ବଜେଟ ପରବର୍ତ୍ତୀ ‘ସବୁଜ ଅଭିବୃଦ୍ଧି’ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମର୍ମାନୁବାଦ
February 23rd, 10:22 am
୨୦୧୪ ମସିହା ପରଠାରୁ ଭାରତର ସମସ୍ତ ବଜେଟରେ ଗୋଟିଏ ଲେଖାଏଁ ଢାଞ୍ଚା ରହିଛି । ସେବେଠାରୁ ଆମ ସରକାରଙ୍କ ପ୍ରତ୍ୟକ ବଜେଟରେ ନୂତନ ବର୍ଷର ସଂସ୍କାର ସହ ବର୍ତ୍ତମାନର ଆହ୍ୱାନଗୁଡ଼ିକର ମୁକାବିଲା ନେଇ ମଧ୍ୟ ବ୍ୟବସ୍ଥା ରହିଛି । ଭାରତୀୟ ସବୁଜ ଅଭିବୃଦ୍ଧି ଓ ଶକ୍ତିର ଅବସ୍ଥାନ୍ତର ଦେଇ ତିନିଟି ମୁଖ୍ୟ ସ୍ତମ୍ଭ ରହିଛି । ପ୍ରଥମ ହେଲା ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି, ଦ୍ୱିତୀୟରେ ଆମ ଅର୍ଥନୀତିରେ ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ ଓ ତୃତୀୟତରେ ଦେଶ ମଧ୍ୟରେ ଦ୍ରୁତ ଗତିରେ ଗ୍ୟାସଭିତ୍ତିକ ଅର୍ଥନୀତି ସହ ଆଗକୁ ବଢ଼ିବା । ସେ ଇଥାନଲ ମିଶ୍ରଣ ହେଉ ବା ପିଏମ କୁସୁମ ଯୋଜନା, ସୌର ଶକ୍ତି ପାଇଁ ପ୍ରୋତ୍ସାହନ, ଛାତ ଉପରେ ସୌର ଶକ୍ତି ଯୋଜନା, କୋଇଲା ବାଷ୍ପୀକରଣ ବା ବ୍ୟାଟେରୀ ଭଣ୍ଡାରଣ ଏହି ରଣନୀତି ସ୍ୱରୂପ ପରସ୍ପର ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମାନ ହୋଇଛି । ଚଳିତ ବର୍ଷର ବଜେଟରେ ମଧ୍ୟ ଶିଳ୍ପ ପାଇଁ ସବୁଜ ଋଣ ଓ ଚାଷୀମାନଙ୍କ ନିମନ୍ତେ ପିଏମ ପ୍ରଣାମ ଯୋଜନାର ପରିକଳ୍ପନା କରାଯାଇଛି । ଗ୍ରାମାଞ୍ଚଳ ନିମନ୍ତେ ଗୋବର୍ଦ୍ଧନ ଯୋଜନା କରାଯାଇଥିବା ବେଳେ ସହରାଞ୍ଚଳ ନିମନ୍ତେ ରଦି ଯାନବାହନ ନୀତି ଘୋଷଣା କରାଯାଇଛି । ସବୁଜ ଉଦଜାନ ଓ ଆର୍ଦ୍ରଭୂମି ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଚଳିତ ବର୍ଷ ବଜେଟରେ ସବୁଜ ଅଭିବୃଦ୍ଧି ପାଇଁ ବ୍ୟବସ୍ଥା ଗୋଟିଏ ପକ୍ଷରେ କହିବାକୁ ଗଲେ ଆମ ଭାବୀ ବଂଶଧରମାନଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତର ଭିତ୍ତିଭୂମି ରଖିବ ।ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 23rd, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଗ୍ରୀନ ଗ୍ରୋଥ ବା ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ଏକ ବଜେଟ୍ ପରବର୍ତ୍ତୀ ୱେବିନାରରେ ଉଦ୍ବୋଧନ ଦେଇଛନ୍ତି । ଚଳିତ ବର୍ଷର ବଜେଟ ଉପରେ ସରକାର ଯେଉଁ ୧୨ଟି ୱେବିନାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେ ଶୃଙ୍ଖଳାରେ ଏହା ପ୍ରଥମ । ୨୦୨୩ ବଜେଟ୍ରେ ଯେଉଁ ସବୁ ପ୍ରସ୍ତାବନା ରହିଛି ସେ ସମ୍ପର୍କରେ ବିଚାର ଆଲୋଚନା କରିବା ସହିତ ସେସବୁର ସଫଳ ରୂପାୟନ କରିବା ନିମନ୍ତେ ଏହି ୱେବିନାର ଶୃଙ୍ଖଳାର ପରିକଳ୍ପନା କରାଯାଇଛି ।କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଭାରତ ଉର୍ଜ୍ଜା ସପ୍ତାହ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 06th, 11:50 am
