ପୁରୁଷ ସଟପୁଟରେ ବ୍ରୋଞ୍ଜ ପଦକ ବିଜୟୀ କ୍ରୀଡ଼ାବିତ ହୋକାଟୋ ହୋତୋଝେ ସେମାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

September 07th, 09:04 am

ଚଳିତ ପ୍ୟାରିସ ପାରା ଅଲିମ୍ପିକ୍ସର ପୁରୁଷ ସଟପୁଟ ଏଫ୫୭ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାରୁ କ୍ରୀଡ଼ାବିତ ହୋକାଟୋ ହୋତୋଝେ ସେମାଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପୁରୁଷ ହାଇ ଜମ୍ପ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମାରିୟାପ୍ପାନ ଥଙ୍ଗାଭେଲୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 04th, 10:31 am

ପ୍ୟାରିସ୍ ପାରାଲିମ୍ପିକ୍ସରେ ପୁରୁଷ ହାଇ ଜମ୍ପ୍ ଟି ୬୩ ଇଭେଣ୍ଟ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାରିୟାପ୍ପାନ ଥଙ୍ଗାଭେଲୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପୁରୁଷ ହାଇ ଜମ୍ପ୍ ଟି୬୩ରେ ରୌପ୍ୟ ପଦକ ଜିତିଥିବାରୁ ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 04th, 10:27 am

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୬୩ ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବ୍ରୋଞ୍ଜ ପଦକ ଜିତିଥିବାରୁ ସୁନ୍ଦର ସିଂହଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

September 04th, 10:25 am

ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍‌୪୬ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦର ସିଂହ ଗୁର୍ଜର୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରୌପ୍ୟ ପଦକ ବିଜେତା ଅଜିତ ସିଂହଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 04th, 10:22 am

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଜିତ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍‌୪୬ରେ ଅଜିତ ସିଂହ ରୌପ୍ୟ ପଦକ ଜିତିଛନ୍ତି ।

Paralympics 2024: PM Modi congratulates Deepthi Jeevanji on winning Bronze Medal

September 04th, 06:40 am

The Prime Minister Shri Narendra Modi today congratulated athlete Deepthi Jeevanji for winning a bronze medal in the Women's 400M T20 event at the ongoing Paris Paralympics.

ବ୍ରୋଞ୍ଜ ପଦକ ଜିତିଥିବାରୁ ବ୍ୟାଡମିଣ୍ଟନ ଖେଳାଳି ନିତ୍ୟା ଶ୍ରୀ ଶିବନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

September 03rd, 10:53 am

ଚଳିତ ପ୍ୟାରିସ ପାରାଲିମ୍ପିକ୍ସର ମହିଳା ଏକକ ବ୍ୟାଡମିଣ୍ଟନ ଏସଏଚ୬ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ନିତ୍ୟା ଶ୍ରୀ ଶିବନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପାରାଲିମ୍ପିକ୍ସରେ ଜାଭେଲିନ୍ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ବିଜୟୀ ସୁମିତ୍ ଅଣ୍ଟିଲ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 03rd, 12:01 am

ପ୍ୟାରିସ ପାରାଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଏଫ୍‌୬୪ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥ୍‌ଲେଟ୍ ସୁମିତ୍ ଅଣ୍ଟିଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ୟାରିସ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଥଲେଟ ଶୀତଲ୍ ଦେବୀ ଓ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 02nd, 11:40 pm

ଚାଲିଥିବା ପ୍ୟାରିସ ପାରାଲିମ୍ପିକ୍ସରେ ମିକ୍ସଡ୍ ଟିମ୍ କମ୍ପାଉଣ୍ଡ୍ ଓପନ୍ ତୀରନ୍ଦାଞ୍ଜରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଥଲେଟ୍ ଶୀତଲ୍ ଦେବୀ ଏବଂ ରାକେଶ କୁମାରଙ୍କୁ ତାଙ୍କର ଦଳଗତ ଉତ୍ସାହଜନକ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟାଡ୍‌ମିଣ୍ଟନ୍ ଖେଳାଳୀ ସୁହାସ୍ ୟାଥିରାଜ୍‌ଙ୍କୁ ଅଭିନନ୍ଦନ ଜଣାଇଲେ

September 02nd, 11:35 pm

ଚାଲିଥିବା ପ୍ୟାରିସ ପାରାଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୪ ବ୍ୟାଡ୍‌ମିଣ୍ଟନ୍ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁହାସ୍ ୟାଥିରାଜ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରୌପ୍ୟ ପଦକ ଜିତିଥିବାରୁ ବ୍ୟାଡମିଣ୍ଟନ ଖେଳାଳି ତୁଳସୀମତୀ ମୁରୁଗେସନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 02nd, 09:16 pm

ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସର ମହିଳା ବ୍ୟାଡମିଣ୍ଟନ ଏସୟୁ୫ କ୍ରୀଡ଼ାରେ ରୌପ୍ୟପଦକ ଜିତିଥିବାରୁ ତୁଳସୀମତୀ ମୁରୁଗେସନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ବ୍ରୋଞ୍ଜ ପଦକ ଜିତିଥିବାରୁ ବ୍ୟାଡମିଣ୍ଟନ ଖେଳାଳି ମନିଷା ରାମଦାସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

September 02nd, 09:14 pm

ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସ୨୦୨୪ର ମହିଳା ବ୍ୟାଡମିଣ୍ଟରନ ଏସୟୁ୫ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମନୀଷା ରାମଦାସଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

୨୦୨୪ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ସାମିଲ ହୋଇଥିବା ଭାରତୀୟ ଦଳକୁ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 28th, 09:47 pm

ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାଗ ନେଉଥିବା ଭାରତୀୟ ଦଳକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । କ୍ରୀଡ଼ାବିତମାନଙ୍କୁ ସାହସ ଓ ଦୃଢ଼ ନିଶ୍ଚିତତାକୁ ସେ ପ୍ରଶଂସା କରି କହିଛନ୍ତି, ୧୪୦ କୋଟି ଭାରତୀୟ ସେମାନଙ୍କ ସଫଳତା କାମନା କରୁଛନ୍ତି ।

ମହିଳା ହକି ଦଳ ଦୃଢ ସଂକଳ୍ପର ସହ ଖେଳିଲେ ଓ ନିଜ ଦକ୍ଷତା ପ୍ରଦର୍ଶନ କଲେ: ପ୍ରଧାନମନ୍ତ୍ରୀ

August 04th, 06:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆଜି ଓ ସମସ୍ତ ମ୍ୟାଚରେ ଆମ ମହିଳା ହକି ଦଳ ଦୃଢ ସଂକଳ୍ପର ସହ ଖେଲିଲେ ଓ ଟୋକିଓ ଅଲମ୍ପିକ୍ସ ୨୦୨୦ରେ ସର୍ବଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କଲେ । ଦଳ ପାଇଁ ଗର୍ବିତ ଓ ସେମାନଙ୍କୁ ଆଗାମୀ ମ୍ୟାଚ ଓ ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଟୋକିଓ ଅଲିମ୍ପିକ୍ସ 2020ର ଭାରୋତ୍ତୋଳନରେ ରୋପ୍ୟ ପଦକ ଜିତିଥିବା ମୀରାବାଈ ଚାନୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

July 24th, 01:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ 2020ର ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବାରୁ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା

July 23rd, 07:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ 2020 ପାଇଁ ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି।

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡାବିତମାନଙ୍କ ସହ ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 13th, 05:02 pm

