ପରିବର୍ଦ୍ଧିତ ଭାରତ-ଅଷ୍ଟ୍ରିଆ ଭାଗିଦାରୀ ଉପରେ ମିଳିତ ବିବୃତ୍ତି

July 10th, 09:15 pm

ଚାନ୍ସେଲର ଶ୍ରୀ କାର୍ଲ ନେହମାରଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜୁଲାଇ ୯ରୁ ୧୦ ତାରିଖ ମଧ୍ୟରେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ରାଷ୍ଟ୍ରପତି ମହାମହିମ ଆଲେକଜାଣ୍ଡର ଭାନ ଡର ବେଲେନଙ୍କୁ ସାକ୍ଷାତ କରିବା ସହ ଚାନ୍ସେଲର ନେହମାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ ଏବଂ ୪୧ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ପ୍ରଥମ ଅଷ୍ଟ୍ରିଆ ଗସ୍ତ ଥିଲା । ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂରଣ ହେଉଛି।

ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି

July 10th, 02:45 pm

ମୁଁ ଚାନ୍ସେଲର ନେହମାରଙ୍କୁ ଉଦାର ସ୍ୱାଗତ ଏବଂ ଆତିଥେୟତା ପାଇଁ ଧନ୍ୟବାଦ ଦେଇ ନିଜ ବକ୍ତବ୍ୟ ଆରମ୍ଭ କରିବାକୁ ଚାହୁଁଛି । ମୁଁ ଖୁସି ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ମୁଁ ଅଷ୍ଟ୍ରିଆ ଗସ୍ତ କରିବାର ସୁଯୋଗ ପାଇଲି । ମୋ ଗସ୍ତ ଐତିହାସିକ ତଥା ସ୍ୱତନ୍ତ୍ର । ୪୧ ବର୍ଷ ପରେ ପ୍ରଥମ ଥର ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ଏହା ମଧ୍ୟ ଖୁସିର କଥା ଯେ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମ ପାରସ୍ପରିକ ସମ୍ପର୍କକୁ ୭୫ ବର୍ଷ ପୂରିଛି ।

ଋଷ ଏବଂ ଅଷ୍ଟ୍ରିଆକୁ ସରକାରୀ ଗସ୍ତ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

July 08th, 09:49 am

ମୁଁ ୨୨ତମ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଋଷକୁ ଏକ ସରକାରୀ ଗସ୍ତରେ ଯାଉଛି ଏବଂ ଆସନ୍ତା ତିନି ଦିନ ମଧ୍ୟରେ ଅଷ୍ଟ୍ରିଆକୁ ମୋର ପ୍ରଥମ ଗସ୍ତ ଆରମ୍ଭ କରୁଛି ।