)ର ଦ୍ୱିତୀୟ କ୍ୟାମ୍ପସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
January 07th, 01:01 pm
ଦେଶର ପ୍ରତ୍ୟେକ ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଜାତୀୟ ସଂକଳ୍ପକୁ ମଜବୁତ କରିବାରେ ଆଜି ଆମେ ଆଉ ଏକ ପଦକ୍ଷେପ ନେଇଛୁ । ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଏହି ଦ୍ୱିତୀୟ କ୍ୟାମ୍ପସ ପଶ୍ଚିମବଙ୍ଗର ଅନେକ ନାଗରିକମାନଙ୍କ ପାଇଁ ବହୁତ ବଡ଼ ସୁବିଧା ନେଇ ଆସିଛି । ଏହା ଦ୍ୱାରା ବିଶେଷ କରି ଗରିବ, ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏହା ଅନେକ ସୁବିଧା ଆଣି ଦେବ, ଯେଉଁମାନଙ୍କର କେହି ନିଜର କ୍ୟାନସର ସହିତ ମୁକାବିଲା କରୁଥିବେ । କୋଲକାତାର ଏହି ଆଧୁନିକ ଡାକ୍ତରଖାନା ଯୋଗୁଁ କର୍କଟ ସମ୍ବନ୍ଧୀୟ ଚିକିତ୍ସା, ଆସ୍ତ୍ରୋପଚାର ଏବଂ ଥେରାପି ବର୍ତ୍ତମାନ ସୁଲଭ ହୋଇଯିବ ।କୋଲକାତାରେ ଚିତ୍ତରଞ୍ଜନ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
January 07th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୭.୦୧.୨୦୨୨) କୋଲକାତାସ୍ଥିତ ଚିତ୍ତରଞ୍ଜନ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଡକ୍ଟର ସୁବାଷ ସରକାର, ଶ୍ରୀ ଶାନ୍ତନୁ ଠାକୁର, ଶ୍ରୀ ଜନ ବାର୍ଲା ଓ ଶ୍ରୀ ନିଶୀଥ ପ୍ରାମାଣିକ ଉପସ୍ଥିତ ଥିଲେ ।ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ ପରିସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
January 06th, 11:51 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କୋଲକତାସ୍ଥିତ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ ପରିସର ଉଦଘାଟନ କରିବେ । ଦେଶର ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳର କର୍କଟ ରୋଗୀମାନେ ଏହି ଦ୍ୱିତୀୟ ପରିସରରୁ ବିଶେଷ ଭାବେ ସ୍ୱାସ୍ଥ୍ୟସେବା ପାଇପାରିବେ । ଏହା ପ୍ରଧାନମନ୍ତ୍ରୀଙ୍କ ଦେଶବ୍ୟାପୀ ସ୍ୱାସ୍ଥ୍ୟସେବାର ଉନ୍ନତି ନିମିତ୍ତ ରହିଥିବା ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହେବ । ଜାନୁଆରୀ ୭ ତାରିଖ ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅପରାହ୍ନ ଗୋଟାଏ ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।