ଚୌରୀଚୌରାର ଶହୀଦମାନଙ୍କୁ ଯଥାର୍ଥ ମାନ୍ୟତା ମିଳିନାହିଁ: ପ୍ରଧାନମନ୍ତ୍ରୀ
February 04th, 05:37 pm
ଚୌରୀଚୌରାର ଶହୀଦମାନଙ୍କୁ ଇତିହାସର ପୃଷ୍ଠାରେ ଯଥାର୍ଥ ମାନ୍ୟତା ମିଳି ନ ଥିବା ନେଇ ପ୍ରଧାନମନ୍ତ୍ରୀ କ୍ଷୋଭପ୍ରକାଶ କରିଛନ୍ତି । ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରକାଶ କରାଗଲେ ତାହାହିଁ ସେମାନଙ୍କ ପ୍ରତି ହେବ ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି । ଦେଶ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପାଳନ କରୁଥିବାର ଦୃଷ୍ଟିରୁ ବର୍ତ୍ତମାନ ହିଁ ପ୍ରକୃତ ସମୟ ଉପନୀତ ବୋଲି ସେ କହିଛନ୍ତି । ଆଜି ଉତ୍ତରପ୍ରଦେଶ ଗୋରଖପୁର ନିକଟସ୍ଥ ଚୌରୀଚୌରାଠାରେ ଚୌରୀଚୋରା ଶତବାର୍ଷିକୀ ସମାରୋହର ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି ।ଉତ୍ତରପ୍ରେଦେଶର ଗୋରଖପୁରଠାରେ ଚୌରିଚୌରା ଶତବାର୍ଷିକୀ ପାଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 04th, 02:37 pm
ଭଗବାନ ଶିବଙ୍କ ଅବତାର ଗୋରଖନାଥଙ୍କ ଭୂମିକୁ ପ୍ରଣାମ କରୁଛି । ଦେବରହା ବାବାଙ୍କ ଆଶୀର୍ବାଦରୁ ଏହି ଜିଲ୍ଲା ଖୁବ୍ ଆଗକୁ ବଢିଚାଲିଛି । ଆଜି ଦେବରାହ ବାବାଙ୍କ ଭୂମିରେ ମୁଁ ଚୌରିଚୌରାର ମହାନ୍ ଲୋକମାନଙ୍କୁ ସ୍ୱାଗତ କରିବା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ପ୍ରଣିପାତ କରୁଛି ।ଚୌରୀଚୌରା ଶତବାର୍ଷିକୀ ସମାରୋହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
February 04th, 02:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁର ଅନ୍ତର୍ଗତ ଚୌରୀଚୌରାଠାରେ ଚୌରୀଚୌରା ଶତବାର୍ଷିକୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ଚୌରୀଚୌରା ଘଟଣାକୁ ଆଜି ଶହେବର୍ଷ ପୂରଣ ହୋଇଛି ଓ ଏହା ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଚୌରୀଚୌରା ଶତବାର୍ଷିକୀର ସୃତିରେ ପ୍ରଧାନମନ୍ତ୍ରୀ ଏକ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।‘ଚୌରୀ ଚୌରା’ ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
February 02nd, 12:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 4, 2021ରେ ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶର ଗୋରଖପୁର ଚୌରୀ ଚୌରା ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ । ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ପରିଚିତ ‘ଚୌରୀ ଚୌରା’ର 100 ବର୍ଷ ପୂର୍ତ୍ତି ହେଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚୌରୀ ଚୌରା ଶତବାର୍ଷିକୀ ସମାରୋହର ଡାକ ଟିକଟ ଉନ୍ମୋଚନ କରିବେ । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।