ଆପଣମାନଙ୍କ ସହ କଥା ହୋଇ ମତେ ବହୁତ ଭଲ ଲାଗିଲା । ସମସ୍ତଙ୍କ ସହିତ ତ କଥା ହୋଇପାରିଲି ନାହିଁ । କିନ୍ତୁ ଆପଣମାନଙ୍କ ଉଦ୍ଦୀପନା, ଆପଣମାନଙ୍କ ଉତ୍ସାହ, ସମଗ୍ର ଦେଶର ପ୍ରତ୍ୟେକ ଲୋକ ଆଜି ଅନୁଭବ କରୁଛନ୍ତି । କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଦେଶର କ୍ରୀଡା ମନ୍ତ୍ରୀ ଶ୍ରୀମାନ ଅନୁରାଗ ଠାକୁର ମହୋଦୟ, ଏଇ କିଛି ଦିନ ପୂର୍ବରୁ କ୍ରୀଡାମନ୍ତ୍ରୀ ଭାବେ ଆପଣ ସମସ୍ତଙ୍କ ସହିତ ମିଶି ଅନେକ କାର୍ଯ୍ୟ କରିଛନ୍ତି । ସେହିଭଳି ଆମର ବର୍ତମାନର ଆଇନ୍ ମନ୍ତ୍ରୀ ଶ୍ରୀମାନ କିରନ୍ ରିଜିଜୁ ମହୋଦୟ, କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଆମର ମନ୍ତ୍ରୀ ପରିଷଦର ସର୍ବକନିଷ୍ଠ ମନ୍ତ୍ରୀ ଶ୍ରୀମାନ ନିଶିଥ ପ୍ରାମାଣିକ ମହୋଦୟ, କ୍ରୀଡା ସହିତ ସମ୍ପୃକ୍ତ ସଂସ୍ଥାଗୁଡିକର ସମସ୍ତ ମୁଖ୍ୟ, ସେମାନଙ୍କର ସମସ୍ତ ସଦସ୍ୟ ଏବଂ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ମୋର ସମସ୍ତ ବନ୍ଧୁଗଣ, ସମସ୍ତ କ୍ରୀଡାବିତଙ୍କ ପରିବାର, ଆଜି ଆମର ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଛି, କିନ୍ତୁ ମତେ ଆହୁରି ଖୁସି ଲାଗିଥାଆନ୍ତା ଯଦି ମୁଁ ଆପଣ ସମସ୍ତ ଖେଳାଳିମାନଙ୍କୁ ଏଠି ଦିଲ୍ଲୀରେ ନିଜ ବାସଭବନରେ ଆତିଥ୍ୟ ପ୍ରଦାନ କରିଥାଆନ୍ତି, ତାହେଲେ ଆପଣମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଦେଖା ହୋଇପାରିଥାଆନ୍ତା । ଏହା ପୂର୍ବରୁ ମୁଁ ସବୁବେଳେ ସିଧାସଳଖ ସାକ୍ଷାତ କରିଥାଏ । ଏବଂ ମୋ ପାଇଁ ଏହା ଅତ୍ୟନ୍ତ ଆନନ୍ଦର ମୁହୁର୍ତ ହୋଇଥାଏ । ଏବଂ ଏଥର ଆମର ଅଧାରୁ ଅଧିକ ଖେଳାଳି ବିଦେଶରେ ପ୍ରଶିକ୍ଷଣ ନେଉଛନ୍ତି । କିନ୍ତୁ ଆପଣମାନଙ୍କୁ କଥା ଦେଉଛି ଯେ ଫେରିବା ପରେ ଆପଣ ସମସ୍ତଙ୍କ ସହିତ ସୁବିଧା ଦେଖି ଅବସର ବାହାର କରି ମୁଁ ନିଶ୍ଚୟ ଭେଟିବି । କିନ୍ତୁ କରୋନା ଅନେକ କିଛି ବଦଳାଇ ଦେଇଛି । ଅଲିମ୍ପିକ୍ସର ବର୍ଷ ମଧ୍ୟ ବଦଳିଗଲା । ଆପଣମାନଙ୍କ ପ୍ରସ୍ତୁତିର ସ୍ୱରୂପ ମଧ୍ୟ ବଦଳିଗଲା । ଏମିତି ଅନେକ କିଛି ବଦଳିଯାଇଛି । ଏବେ ତ ଅଲିମ୍ପିକ୍ସ ଆରମ୍ଭ ହେବା ପାଇଁ ମାତ୍ର ୧୦ଦିନ ସମୟ ରହିଛି । ଟୋକିଓରେ ମଧ୍ୟ ଆପଣମାନଙ୍କୁ ଏକ ଭିନ୍ନ ପରିବେଶ ମିଳିବାର ଅଛି ।

ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରୁଥିବା ଭାରତୀୟ କ୍ରୀଡାବିତ୍‍ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

July 13th, 05:01 pm

ପ୍ରଧାନମନ୍ତ୍ରୀ : ଦୀପିକାଜୀ, ଗତ ମନ କୀ ବାତରେ ମୁଁ ଆପଣଙ୍କର ଆଉ କେତେଜଣ ସାଥୀଙ୍କ ବିଷୟରେ ଚର୍ଚ୍ଚା କରିଥିଲି। ଏବେ ପ୍ୟାରିସରେ ସ୍ୱର୍ଣ୍ଣ ପଦକ ଜିତି ଆପଣ ଚମତ୍କାରୀତା ଦେଖାଇଛନ୍ତି। ଏହାପରେ ସାରା ଦେଶରେ ଆପଣଙ୍କ ବିଷୟରେ ଚର୍ଚ୍ଚା ହେଉଛି। ଏବେ ଆପଣ ମାନ୍ୟତାରେ ବିଶ୍ୱରେ ନମ୍ବର-1 ହୋଇଯାଇଛନ୍ତି। ମୁଁ ଜାଣିବାକୁ ପାଇଛି ଯେ, ପିଲାଦିନେ ତୁମେ ଆମ୍ବ ତୋଳିବା ପାଇଁ ଲକ୍ଷ୍ୟ କରି ଟେକା ପକାଉଥିଲ। ଆମ୍ବଠାରୁ ଆରମ୍ଭ ହୋଇଥିବା ତୁମର ଏହି ଯାତ୍ରା ହେଉଛି ବହୁତ ସ୍ୱତନ୍ତ୍ର। ଆପଣଙ୍କର ଏହି ଯାତ୍ରା ବିଷୟରେ ଦେଶ ବହୁତ କିଛି ଜାଣିବାକୁ ଚାହୁଁଛି। ଯଦି ଆପଣ କିଛି କହିବେ ତେବେ ବହୁତ ଭଲ ହେବ।

ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ କ୍ରୀଡ଼ାବିତ୍‌ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

July 13th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କ ଦଳ ସହିତ ଆଲୋଚନା କରିଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବା ପୂର୍ବରୁ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ଆଲୋଚନା ପ୍ରୟାସ କରାଯାଇଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତିଶ ପ୍ରାମାଣିକ ଏବଂ ଆଇନ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ।