ଗୁଜରାଟର କେଭାଡିଆଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 31st, 07:31 am

ସର୍ଦ୍ଦାର ସାହେବଙ୍କ ତେଜସ୍ଵୀ ଭାଷଣ... ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଏହି ଭବ୍ୟ କାର୍ଯ୍ୟକ୍ରମ... ଏକତା ନଗରର ଏହି ମନୋରମ ଦୃଶ୍ୟ, ଏବଂ ଏଠାରେ ଅନୁଷ୍ଠିତ ଚମତ୍କାର ପ୍ରଦର୍ଶନ ... ଏହା ହେଉଛି ମିନି ଇଣ୍ଡିଆର ଝଲକ... ସବୁକିଛି ବହୁତ ଚମତ୍କାର, କେତେ ପ୍ରେରଣାଦାୟକ । ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ଭଳି... ଅକ୍ଟୋବର ୩୧ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ....ଏହା ସମଗ୍ର ଦେଶକୁ ନୂଆ ଶକ୍ତିରେ ଭରି ଦେଇଥାଏ। ଜାତୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ଗୁଜରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 31st, 07:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶ୍ରୀ ମୋଦୀ ଏକତା ଦିବସ ଶପଥ ପାଠ କରାଇବା ସହ ଏକତା ଦିବସ ପରେଡ୍ ଦେଖିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗୁଜରାଟର କେୱଡିଆଠାରେ ଆରୋଗ୍ୟ ବନ, ଆରୋଗ୍ୟ କୁଟୀର, ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ଉଦଘାଟିତ

October 30th, 03:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମନ୍ଵିତ ବିକାଶ ପ୍ରକଳ୍ପ ଅଧୀନରେ ଗୁଜରାଟର କେୱଡିଆଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ଆରୋଗ୍ୟ ବନ ଏବଂ ଆରୋଗ୍ୟ କୁଟୀର ସହ ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ମଧ୍ୟ ଉଦଘାଟନ କରିଛନ୍ତି ।