ବୋଡ଼ୋ ସଂସ୍କୃତି ଓ ଜୀବନର ବିଭିନ୍ନ କ୍ଷେତ୍ରରେ ବୋଡ଼ୋ ଲୋକଙ୍କ ସଫଳତାରେ ଭାରତ ଅତ୍ୟନ୍ତ ଗର୍ବିତ: ପ୍ରଧାନମନ୍ତ୍ରୀ
November 15th, 11:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ବୋଡୋଲ୍ୟାଣ୍ଡ ମହୋତ୍ସବରେ ଯୋଗ ଦେବା ପରେ କହିଛନ୍ତି,ବୋଡ଼ୋ ସଂସ୍କୃତି ଓ ଜୀବନର ବିଭିନ୍ନ କ୍ଷେତ୍ରରେ ବୋଡ଼ୋ ଲୋକଙ୍କ ସଫଳତାରେ ଭାରତ ଅତ୍ୟନ୍ତ ଗର୍ବିତ ।ନୂଆଦିଲ୍ଲୀରେ ପ୍ରଥମ ବୋଡୋଲ୍ୟାଣ୍ଡ ମହୋତ୍ସବ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 15th, 06:32 pm
ଆଜି କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଅବସର । ଆଜି ଦେବ ଦୀପାବଳି ପାଳନ କରାଯାଉଛି। ମୁଁ ଦେଶବାସୀଙ୍କୁ ଏହି ପର୍ବର ଶୁଭେଚ୍ଛା ଜଣାଉଛି । ଆଜି ହେଉଛି ଗୁରୁ ନାନକ ଦେବଜୀଙ୍କର ୫୮୮ତମ ପ୍ରକାଶ ପର୍ବ ମଧ୍ୟ ଅଟେ। ଏହି ଅବସରରେ ମୁଁ ସମଗ୍ର ଦେଶକୁ, ବିଶେଷ କରି ବିଶ୍ୱର ଶିଖ୍ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ସମଗ୍ର ଦେଶ ଜନଜାତୀୟ ଗୌରବ ଦିବସ ପାଳନ କରୁଛି। ଆଜି ସକାଳେ ମୁଁ ବିହାରର ଜମୁଇଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲି ଏବଂ ବର୍ତ୍ତମାନ ସନ୍ଧ୍ୟାରେ ଏଠାରେ ପ୍ରଥମ ବୋଡୋ ମହୋତ୍ସବ ଆରମ୍ଭ ହେବ । ପ୍ରଥମ ବୋଡୋଲ୍ୟାଣ୍ଡ ଫେଷ୍ଟିଭାଲରେ ଆସାମ ସମେତ ଦେଶର ବିଭିନ୍ନ ରାଜ୍ୟରୁ ବୋଡ଼ୋ ସମ୍ପ୍ରଦାୟର ଲୋକ ଆସିଛନ୍ତି। ଶାନ୍ତି, ସଂସ୍କୃତି ଏବଂ ସମୃଦ୍ଧିର ନୂତନ ଭବିଷ୍ୟତ କୁ ପାଳନ କରିବା ପାଇଁ ଏଠାରେ ଏକାଠି ହୋଇଥିବା ସମସ୍ତ ବୋଡ଼ୋ ବନ୍ଧୁମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।ଦିଲ୍ଲୀରେ ପ୍ରଥମ ବୋଡ଼ୋଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 15th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଦିନିଆ ପ୍ରଥମ ବୋଡ଼ୋଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ଏହି ଉତ୍ସବ ଏକ ଉତ୍ସାହୀ ବୋଡ଼ୋ ସମାଜ ଗଠନ ସହ ଶାନ୍ତିି ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ।ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ପ୍ରଥମ ବୋଡ଼ୋଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କରିବେ
November 14th, 04:10 pm
ନୂଆଦିଲ୍ଲୀର ସାଇ ଇନ୍ଦିରା ଗାନ୍ଧୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ନଭେମ୍ବର ୧୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବୋଡ଼ୋ ଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ମଧ୍ୟ ଦେବେ ।