ବର୍ତମାନ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ଉପରେ ଆମ ସମସ୍ତଙ୍କର ଦୃଷ୍ଟି ଲାଗି ରହିଛି । ବହୁତ ଲୋକମାନଙ୍କର ଦୁଃଖଦ ମୃତ୍ୟୁ ଏବଂ ବହୁତ କ୍ଷୟକ୍ଷତିର ଖବର ରହିଛି । ତୁର୍କୀର ଆଖପାଖ ଦେଶଗୁଡ଼ିକରେ ମଧ୍ୟ କ୍ଷୟକ୍ଷତିର ଆଶଙ୍କା ରହିଛି । ଭାରତର 140କୋଟି ଲୋକମାନଙ୍କର ସମ୍ବେଦନା, ସମସ୍ତ ଭୂକମ୍ପ ପୀଡ଼ିତମାନଙ୍କ ସହିତ ରହିଛି । ଭାରତ ଭୂକମ୍ପ ପୀଡ଼ିତମାନଙ୍କୁ ସମସ୍ତ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ତତ୍ପର ରହିଛି ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବେଙ୍ଗାଲୁରୁ ଠାରେ ଭାରତ ଶକ୍ତି ସପ୍ତାହ ୨୦୨୩ ଉଦଘାଟିତ
February 06th, 11:46 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୬-୦୨-୨୦୨୩) ବେଙ୍ଗାଲୁରୁ ଠାରେ ଭାରତୀୟ ଶକ୍ତି ସପ୍ତାହ (ଆଇଇଡବ୍ଲୁ)ର ଉଦଘାଟନ କରିଛନ୍ତି । ଭାରତୀୟ ତୈଳ ସଂସ୍ଥାର ପଦକ୍ଷେପ ‘ଅନବଟଲଡ’ ସ୍ୱରୂପ ପ୍ରଧାନମନ୍ତ୍ରୀ ପୋଷାକ ଉନ୍ମୋଚନ କରିଛନ୍ତି । ଏହି ପୋଷାକଗୁଡ଼ିକ ପିଇଟି ବଟଲ ପୁନଃପ୍ରକ୍ରିୟାକରଣ ଜରିଆରେ ହୋଇଛି । ସେ ମଧ୍ୟ ଭାରତୀୟ ତୈଳ ସଂସ୍ଥାର ଇନଡୋର ସୋଲାର କୁକିଂ ସିଷ୍ଟମ ଅନ୍ତର୍ଗତ ଟୁଇନ କୁକଟପ୍ ମଡେଲ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଏହାର ବାଣିଜି୍ୟକ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି (୨୦-୧୦-୨୦୨୧) ବୈଶ୍ୱିକ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟ ନିବାହୀ ଓ ବିଶେଷଜ୍ଞଙ୍କ ସହ କରିବେ ମତ ବିନିମୟ
October 19th, 12:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୦-୧୦-୨୦୨୧) ସନ୍ଧ୍ୟା ୬ଟାବେଳେ ବୈଶ୍ୱିକ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓ ବିଶେଷଜ୍ଞଙ୍କ ସହ ଭିଡିଓ କନ୍ଫରେନ୍ସି ଜରିଆରେ ମତ ବିନିମୟ କରିବେ । ତୈଳ ଓ ବାଷ୍ପ କ୍ଷେତ୍ରରେ ଥିବା ବିଶେଷଜ୍ଞମାନଙ୍କ ସହ ୨୦୧୬ ମସିହାରୁ ଏପରି ମତ ବିନିମୟ ହୋଇ ଆସୁଥିବାବେଳେ, ଏହା ହେଉଛି ଷଷ୍ଠ ବାର୍ଷିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏହି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଉପରେ ଅ।।ଲୋଚନା କରିବା ସହ ଭାରତରେ ଏ ସଂକ୍ରାନ୍ତ ପୁଞ୍ଜିନିବେଶ ସମ୍ଭାବନା ନେଇ ମଧ୍ୟ ଆଲୋଚନା କରିଥାନ୍ତି ।ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
June 05th, 11:05 am
