ମହାରାଷ୍ଟ୍ରରେ ୫୧୧ ପ୍ରମୋଦ ମହାଜନ ଗ୍ରାମୀଣ କୌଶଳ ବିକାଶ କେନ୍ଦ୍ରର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 19th, 05:00 pm

ନବରାତ୍ରୀର ପବିତ୍ର ପର୍ବ ଚାଲିଛି । ଆଜି ହେଉଛି ମା'ଙ୍କ ପଞ୍ଚମ ସ୍ବରୂପ, ସ୍କନ୍ଦମାତାଙ୍କ ପୂଜାର ଦିନ ଅଟେ। ପ୍ରତ୍ୟେକ ମା' ଚାହିଁଥାଏ ଯେ ତାଙ୍କ ସନ୍ତାନକୁ ସୁଖ ଓ ସଫଳତା ମିଳୁ। ଏହି ସୁଖ ଓ ସଫଳତା କେବଳ ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ସମ୍ଭବ । ଏଭଳି ଏକ ପବିତ୍ର ସମୟରେ ମହାରାଷ୍ଟ୍ରର ଆମର ପୁଅ ଝିଅମାନଙ୍କର ଦକ୍ଷତା ବିକାଶ ପାଇଁ ଏତେ ବଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି। ଆଉ ଯେଉଁ ଲକ୍ଷ ଲକ୍ଷ ଯୁବକ ମୋ ସାମ୍ନାରେ ବସିଛନ୍ତି ଏବଂ ଯେଉଁମାନେ ଦକ୍ଷତା ବିକାଶର ଏହି ମାର୍ଗରେ ଆଗକୁ ବଢିବା ପାଇଁ ସଂକଳ୍ପବଦ୍ଧ, ମୁଁ କହିବି ଯେ ଆଜିର ଏହି ସକାଳ ସେମାନଙ୍କ ଜୀବନରେ ମଙ୍ଗଳ ପ୍ରଭାତ ପାଲଟିଛି । ମହାରାଷ୍ଟ୍ରରେ ୫୧୧ଟି ଗ୍ରାମୀଣ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି।

ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 19th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ମହାରାଷ୍ଟ୍ରର ୩୪ଟି ଗ୍ରାମୀଣ ଜିଲ୍ଲାରେ ସ୍ଥାପିତ ଏହି କେନ୍ଦ୍ରଗୁଡ଼ିକ ଗ୍ରାମୀଣ ଯୁବକ ମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବେ ।

ହାଇଦ୍ରାବାଦରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 08th, 12:30 pm

ତେଲେଙ୍ଗାନାର ରାଜ୍ୟପାଳ ତାମିଲ ସାଇ ସୌନ୍ଦର୍ଯ୍ୟ ରାଜନ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥୀ ଅଶ୍ୱିନ ବୈଷ୍ଣବ ଜୀ, ଏହି ତେଲେଙ୍ଗାନାର ମାଟିର ପୁଅ ଏବଂ ମନ୍ତ୍ରି ପରିଷଦରେ ମୋର ସାଥୀ ଶ୍ରୀ ଜି. କିଶନ ରେଡ୍ଡୀ ଜୀ, ବହୁ ସଂଖ୍ୟାରେ ଆସିଥିବା ତେଲେଙ୍ଗାନାର ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ତେଲେଙ୍ଗାନାର ହାଇଦ୍ରାବାଦରେ ଟ.11,300 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପକୁ ଶିଳାନ୍ୟାସ କରି ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

April 08th, 12:10 pm

ଆଜି ତେଲେଙ୍ଗାନାର ହାଇଦ୍ରାବାଦର ପ୍ୟାରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ.11,300 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଏମ୍‌ସ ବିବିନଗର, ହାଇଦ୍ରାବାଦ, ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପ ଏବଂ ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ସେ ରେଳ ସମ୍ବନ୍ଧୀୟ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପକୁ ମଧ୍ୟ ଉତ୍ସର୍ଗ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନରେ ସିକନ୍ଦରାବାଦ -ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଭୋପାଳ ଏବଂ ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 01st, 03:51 pm

ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ରେଳମନ୍ତ୍ରୀ ଅଶ୍ୱିନୀ ମହାଶୟ, ଅନ୍ୟ ସମସ୍ତ ମହାନୁଭବ, ଆଉ ବିଶାଳ ସଂଖ୍ୟାରେ ଆସିଥିବା ଭୋପାଳର ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ମଧ୍ୟପ୍ରଦେଶର ଭୋପାଳ କମଳାପତି ଷ୍ଟେସନଠାରେ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରାର କଲେ ଶୁଭାରମ୍ଭ

April 01st, 03:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୦୧.୦୪.୨୦୨୩) ମଧ୍ୟପ୍ରଦେଶର ଭୋପାଳସ୍ଥିତ ରାଣୀକମଳପତି ଷ୍ଟେସନରୁ ଭୋପାଳ-ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ସ୍ଥଳରେ ପହଞ୍ଚି ରାଣୀ କମଳାପତି -ନୂଆଦିଲ୍ଳୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ନିରୀକ୍ଷଣ କରିବା ସହ ପିଲା ଓ ଟ୍ରେନର କର୍ମଚାରୀଙ୍କ ସହ ମତ ବିନିମୟ କରିଥିଲେ ।

‘ମହିଳାଙ୍କ ଆର୍ଥିକ ସଶକ୍ତିକରଣ’ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10th, 10:23 am

ଆମ ସମସ୍ତଙ୍କ ପାଇଁ ଏହା ଖୁସିର କଥା ଯେ ଚଳିତ ବର୍ଷ ବଜେଟରେ ଦେଶକୁ 2047 ପର୍ଯ୍ୟନ୍ତ, ବିକଶିତ ଭାରତ କରିବା ଲକ୍ଷ୍ୟ ପୂରଣ ପାଇଁ ଏକ ଶୁଭାରମ୍ଭ ଭାବେ ଦେଖାଯାଉଛି । ବଜେଟକୁ ଭବିଷ୍ୟତର ଅମୃତକାଳର ଦୃଷ୍ଟିରେ ଦେଖିବା ପାଇଁ ପରୀକ୍ଷା ନିରୀକ୍ଷା କରାଯାଇଛି । ଏହା ହେଉଛି ଦେଶ ପାଇଁ ଶୁଭ ସଂକେତ ଯେ ଦେଶର ନାଗରିକ ମଧ୍ୟ ଆଗାମୀ 25 ବର୍ଷକୁ, ଏହି ଲକ୍ଷ୍ୟ ସହିତ ଯୋଡି ଦେଖୁଛନ୍ତି ।

“ମହିଳାଙ୍କ ଆର୍ଥିକ ସଶକ୍ତିକରଣ” ନେଇ ବଜେଟ ପର ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 10th, 10:00 am

ମହିଳା ସଶକ୍ତିକରଣ ସମ୍ପର୍କିତ ଏକ ବଜେଟ ପର ୱେବିନାରରେ ପ୍ରଧାନମନ୍ତ୍ରୀ ଆଜି (୧୦.୦୩.୨୦୨୩) ସମ୍ବୋଧନ କରିଛନ୍ତି । କେନ୍ଦ୍ରୀୟ ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେପ ତଥା ଏହା ତ୍ୱରାନ୍ୱିତ କରିବା ନିମନ୍ତେ ଜନସାଧାରଣଙ୍କ ମତାମତ ଓ ପ୍ରସ୍ତାବ ଦେବା ପରିପ୍ରେକ୍ଷୀରେ ସରକାର ଆୟୋଜନ କରିଥିବା ୧୨ଟି ୱେବିନାର ମଧ୍ୟରୁ ଏହା ଏକାଦଶତମ ୱେବିନାର ।

ଆର୍ଥିକ କ୍ଷେତ୍ର ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 07th, 10:14 am

