ରାଜସ୍ଥାନର ଆବୁ ରୋଡ ବ୍ରହ୍ମକୁମାରୀଙ୍କ ଶାନ୍ତି ବନ ପରିସରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 10th, 07:02 pm
ଏହା ମୋର ସୌଭାଗ୍ୟ ଯେ ମୋତେ ଅନେକ ଥର ଆପଣଙ୍କ ମଧ୍ୟକୁ ଆସିବାର ସୁଯୋଗ ମିଳିଛି, ଯେତେବେଳେ ମଧ୍ୟ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଥାଏ, ମୋତେ ଏକ ଆଧ୍ୟାତ୍ମିକ ଅନୁଭୂତି ହୋଇଥାଏ ଏବଂ ଗତ କିଛି ମାସରେ ଦ୍ୱିତୀୟ ଥର ମୋତେ ବ୍ରହ୍ମ କୁମାରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଛି । ଏହା ପୂର୍ବରୁ, ଆପଣ ମୋତେ ଫେବ୍ରୁଆରୀରେ ନିମନ୍ତ୍ରଣ କରିଥିଲେ ଯେତେବେଳେ ଆପଣ ‘ଜଲ ଜନ ଅଭିଯାନ’ ଆରମ୍ଭ କରିଥିଲେ । ପୁଣି ମୋତେ ବିସ୍ତୃତ ଭାବରେ ମନେ ପକାଇଲେ କିପରି ବ୍ରହ୍ମା କୁମାରୀଙ୍କ ସହିତ ମୋର ସମ୍ପର୍କ ଲଗାତାର ବଢ଼ିବାରେ ଲାଗିଛି । ଏହା ଭଗବାନଙ୍କ ଆଶୀର୍ବାଦ ଏବଂ ରାଜଯୋଗିନୀ ଦାଦୀ ଜୀଙ୍କ ଭଲପାଇବା ଯୋଗୁ ହୋଇଥାଏ ।ରାଜସ୍ଥାନର ଆବୁ ରୋଡରେ ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
May 10th, 03:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି। ସେ ଏକ ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍ ହସ୍ପିଟାଲ୍, ଶିବମଣି ଓଲଡ ଏଜ୍ ହୋମର ଦ୍ୱିତୀୟ ପର୍ଯ୍ୟାୟ ଏବଂ ନର୍ସିଂ କଲେଜର ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟ କରିଥିଲେ।10 ମେ ରେ ରାଜସ୍ଥାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
May 09th, 11:32 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 10 ମେ ରେ ରାଜସ୍ଥାନ ପରିଦର୍ଶନ କରିବେ। ପୂର୍ବାହ୍ନ ପ୍ରାୟ 11 ଟା ସମୟରେ ପ୍ରଧାନମନ୍ତ୍ରୀ ନାଥଦ୍ୱାରର ଶ୍ରୀନଥଜୀ ମନ୍ଦିର ପରିଦର୍ଶନ କରିବେ। ପ୍ରାୟ 11: 45 ରେ, ସେ ନାଥଦ୍ୱାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ପ୍ରଦାନ କରିବେ। ଏହା ପରେ, ଅପରାହ୍ନ 3:15 ସମୟରେ ପ୍ରଧାନମନ୍ତ୍ରୀ ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ।ବ୍ରହ୍ମାକୁମାରୀମାନଙ୍କ ଦ୍ୱାରା ‘ଜଳ-ଜନ ଅଭିଯାନ’ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ଅନୁବାଦ
February 16th, 01:00 pm
ବ୍ରହ୍ମା କୁମାରୀ ସଂସ୍ଥାର ପ୍ରମୁଖ ରାଜଯୋଗିନୀ ଦାଦୀ ରତନ ମୋହିନୀ ଜୀ, କ୍ୟାବିନେଟରେ ମୋର ସାଥୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, ବ୍ରହ୍ମା କୁମାରୀ ସଂସ୍ଥାର ସଦସ୍ୟ, ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି, ମହିଳାମାନେ ଏବଂ ଭଦ୍ର ଲୋକମାନେ! ମୋତେ ଖୁସି ଲାଗୁଛି ଯେ ବ୍ରହ୍ମା କୁମାରୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜଳ-ଜନ ଅଭିଯାନ’ର ଶୁଭାରମ୍ଭ ଅବସରରେ ମୁଁ ଏଠାରେ ଅଛି । ଆପଣ ସମସ୍ତଙ୍କ ମଧ୍ୟରେ ଆସିବା ଏବଂ ଆପଣମାନଙ୍କ ଠାରୁ ଶିଖିବା ମୋ ପାଇଁ ସର୍ବଦା ସ୍ୱତନ୍ତ୍ର ରହିଥିଲା । ସ୍ୱର୍ଗତ ରାଜଯୋଗିନୀ ଦାଦୀ ଜାନକୀ ଜୀଙ୍କ ଠାରୁ ମୁଁ ପାଇଥିବା ଆଶୀର୍ବାଦ ହେଉଛି ମୋର ସବୁଠାରୁ ବଡ଼ ସମ୍ପତ୍ତି । ଦାଦୀ ପ୍ରକାଶ ମଣି ଜୀଙ୍କ ନିଧନ ପରେ ଆବୁ ରୋଡରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମୋର ମନେ ଅଛି । ବିଗତ କିଛି ବର୍ଷ ମଧ୍ୟରେ, ମୋତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବ୍ରହ୍ମା କୁମାରୀ ଭଉଣୀମାନଙ୍କ ଠାରୁ ଅନେକ ଉତ୍ସାହପୂର୍ଣ୍ଣ ନିମନ୍ତ୍ରଣ ପାଇଛି । ମୁଁ ଏହି ଆଧ୍ୟାତ୍ମିକ ପରିବାରର ସଦସ୍ୟ ଭାବରେ ସର୍ବଦା ଆପଣମାନଙ୍କ ମଧ୍ୟରେ ରହିବାକୁ ଚେଷ୍ଟା କରିଥାଏ ।ଭିଡିଓ ବାର୍ତ୍ତା ଜରିଆରେ ‘ଜଳ-ଜନ ଅଭିଯାନ' ର ଶୁଭାରମ୍ଭକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 16th, 12:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ବ୍ରହ୍ମା କୁମାରୀଙ୍କ ‘ଜଳ-ଜନ ଅଭିଯାନ' କୁ ସମ୍ବୋଧିତ କରିଛନ୍ତି ।'ଆଜାଦୀ କେ ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଔର’ କାର୍ଯ୍ୟକ୍ରମର ଜାତୀୟ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଉଦ୍ବୋଧନ
January 20th, 10:31 am
