ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ପ୍ରବୀଣ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 06th, 05:22 pm

ପ୍ୟାରିସ ପାରାଲିମ୍ପିକ୍ସର ପୁରୁଷ ହାଇ ଜମ୍ପ ଟି୬୪ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ କ୍ରୀଡ଼ାବିତ ପ୍ରବୀଣ କୁମାରଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

Paralympics 2024: PM Modi congratulates Kapil Parmar on winning Bronze Medal

September 05th, 10:26 pm

The Prime Minister Shri Narendra Modi today congratulated athlete Kapil Parmar for winning a Bronze medal the Men's 60kg J1 event at the ongoing Paris Paralympics.

ଭାରତୀୟ ପାରାଲିମ୍ପିକ୍ସ ଦଳ ସର୍ବୋଚ୍ଚ ପଦକ ଜିତିବାର ରେକର୍ଡ ସ୍ଥାପନ କରିଥିବାରୁ ଅତ୍ୟନ୍ତ ଗର୍ବ ଓ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

September 04th, 04:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୌଣସି ପାରାଲିମ୍ପିକ୍ସରେ ଭାରତୀୟ ପାରାଲିମ୍ପିକ୍ସ ଦଳ ଆମ ଦେଶ ପାଇଁ ସର୍ବୋଚ୍ଚ ପଦକ ହାସଲ କରିବାର ରେକର୍ଡ ସ୍ଥାପନ କରିଥିବାରୁ ଅତ୍ୟନ୍ତ ଗର୍ବ ଏବଂ ଖୁସି ବ୍ୟକ୍ତ କରିଛନ୍ତି | ଶ୍ରୀ ମୋଦୀ ଆଥଲେଟମାନଙ୍କ ପ୍ରତିବଦ୍ଧତା ଏବଂ ଉତ୍ସାହକୁ ପ୍ରଶଂସା କରିଥିଲେ ଏବଂ ପ୍ରତ୍ୟେକ ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ।

ସ୍ୱର୍ଣ୍ଣ ପଦକ ବିଜେତା ବ୍ୟାଡମିଣ୍ଟନ ଖେଳାଳି ନିତେଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

September 02nd, 08:16 pm

ଫ୍ରାନ୍ସରେ ଏବ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସର ପୁରୁଷ ବ୍ୟାଡମିଣ୍ଟନ ଏକକ ଏସଏଲ୩ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିତେଶ କୁମାରଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

୨୦୨୪ ପ୍ୟାରିସ ପାରାଅଲମ୍ପିକ୍ସ: ଦ୍ୱିତୀୟ ପଦକ ଜିତିଥିବାରୁ କ୍ରୀଡ଼ାବିତ ପ୍ରୀତି ପାଲଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 02nd, 10:50 am

ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସରେ ଟ୍ରାକ୍‌୍ ଆଣ୍ଡ ଫିଲ୍ଡରେ କ୍ରୀଡ଼ାବିତ ପ୍ରୀତି ପାଲ ଦ୍ୱିତୀୟ ପଦକ ଜିତିଥିବାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୪୭ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ନିଶାଦ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

September 02nd, 10:50 am

ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୪୭ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନିଶାଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ୟାରିସ ପାରାଅଲିମ୍ପିକ୍ସ -୨୦୨୪ରେ ପି-୨ ମହିଳା ୧୦ ମିଟର ଏୟାର ପିସ୍ତଲ ଏସଏଚ୧ କ୍ରୀଡ଼ାରେ ବ୍ରୋଞ୍ଜ ବିଜୟୀ ହୋଇଥିବାରୁ ରୁବିନା ଫ୍ରାନ୍ସିସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

August 31st, 08:19 pm

ପ୍ୟାରିସ ପାରାଅଲିମ୍ପିକ୍ସ -୨୦୨୪ରେ ପି-୨ ମହିଳା ୧୦ ମିଟର ଏୟାର ପିସ୍ତଲ ଏସଏଚ୧ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ରୁବିନା ଫ୍ରାନ୍ସିସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

Paralympics 2024: PM Modi congratulates Manish Narwal on winning Silver Medal

August 30th, 08:55 pm

The Prime Minister, Shri Narendra Modi expressed happiness as Manish Narwal wins the Silver in the P1 Men's 10m Air Pistol SH1 event at Paris Paralympics 2024.