ବଜେଟ ପରବର୍ତୀ ୱେବିନାର ମାଧ୍ୟମରେ ସରକାର ବଜେଟକୁ ଲାଗୁ କରାଇବା ପାଇଁ ମିଳିତ ମାଲିକାନା ଏବଂ ସମାନ ଅଂଶୀଦାରୀର ଏକ ସୁଦୃଢ଼ ପଥ ଉନ୍ମୁକ୍ତ କରୁଛି । ଏହି ୱେବିନାରରେ ଆପଣମାନଙ୍କର ବିଚାରଧାରା ଏବଂ ପରାମର୍ଶ ଏହାର ବହୁତ ଗୁରୁତ୍ୱ ରହିଛି । ମୁଁ ଆପଣ ସମସ୍ତଙ୍କୁ ଏହି ୱେବିନାରକୁ ବହୁତ- ବହୁତ ସ୍ୱାଗତ ଜଣାଉଛି ।

ଅଭିବୃଦ୍ଧି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସେବାର ଦକ୍ଷତା ବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

March 07th, 10:00 am

ଅଭିବୃଦ୍ଧି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ଏକ ବଜେଟ ପରବର୍ତ୍ତୀ ୱେବିନାର ଏଠାରେ ଅନୁଷ୍ଠିତ ହୋଇଯାଇଛି । ବଜେଟ୍ ପରବର୍ତ୍ତୀ ୧୨ଟି ୱେବିନାର ଶୃଙ୍ଖଳାରେ ଏହା ଦଶମ । ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୱେବିନାରରେ ୨୦୨୩ ବଜେଟ୍‌ର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ଓ ପ୍ରସ୍ତାବ ଲୋଡାଯାଇଛି ।

ଗୁଜରାଟ ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 06th, 04:35 pm

ଚାରିଆଡେ ହୋଲି ପର୍ବର ଗୁଞ୍ଜରଣ ଶୁଣାଯାଉଛି । ଆପଣ ସମସ୍ତଙ୍କୁ ହୋଲି ପାଇଁ ବହୁତ- ବହୁତ ଶୁଭକାମନା ମଧ୍ୟ ଜଣାଉଛି । ଆଜିକାର ଏହି ଆୟୋଜନ ଦ୍ୱାରା ହଜାର- ହଜାର ପରିବାରଙ୍କର ହୋଲିର ଏହି ଗୁରୁତ୍ୱପୂର୍ଣ୍ଣ ପର୍ବ ପାଇଁ ଯେଉଁ ଖୁସି ରହିଛି ତାହା ବହୁ ଗୁଣ ବଢ଼ି ଯାଇଛି । କିଛି ସମୟ ମଧ୍ୟରେ ହିଁ ଗୁଜରାଟରେ ଦ୍ୱିତୀୟ ଥର ପାଇଁ ରୋଜଗାର ମେଳାର ଆୟୋଜନ ହେଉଛି । ମୁଁ ଆମର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୁପେନ୍ଦ୍ର ଭାଇ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ଏହି କାର୍ଯ୍ୟ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ପ୍ରଧାନମନ୍ତ୍ରୀ ଗୁଜରାଟ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି

March 06th, 04:15 pm

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ହୋଲିର ପର୍ବ କୋଣ ଅନୁକୋଣରେ ଅନୁଭୂତ ହେଉଛି ଏବଂ ଗୁଜରାଟ ରୋଜଗାର ମେଳାର ଆୟୋଜନ ସେମାନଙ୍କ ନିଯୁକ୍ତି ପତ୍ର ଗ୍ରହଣ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଉତ୍ସବକୁ ଦ୍ୱିଗୁଣିତ କରିବ । ଗୁଜରାଟରେ ଦ୍ୱିତୀୟ ଥର ପାଇଁ ରୋଜଗାର ମେଳା ଅନୁଷ୍ଠିତ ହେଉଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଯୁବକ ମାନଙ୍କ ପାଇଁ ନିରନ୍ତର ସୁଯୋଗ ପ୍ରଦାନ କରିବା ଏବଂ ଦେଶର ବିକାଶ କ୍ଷେତ୍ରରେ ସେମାନଙ୍କର ସାମର୍ଥ୍ୟକୁ ବ୍ୟବହାର କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଏନଡିଏ ଶାସିତ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସର୍ବାଧିକ ସଂଖ୍ୟକ ଚାକିରି ଯୋଗାଇବା ପାଇଁ ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ , କେନ୍ଦ୍ର ସରକାରଙ୍କ ବ୍ୟତୀତ ୧୪ ଟି ଏନଡିଏ ଶାସିତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ନିରନ୍ତର ନିଯୁକ୍ତି ମେଳା ଆୟୋଜନ କରାଯାଉଛି । ସେ ଏହି ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ନୂତନ ଦାୟିତ୍ୱ ଗ୍ରହଣ କରୁଥିବା ଯୁବକମାନେ ଅମୃତ କାଳର ସଂକଳ୍ପ ପୂରଣ କରିବାରେ ସମ୍ପୂର୍ଣ୍ଣ ରୂପେ ନିଜର ଯୋଗଦାନ ଦେବେ ।

