ଗୁଜରାଟର ଗାନ୍ଧୀନଗରଠାରେ ଗ୍ଲୋବାଲ ଆୟୁଷ ନିବେଶ ଓ ନବସୃଜନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

April 20th, 03:53 pm

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍‌ ଆଧାନୋମ, ଗୁଜରାଟର ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲଜୀ, ମନସୁଖ ଭାଇ ମାଣ୍ଡଭୀୟଜୀ ପଟେଲ, ମହେନ୍ଦ୍ର ଭାଇ ମୁଂଜପରାଜୀ, ଦେଶ ବିଦେଶରୁ ଆସିଥିବା ସମସ୍ତ କୂଟନୀତିଜ୍ଞଗଣ, ବୈଜ୍ଞାନିକବୃନ୍ଦ, ଉଦ୍ୟୋଗପତିଗଣ ଏବଂ ବିଶେଷଜ୍ଞ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିବୃନ୍ଦ!

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାନ୍ଧୀନଗରରେ ବୈଶ୍ୱିକ ଆୟୁଷ ନିବେଶ ଓ ନବୋନ୍ମେଷ ଶିଖର ସମ୍ମିଳନୀ ଉଦ୍‌ଘାଟିତ

April 20th, 11:01 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୦୪.୨୦୨୨) ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ନବୋନ୍ମେଷ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶର ଡକ୍ଟର ଟେଡ୍ରସ ଘାବ୍ରିୟେସସ୍ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଶ୍ରୀ ସର୍ବାନନ୍ଦ ସୋନୋୱାଲ, ଶ୍ରୀ ମଞ୍ଜପାରା ମହେନ୍ଦ୍ର ଭାଇ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ଏହି ତିନିଦିନିଆ ଶିଖର ସମ୍ମିଳନୀରେ ସବୁ ସଦସ୍ୟ ଉପସ୍ଥିତ ଥାଇ ପାଞ୍ଚଟି ଅଧିବେଶନ, ଆଠଟି ଗୋଲଟେବୁଲ ବୈଠକ, ଛଅଟି କର୍ମଶାଳା, ଦୁଇଟି ପାଠ୍ୟଚକ୍ରରେ ପ୍ରାୟ ୯୦ଜଣ ସ୍ୱନାମଧନ୍ୟ ବକ୍ତା ଓ ଶହେଜଣ ପ୍ରଦର୍ଶକ ଉପସ୍ଥିତ ରହିବେ । ଏହି ଶିଖର ବୈଠକରେ ପୁଞ୍ଜିଲଗାଣର ଉତ୍ସ ସହ, ଗବେଷଣା ଓ ବିକାଶ, ଷ୍ଟାର୍ଟ ଅପ୍ ବାତାବରଣ ଓ ସୁଧାର ଶିଳ୍ପ ସମ୍ପର୍କରେ ଆଲୋଚନା ହେବ । ଏହା ଶିଳ୍ପପତି, ଶିକ୍ଷାବିତ୍ ଓ ବିଦ୍ୟାନମାନଙ୍କୁ ଏକାଠି କରିବା ସହ ଭବିଷ୍ୟତ ସମନ୍ୱୟ ନିମନ୍ତେ ଏକ ମଞ୍ଚ ସୃଷ୍ଟି କରିବ । ଡକ୍ଟର ଟେଡ୍ରସ ଘାବିୟେସସ ମହାତ୍ମାଗାନ୍ଧୀଙ୍କ ରାଜ୍ୟ ଓ ଦେଶରେ ଉପସ୍ଥିତ ରହି ନିଜର ଖୁସି ପ୍ରକଟ କରିବା ସହ ଏହି ରାଜ୍ୟ ଓ ଦେଶକୁ ସେ ବିଶ୍ୱର ଗର୍ବ ବୋଲି ବିବେଚନା କରନ୍ତି ବୋଲି କହିଥିଲେ । ସେ କହିଥିଲେ ଯେ ଭାରତର ଦର୍ଶନ “ବସୁଧୈବ କୁଟୁମ୍ବକମ୍‌’ ଗତକାଲି ଜାମନଗରଠାରେ ପ୍ରତିଷ୍ଠା କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଶ୍ୱିକ କେନ୍ଦ୍ରରେ ପ୍ରତିଫଳିତ ହୋଇଛି । ସେ କହିଥିଲେ ଯେ ଏହି କେନ୍ଦ୍ରର ପ୍ରତିଷ୍ଠା ଐତହାସିକ ଓ ଏହା ଖୁବ ସୁଦୂର ପ୍ରସାରୀ ହେବ । ଏହି କେନ୍ଦ୍ର ଅଭିନବୀକରଣର ଏକ ଇଞ୍ଜିନ ଭାବେ ପ୍ରମାଣ, ତଥ୍ୟ ଓ ପାରମ୍ପାରିକ ଔଷଧର ସର୍ବାଧିକ ବ୍ୟବହାର ସମ୍ପର୍କରେ ସୂଚନା ଦେବ । ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବୀକରଣ ନିମନ୍ତେ ପ୍ରଶଂସା କରିଥିଲେ । ପାରମ୍ପରିକ ଔଷଧ ଉପରେ ଗବେଷଣା ନିମନ୍ତେ ଆୟୁଷ ମନ୍ତ୍ରଣାଳୟର ତଥ୍ୟ ସଂଗ୍ରହ ପଦ୍ଧତିର ସେ ପ୍ରଶଂସା କରିଥିଲେ । ଆୟୁଷ ସାମଗ୍ରୀରେ ପୁଞ୍ଜି ବିନିଯୋଗ ଓ ଏହା ବୈଶ୍ୱିକ ଚାହିଦା ଯୋଗୁଁ ସମଗ୍ର ବିଶ୍ୱ ଭାରତକୁ ଆସୁଥିବା ବେଳେ, ଭାରତ ସମସ୍ତଙ୍କ ନିକଟରେ ପହଁଚିପାରୁଛି । ସେ ସ୍ୱାସ୍ଥ୍ୟ ବାତାବରଣରେ ସାଧାରଣଭାବେ ଦୀର୍ଘ ମିଆଦି ପୁଞ୍ଜିନିବେଶ ଓ ନିର୍ଦ୍ଦିଷ୍ଟଭାବେ ପାରମ୍ପାରିକ ଔଷଧ ଉପରେ ଗୁରୁତ୍ୱଆରୋପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ମହାନିର୍ଦ୍ଦେଶକ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ସେ କହିଥିଲେ “ଏପରି ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ମୋର ବିଶ୍ୱାସ ଯେ କେବଳ କେନ୍ଦ୍ର ନୁହେଁ ବରଂ ଆପଣଙ୍କ ଏକକ ନେତୃତ୍ୱ ପାରମ୍ପାରିକ ଔଷଧ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ ।” ସେ ମଧ୍ୟ ପାରମ୍ପାରିକ ଔଷଧ ନିମନ୍ତେ ଅଙ୍ଗୀକାରବଦ୍ଧତା ପାଇଁ ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସେ ମଧ୍ୟ ଆଜାଦୀ କା ଅମୃତ ମହୋତ୍ସବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୭୫ବର୍ଷ ପୂରଣ କରିବା ଅଦଭୂତ ସଂଯୋଗ ବୋଲି କହିଥିଲେ ।

ଆନ୍ତର୍ଜାତିକ ଖାଉଟି ସୁରକ୍ଷା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

October 26th, 10:43 am

ଖାଉଟିଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ରଖିବା ହେଉଛି ଏହି ସରକାରଙ୍କ କେତେକ ପ୍ରାଥମିକତା ମଧ୍ୟରୁ ଗୋଟିଏ । ସରକାରଙ୍କ ଏହି ପ୍ରାଥମିକତା ନିଉ ଇଣ୍ଡିଆ ବା ନୂଆ ଭାରତର ସଂକଳ୍ପ ସହ ମଧ୍ୟ ଜଡ଼ିତ ହୋଇଛି । ନିଉ ଇଣ୍ଡିଆ ଯେଉଁଠି ଖାଉଟି ସୁରକ୍ଷାରୁ ଆଗକୁ ଆଗେଇ ଶ୍ରେଷ୍ଠ ଖାଉଟି କାର୍ଯ୍ୟପଦ୍ଧତି ଓ ଖାଉଟି ସମୃଦ୍ଧିର କଥା କୁହାଯିବ ।