୧୦୦ ମିଟର ଟି୩୫ ଖେଳରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ଆଥଲେଟ୍ ପ୍ରୀତି ପାଲ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 30th, 06:42 pm

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ୧୦୦ ମିଟର ଟି୩୫ ଇଭେଣ୍ଟ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଆଥଲେଟ୍ ପ୍ରୀତି ପାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆର୍‌୨ ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍‌ଏଚ୍‌୧ ଇଭେଣ୍ଟ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ସୁଟର ମୋନା ଅଗ୍ରୱାଲ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 30th, 04:57 pm

ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ଆର୍‌୨ ମହିଳା ୧୦ ମିଟର୍ ଏୟାର୍ ରାଇଫଲ୍ ଏସ୍‌ଏଚ୍‌୧ ଇଭେଣ୍ଟ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୁଟର ମୋନା ଅଗ୍ରୱାଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବ୍ରୋଞ୍ଜ ପଦକ ଜିତିଥିବାରୁ ମନୁ ଭାକର ଓ ସରବଜୋତ ସିଂହଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

July 30th, 01:38 pm

୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଖେଳରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଭାରତୀୟ ସୁଟର ମନୁ ଭାକର ଓ ସରବଜୋତ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମନୁ ଭାକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

July 28th, 04:31 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତ୍ରିରଙ୍ଗାର ଗୌରବ ବଜାୟ ରଖିବାରେ 'ହର ଘର ତିରଙ୍ଗା ଅଭିଯାନ' ଏକ ଅନନ୍ୟ ପର୍ବ ପାଲଟିଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

July 28th, 11:30 am

ବନ୍ଧୁଗଣ, କ୍ରୀଡ଼ା ଜଗତର ଏହି ଅଲମ୍ପିକ୍ସ ଭିନ୍ନ, କିଛିଦିନ ପୂର୍ବରୁ ଗଣିତ ଜଗତରେ ମଧ୍ୟ ଗୋଟିଏ ଅଲମ୍ପିକ୍ସ ଅନୁଷ୍ଠିତ ହୋଇଯାଇଛି – International Mathematics Olympiad. ଏହି ଅଲିମ୍ପିଆଡରେ ଭାରତର ପ୍ରତିଯୋଗୀମାନେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଏଥିରେ ଆମ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଚାରୋଟି ସ୍ୱର୍ଣ୍ଣପଦକ ଏବଂ ଗୋଟିଏ ରୌପ୍ୟପଦକ ଜିତିଛି । International Mathematics Olympiad – ଏଥିରେ ୧୦୦ରୁ ଅଧିକ ଦେଶର ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିଥାନ୍ତି ଏବଂ ମୋଟ ପଦକ ତାଲିକାରେ ଆମ ଦଳ ସର୍ବଶ୍ରେଷ୍ଠ ପାଞ୍ଚଟି ଦଳ ମଧ୍ୟରେ ସ୍ଥାନ ପାଇବାରେ ସଫଳତା ଲାଭ କରିଛି । ଦେଶର ନାଁ ଉଜ୍ଜ୍ୱଳ କରିଥିବା ଏହି ଛାତ୍ରମାନଙ୍କ ନାମ ହେଉଛି - ପୁଣେର ଆଦିତ୍ୟ ଭେଙ୍କଟ ଗଣେଶ, ସେହି ପୁଣେର ସିଦ୍ଧାର୍ଥ ଚୋପ୍ଡ଼ା, ଦିଲ୍ଲୀର ଅର୍ଜୁନ ଗୁପ୍ତା, ଗ୍ରେଟର୍ ନଏଡାର କନବ ତଲୱାର, ମୁମ୍ବାଇର ରୁଷିଲ୍ ମାଥୁର୍ ଏବଂ ଗୁଆହାଟିର ଆନନ୍ଦୋ ଭାଦୁରୀ ।

ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

June 30th, 11:00 am

ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।