‘ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଅନୁସନ୍ଧାନ’ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

March 06th, 10:30 am

କୋଭିଡ ପୂର୍ବର ସମୟ ଏବଂ ମହାମାରୀ ପରବର୍ତ୍ତୀ ସମୟ, ଉଭୟ ବିଷୟରେ ସ୍ୱାସ୍ଥ୍ୟ ସେବା ଦେଖାଯିବା ଉଚିତ । କରୋନା ବିଶ୍ୱକୁ ଦେଖାଇଛି ଏବଂ ଶିକ୍ଷା ଦେଇଛି ଯେ ସମୃଦ୍ଧ ଦେଶର ବିକଶିତ ପ୍ରଣାଳୀ ମଧ୍ୟ ଏହିପରି ବିପର୍ଯ୍ୟୟ ପରେ ନଷ୍ଟ ହୋଇ ଯାଇଥାଏ । ବିଶ୍ୱର ଧ୍ୟାନ ବର୍ତ୍ତମାନ ପୂର୍ବାପେକ୍ଷା ବହୁ ଅଧିକ ମାତ୍ରାରେ ସ୍ୱାସ୍ଥ୍ୟସେବା ଉପରେ ରହିଛି। କିନ୍ତୁ ଭାରତର ଆଭିମୁଖ୍ୟ କେବଳ ସ୍ୱାସ୍ଥ୍ୟ ସେବାରେ ସୀମିତ ନୁହେଁ । ଏହା ପରିବର୍ତ୍ତେ, ଆମେ ଗୋଟି, ପାଦ ଆଗକୁ ଯାଉଛୁ ଏବଂ ସାମଗ୍ରିକ ସୁସ୍ଥତା ପାଇଁ କାର୍ଯ୍ୟ କରୁଛୁ । ଏଥିପାଇଁ, ଆମେ ବିଶ୍ୱ ସମ୍ମୁଖରେ ଗୋଟିଏ ଲକ୍ଷ୍ୟ ରଖିଛୁ ଏବଂ ତାହା ହେଉଛି - ‘ଗୋଟିଏ ପୃଥିବୀ-ଗୋଟିଏ ସ୍ୱାସ୍ଥ୍ୟ’ । ଏହାର ଅର୍ଥ ହେଉଛି ଯେ ଆମେ ଜୀବିତ ପ୍ରାଣୀମାନଙ୍କ ପାଇଁ ସମଗ୍ର ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଛୁ, ସେ ମଣିଷ ହୁଅନ୍ତୁ, ପଶୁ ହୁଅନ୍ତୁ କିମ୍ବା ଉଦ୍ଭିଦ । କରୋନ ବୈଶ୍ୱିକ ମହାମାରୀ ମଧ୍ୟ ଯୋଗାଣ ଶୃଙ୍ଖଳାର ଗୁରୁତ୍ୱକୁ ସୂଚିତ କରିଛି । ଯେତେବେଳେ କରୋନା ମହାମାରୀ ଶିଖରରେ ଥିଲା, ସେତେବେଳେ ଔଷଧ, ଟିକା ଏବଂ ଚିକିତ୍ସା ଉପକରଣ ଭଳି ଜୀବନ ରକ୍ଷାକାରୀ ଜିନିଷ ଦୁର୍ଭାଗ୍ୟବଶତଃ କିଛି ଦେଶ ପାଇଁ ଅସ୍ତ୍ର ହୋଇ ଯାଇଥିଲା । ଭାରତ ଗତ କିଛି ବର୍ଷର ବଜେଟରେ ଏହି ସମସ୍ତ ପ୍ରସଙ୍ଗ ପ୍ରତି ବହୁତ ଧ୍ୟାନ ଦେଇଛି । ବିଦେଶୀ ଦେଶ ଉପରେ ଭାରତର ନିର୍ଭରଶୀଳତାକୁ କମ କରିବାକୁ ଆମେ ନିରନ୍ତର ଚେଷ୍ଟା କରୁଛୁ । ତେଣୁ, ଏହି ପ୍ରସଙ୍ଗରେ ସମସ୍ତ ହିତାଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା ଉପରେ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 06th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା’ ବିଷୟବସ୍ତୁ ଉପରେ ଆଧାରିତ ଏକ ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଆୟୋଜିତ ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ନବମ ।

‘ମିଶନ ମୋଡରେ ପର୍ଯ୍ୟଟନର ବିକାଶ’ଉପରେ ବଜେଟ ପରବର୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 03rd, 10:21 am

ଏହି ୱେବିନାରରେ ଉପସ୍ଥିତ ସମସ୍ତ ମହାନୁଭବଙ୍କୁ ସ୍ୱାଗତ। ଆଜିର ନୂତନ ଭାରତ, ନୂତନ କାର୍ଯ୍ୟ ସଂସ୍କୃତି ସହିତ ଆଗକୁ ବଢ଼ୁଛି। ଚଳିତ ଥରର ବଜେଟରେ ମଧ୍ୟ ବେଶ ପ୍ରଶଂସା ହୋଇଛି, ଦେଶର ଲୋକମାନେ ଏହାକୁ ବହୁତ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି। ଯଦି ପୁରୁଣା କାର୍ଯ୍ୟ ସଂସ୍କୃତି ହୋଇଥାନ୍ତା, ତେବେ ଏଭଳି ବଜେଟ ୱେବିନାର ଗୁଡିକ ବିଷୟରେ କେହି ଚିନ୍ତା ହିଁ କରି ନ ଥାନ୍ତେ। କିନ୍ତୁ ଆଜି ଆମ ସରକାର ବଜେଟ ପୂର୍ବରୁ ଏବଂ ବଜେଟ ପରେ ମଧ୍ୟ ପ୍ରତ୍ୟେକ ଅଂଶୀଦାରଙ୍କ ସହିତ ବିସ୍ତୃତ ଭାବେ ଚର୍ଚ୍ଚା କରୁଛନ୍ତି, ସେମାନଙ୍କୁ ସାଙ୍ଗରେ ନେଇ ଚାଲିବାର ପ୍ରୟାସ କରୁଛନ୍ତି। ବଜେଟର ସର୍ବାଧିକ ସଫଳତା ବା ପରିଣାମ କିପରି ଆସିବ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କିଭଳି ହୋଇପାରିବ, ଯେଉଁ ଲକ୍ଷ୍ୟ ବଜେଟରେ ସ୍ଥିର କରାଯାଇଛି, ତାହା ହାସଲ କରିବାରେ ଏହି ୱେବିନାର ଏକ ଉତପ୍ରେରକ ଭଳି କାର୍ଯ୍ୟ କରିଥାଏ । ଆପଣମାନେ ମଧ୍ୟ ଜାଣିଛନ୍ତି ଯେ, ସାରକାରର ମୁଖ୍ୟ ଭାବେ କାର୍ଯ୍ୟ କରିବାରେ ମୋର 20 ବର୍ଷରୁ ଅଧିକ ସମୟର ଅନୁଭବ ରହିଛି । ଏହି ଅନୁଭବର ଏକ ସାରାଂଶ ମଧ୍ୟ ଏହା ହେଉଛି ଯେ, ଯେତେବେଳେ କିଛି ନୀତିଗତ ନିଷ୍ପତିରେ ସମସ୍ତ ସହଯୋଗୀମାନେ ସାମିଲ ହୋଇଥାନ୍ତି, ସେତେବେଳେ ଆଶାନୁରୂପ ପରିଣାମ ମିଳିଥାଏ, ସମୟସୀମା ମଧ୍ୟରେ ପରିଣାମ ଆସିଥାଏ । ଆମେ ଦେଖିଛୁ ଯେ ବିଗତ କିଛି ଦିନରେ ଯେଉଁ ୱେବିନାର ହୋଇଛି ସେଥିରେ ହଜାର ହଜାର ଲୋକ ଆମ ସହିତ ଯୋଡି ହୋଇଛନ୍ତି, ସାରା ଦିନ ସବୁଲୋକମାନେ ମିଳିମିଶି ବହୁତ ମନ୍ଥନ କରି ଚାଲିଥିଲେ ଏବଂ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ମତାମତ ଆସିଲା ଏବଂ ଆଗକୁ ମଧ୍ୟ ଆସିବ । ଯେଉଁ ବଜେଟ ଅଛି ତାହା ଉପରେ ଧ୍ୟାନ କେନ୍ଦ୍ରୀତ କରାଗଲା ଏବଂ ତାହାକୁ ନେଇ କିପରି ଆଗକୁ ବଢି ହେବ ତାହା ଉପରେ ବହୁତ ଉତମ ପ୍ରସ୍ତାବ ଆସୁ । ଆଜି ଆମେ ଦେଶର ପର୍ଯ୍ୟଟନ କ୍ଷେତ୍ରର କାୟାକଳ୍ପ ପାଇଁ ଏହି ବଜେଟ ୱେବିନାର କରୁଛେ ।

ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍‍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

March 03rd, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ଏକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । କେନ୍ଦ୍ର ବଜେଟ୍ ୨୦୨୩ ରେ ଘୋଷିତ ପଦକ୍ଷେପଗୁଡ଼ିକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଦ୍ୱାରା ଆୟୋଜିତ ୧୨ ଟି ବଜେଟ୍ ପରବର୍ତ୍ତୀ ୱେବିନାରର ଏହା ହେଉଛି ସପ୍ତମ ।

ଜୀବନଯାପନରେ ସୁଗମତା ପାଇଁ ପ୍ରଯୁକ୍ତି ଶୀର୍ଷକ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣର ମୂଳ ପାଠ

February 28th, 10:05 am

ଜାତୀୟ ବିଜ୍ଞାନ ଦିବସରେ ଆଜିର ବଜେଟ ୱେବିନାରର ବିଷୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏକବିଂଶ ଶତାବ୍ଦୀର ପରିବର୍ତ୍ତନଶୀଳ ଭାରତ ନିଜ ନାଗରିକମାନଙ୍କୁ ଟେକ୍ନୋଲୋଜିର ଶକ୍ତି ସହିତ କ୍ରମାଗତ ଭାବରେ ସଶକ୍ତ କରୁଛି । ବିଗତ କିଛିବର୍ଷ ମଧ୍ୟରେ ଆମର ସରକାରଙ୍କ ପ୍ରତ୍ୟକ ବଜେଟରେ ଟେକ୍ନୋଲୋଜି ସାହାଯ୍ୟରେ ଦେଶବାସୀଙ୍କ ଜୀବନଧାରଣରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ବର୍ଷର ବଜେଟରେ ମଧ୍ୟ ଆମେ ମାନବ ସ୍ପର୍ଶ ସହିତ ଟେକ୍ନୋଲୋଜିକୁ ପ୍ରାଥମିକତା ଦେବାକୁ ଚେଷ୍ଟା କରିଛୁ ।

‘ପ୍ରଯୁକ୍ତି ଜରିଆରେ ସହଜ ଜୀବନଧାରଣ’ ଉପରେ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 28th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତି ବ୍ୟବହାର କରି ସହଜ ଜୀବନଧାରଣ’ ଉପରେ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ଶୃଙ୍ଖଳା ମଧ୍ୟରୁ ଏହା ହେଉଛି ପଞ୍ଚମ ୱେବିନାର।