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନିତୀନ ଗଡ଼କରୀ ମହାଶୟ, ନରେନ୍ଦ୍ର ସିଂହ ତୋମର ମହାଶୟ, ପ୍ରକାଶ ଜାବଡେକର ମହାଶୟ, ପୀୟୂଷ ଗୋୟଲ ମହାଶୟ, ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଗୁଜରାଟ ଖେଡ଼ାର ସାଂସଦ ଦେବୁସିଂହ ଜେସିଂଭାଇ ଚୌହାନ ମହାଶୟ, ୟୁପିର ହରଦୋଇର ସାଂସଦ ଭାଇ ଜୟପ୍ରକାଶ ରାୱତ ମହାଶୟ, ପୁଣେର ମେୟର ମୁରଲୀଧର ମହୋଲ ମହାଶୟ, ପିମ୍ପିରୀ ଚିଞ୍ଚୱାଡ଼ ମହାନଗର ନିଗମର ମେୟର ଭଉଣୀ ଉଷା ମହାଶୟା, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ,ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
June 05th, 11:04 am
ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ଯୋଗେ ଉଦ୍ବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ମିଳିତ ଭାବେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ପୁନେର ଜଣେ କୃଷକଙ୍କ ସହିତ ଭାବ ବିନିମୟ କରିଥିଲେ ଏବଂ ସେହି କୃଷକ ଜୈବ କୃଷି ଓ କୃଷି କ୍ଷେତ୍ରରେ ଜୈବଇନ୍ଧନ ବ୍ୟବହାର ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ ।ବ୍ରାଜିଲ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ବିନିମୟ ହୋଇଥିବା ବୁଝାମଣା / ରାଜିନାମାର ତାଲିକା
January 25th, 03:00 pm
ବ୍ରାଜିଲ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ବିନିମୟ ହୋଇଥିବା ବୁଝାମଣା / ରାଜିନାମାର ତାଲିକାବ୍ରାଜିଲ ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତ ଅବସରରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
January 25th, 01:00 pm
ମୋର ମିତ୍ର ରାଷ୍ଟ୍ରପତି ବୋଲ୍ସୋନାରୋ ଏବଂ ତାଙ୍କର ଉଚ୍ଚସ୍ତରୀୟ ପ୍ରତିନିଧଙ୍କୁ ମୁଁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରୁଛି । ଗତ ଆଠମାସ ମଧ୍ୟରେ ଏହା ହେଉଛି ଆମର ତୃତୀୟ ସାକ୍ଷାତ । ଏହା ଆମମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମିତ୍ରତା ଏବଂ ଦୁଇ ଦେଶ ମଧ୍ୟରେ ନିବିଡ ହେଉଥିବା ସଂପର୍କଙ୍କୁ ଦର୍ଶାଉଛି ।International Solar Alliance has created a large platform in order to ensure climate justice: PM Modi
October 02nd, 08:17 pm
Prime Minister Shri Narendra Modi, today inaugurated the first assembly of the International Solar Alliance at Vigyan Bhavan in New Delhi. Addressing the first assembly of the ISA, PM Modi said, “I believe the role OPEC is playing today, will be played by International Solar Alliance in time to come as far as world's energy requirement are concerned. Role being played by oil wells today will one day be played by sun rays.”ଆନ୍ତରାