ପ୍ରଧାନମନ୍ତ୍ରୀ ଚତୁର୍ଦ୍ଦଶ ବ୍ରିକସ ଶିଖର ସମ୍ମିଳନୀରେ ଯୋଗଦେଲେ
June 24th, 09:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଜୁନ ୨୩-୨୪ରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଚତୁର୍ଦ୍ଦଶ ବ୍ରିକସ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଭାରତ ଯୋଗଦାନର ନେତୃତ୍ୱ ନେଇଥିଲେ । ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମଧ୍ୟ ଜୁନ ୨୩ ଶିଖର ସମ୍ମିଳନୀରେ ଯୋଗଦେଇଥିଲେ । ଶିଖର ସମ୍ମିଳନୀର ଅଣ-ବ୍ରିକସ କ୍ଷେତ୍ରର ବୈଶ୍ୱିକ ବିକାଶ ଉପରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ଜୁନ ୨୪ରେ ଅନୁଷ୍ଠିତ ହୋଇଥିଲା ।୧୩ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା
September 09th, 09:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାୟ ୧୩ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ।ତ୍ରୟୋଦଶ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଉଦ୍ବୋଧନ
September 09th, 05:43 pm
ଏହି ବ୍ରିକ୍ସ ଶିଖର ସମ୍ମିଳନୀକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି । ବ୍ରିକ୍ସର ପଞ୍ଚଦଶ ପ୍ରତିଷ୍ଠା ଦିବସ ଅବସରରେ ଏହି ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବା ମୋ ପାଇଁ ଏବଂ ଭାରତ ନିମନ୍ତେ ଗର୍ବ ଓ ଗୌରବର ବିଷୟ । ଆପଣମାନଙ୍କ ସହ ଏହି ଶୀର୍ଷ ବୈଠକରେ କଥାବାର୍ତ୍ତା ନିମନ୍ତେ ସବିଶେଷ କାର୍ଯ୍ୟସୂଚୀ (ଆଜେଣ୍ଡା) ପ୍ରସ୍ତୁତ ହୋଇଛି । ଆପଣମାନେ ଯଦି ସମସ୍ତେ ଏକମତ ହୁଅନ୍ତି ଆମେ ଏହି ଆଜେଣ୍ଡାକୁ ଅନୁମୋଦନ କରିପାରିବା । ଏହି ଆଜେଣ୍ଡା ଏବେ ଗୃହୀତ ହେଲା । ଧନ୍ୟବାଦ ।ତ୍ରୟୋଦଶ ବ୍ରିକ୍ସ ଶିଖର ସମ୍ମିଳନୀ
September 07th, 09:11 am
୨୦୨୧ରେ ଭାରତ ବ୍ରିକ୍ସର ଅଧ୍ୟକ୍ଷତା ଦାୟିତ୍ୱ ନେଇଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ସେପ୍ଟେମ୍ବର ୯ରେ ଭର୍ଚୁଆଲ ମାଧ୍ୟମରେ ତ୍ରୟୋଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବେ । ଏହି ବୈଠକରେ ବ୍ରାଜିଲ ରାଷ୍ଟ୍ରପତି ମହାମହିମ ଶ୍ରୀ ଜୈର ବୋଲସୋନାରୋ, ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ମହାମହିମ ଶ୍ରୀ ସି ଜିନପିଙ୍ଗ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ମହାମହିମ ଶ୍ରୀ ସାଇରିଲ ରାମାଫୋସା ଯୋଗଦେବେ । ଭାରତର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଶ୍ରୀ ଅଜିତ ଡୋଭଲ, ନୁ୍ୟ ଡେଭଲପମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ମାର୍କୋସ ଟ୍ରୋୟଜୋ, ବ୍ରିକ୍ସ ବିଜନେସ କାଉନସିଲର ଅସ୍ଥାୟୀ ଅଧ୍ୟକ୍ଷ ଶ୍ରୀ ଓଙ୍କାର କୱଁର ଏବଂ ବ୍ରିକ୍ସ ୱିମେନ୍ସ ବିଜନେସ୍ ଆଲାଏନ୍ସର ଅସ୍ଥାୟୀ ଅଧ୍ୟକ୍ଷ ଡା. ସଙ୍ଗୀତା ରେଡ୍ଡୀ ଏହି ଅବସରରେ ଶିଖର ସମ୍ମିଳନୀରେ ଉପସ୍ଥିତ ନେତୃବୃନ୍ଦଙ୍କ ସମ୍ମୁଖରେ ନିଜ ନିଜ ଦାୟିତ୍ୱ କ୍ଷେତ୍ରରେ ଚଳିତ ବର୍ଷ ଯାକରେ କରାଯାଇଥିବା କାର୍ୟ୍ୟର ରିପୋର୍ଟ ଉପସ୍ଥାପନ କରିବେ ।