ବଜେଟ ପରବର୍ତ୍ତୀ ‘ରିଚିଙ୍ଗ ଦ ଲାଷ୍ଟ ମାଇଲ’ ଉପରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମୂଳ ପାଠ

February 27th, 10:16 am

ବିଶେଷ ଭାବରେ ଏହି ପରମ୍ପରା ରହିଛି ଯେ ବଜେଟ ପରେ, ବଜେଟ ସମ୍ପର୍କରେ ସଂସଦରେ ଆଲୋଚନା ହୋଇଥାଏ, ଆଉ ଏହା ଜରୁରୀ ମଧ୍ୟ ଅଟେ, ଉପଯୋଗୀ ମଧ୍ୟ ଅଟେ । କିନ୍ତୁ ସରକାର ଆମର ବଜେଟ ଉପରେ ହୋଇଥିବା ଆଲୋଚନାକୁ ଗୋଟିଏ ପାଦ ଆଗକୁ ନେଇ ଯାଇଛନ୍ତି । ଗତ କିଛି ବର୍ଷରୁ ଆମର ସରକାର ବଜେଟ ପ୍ରସ୍ତୁତ କରିବା ପୂର୍ବରୁ ଏବଂ ବଜେଟ ପାଇଁ ମଧ୍ୟ ବଜେଟ କରିଥାନ୍ତି । ପରେ ମଧ୍ୟ ସମସ୍ତ ହିତାଧିକାରୀମାନଙ୍କ ଠାରୁ ଗହନ ମନ୍ଥନର ନୂତନ ପରମ୍ପରା ଆରମ୍ଭ କରାଯାଇଛି । ଏହି କାର୍ଯ୍ୟାନ୍ୱୟନ, ସମୟ ସୀମା ବିତରଣ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଦ୍ୱାରା ଟିକସଦାତା ଅର୍ଥର ପ୍ରତ୍ୟକ ପଇସାର ଉପଯୁକ୍ତ ଉପଯୋଗ ମଧ୍ୟ ସୁନିଶ୍ଚିତ ହୋଇଥାଏ । ଗତ କିଛି ଦିନ ମଧ୍ୟରେ ମୁଁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ କଥା ହୋଇଛି । ଆଜି ‘ରିଚଙ୍ଗ ଦ ଲାଷ୍ଟ ମାଇଲ’, ଯାହା ମହାତ୍ମା ଗାନ୍ଧୀ କହିଥିଲେ ଯେ ତୁମର ଯୋଜନା, ତୁମର ଯୋଜନା ଅନ୍ତିମ ସ୍ଥାନରେ ବସିଥିବା ବ୍ୟକ୍ତିଙ୍କ ନିକଟରେ କେତେ ଶୀଘ୍ର ପହଂଚୁଛି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଆଜି ଏହି ପ୍ରସଙ୍ଗରେ ସମସ୍ତ ହିତାଧିକାରୀଙ୍କ ସହ ଏକ ବ୍ୟାପକ ଆଲୋଚନା ହେଉଛି ଯେ ବଜେଟରେ ଜନକଲ୍ୟାଣ ପାଇଁ ଅନେକ କାର୍ଯ୍ୟ ଅଛି, ଏତେ ବଜେଟ ଅଛି, ଆମେ କିପରି ଏହାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ ହିତାଧିକାରୀଙ୍କ ନିକଟରେ ପହଂଚାଇ ପାରିବା ।

‘ଅନ୍ତିମ ସେପାନରେ ପହଞ୍ଚିବା’ ଉପରେ ବଜେଟ୍‌ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 27th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତିମ ସେପାନରେ ପହଞ୍ଚିବା’ ବିଷୟ ଉପରେ ଏକ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ଶୃଙ୍ଖଳା ମଧ୍ୟରୁ ଏହା ହେଉଛି ଚତୁର୍ଥ ୱେବିନାର।