ନୀତି ଆୟୋଗ ପରିଚାଳନା ପରିଷଦର ତୃତୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ
April 23rd, 06:52 pm
୨୦୨୨ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଥିବାରୁ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନର ଭାରତ ଗଠନ ଲାଗି ରାଜ୍ୟ ସରକାରଗୁଡ଼ିକ କେନ୍ଦ୍ର ସରକାରଙ୍କ ସହ ‘ଟିମ୍ ଇଣ୍ଡିଆ’ ଭାବେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ନୀତି ଆୟୋଗ ପରିଚାଳନା ପରିଷଦର ତୃତୀୟ ବୈଠକରେ ଉଦଯାପନୀ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ସମସ୍ତ ବେସରକାରୀ ସଂସ୍ଥାଗୁଡ଼ିକୁ ମିଳିତ ଭାବେ ୨୦୨୨ ପାଇଁ ସ୍ୱତନ୍ତ୍ର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ତାହାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ୱାନ ଜଣାଇଥିଲେ ।