କାର୍ଯ୍ୟକ୍ରମରେ ଆମ ସହ ଆଜି ଏଠାରେ ଉପସ୍ଥିତ ଥିବା ଲୋକସଭାର ଅଧ୍ୟକ୍ଷ ଶ୍ରୀ ଓମ୍ ବିରଳା ଜୀ, ରାଜସ୍ଥାନର ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ର ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ଅଶୋକ ଗେହଲଟଜୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶ୍ରୀ କିଶନ ରେଡ୍ଡୀଜ ଜୀ, ଭୂପେନ୍ଦର ଯାଦବ ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ପୁରୁଷୋତ୍ତମ ରୂପାଲା ଜୀ, ଏବଂ ଶ୍ରୀ କୈଳାଶ ଚୌଧୁରୀ ଜୀ, ରାଜସ୍ଥାନ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ଗୁଲାବଚନ୍ଦ କଟାରିୟା ଜୀ, ବ୍ରହ୍ମାକୁମାରୀମାନଙ୍କ କାର୍ଯ୍ୟକାରୀ ସଂପାଦକ ରାଜଯୋଗୀ ମୃତ୍ୟୁଞ୍ଜୟ ଜୀ, ରାଜଯୋଗିନୀ ଭଉଣୀ ମୋହିନୀ ଜୀ, ଭଉଣୀ ଚନ୍ଦ୍ରିକା ଜୀ, ବ୍ରହ୍ମାକୁମାରୀ ସଂଗଠନର ଅନ୍ୟ ସମସ୍ତ ଭଉଣୀ, ଏବଂ ସଜ୍ଜନମଣ୍ଡଳୀ ତଥା ଏଠାରେ ଉପସ୍ଥିତ ଥିବା ସକଳ ସାଧକ- ସାଧିକାବୃନ୍ଦ!ଜାତୀୟ ସ୍ତରରେ ‘ଆଜାଦୀ କେ ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଔର୍’ ସମାରୋହର ଶୁଭାରମ୍ଭ ଅବସରରେ ଦୀକ୍ଷାନ୍ତ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ
January 20th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସ୍ତରରେ ‘ଆଜାଦୀ କେ ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଔର୍’ ସମାରୋହର ଶୁଭାରମ୍ଭ ଅବସରରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି । ସେ ମଧ୍ୟ ବ୍ରହ୍ମା କୁମାରିଜ୍ ସଂସ୍ଥାର ସାତଟି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜସ୍ଥାନ ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲଟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ଶ୍ରୀ ଭୂପେନ୍ଦର ଯାଦବ, ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ, ଶ୍ରୀ ପୁରୁଷୋତ୍ତମ ରୂପାଲା ଏବଂ ଶ୍ରୀ କୈଳାସ ଚୌଧୁରୀ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।PM expresses condolences on the passing away of Rajyogini Dadi Janki Ji
March 27th, 02:03 pm
The Prime Minister, Shri Narendra Modi has expressesed condolences on the passing away of Rajyogini Dadi Janki Ji, the Chief of Brahma Kumaris.ବ୍ରହ୍ମାକୁମାରୀ ପରିବାରର 80ତମ ବାର୍ଷିକ ଉତ୍ସବକୁ ଭିଡିଓ କନଫେରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 26th, 06:11 pm
PM Narendra Modi, today addressed the 80th anniversary celebrations of the Brahma Kumaris family, via video conferencing. The Prime Minister appreciated the work done by the Brahma Kumaris institution in many fields, including in solar energy. He called for expanding the use of digital transactions to bring down corruption. The Prime Minister also touched upon themes such as Swachh Bharat, and LED lighting, and spoke of their benefits.ବ୍ରହ୍ମାକୁମାରୀ ପରିବାରର 80ତମ ବାର୍ଷିକୀ ସମାରୋହକୁ ଭିଡିଓ କନଫେରେନ୍ସିଙ୍ଗ ଜରିଆରେ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ
March 26th, 06:10 pm
PM Modi addressed the 80th anniversary celebrations of Brahma Kumaris via video conferencing. The PM said that Brahma Kumar and Kumaris have spread the message of India's rich culture throughout the world. Laying out India's commitment towards clean energy, the PM said, By 2030, India aims to generate 40% energy from non-fossil fuels. By 2022, our aim is to ensure 175 GW of clean energy. He also urged people to further the use of digital transactions and make the system more transparent.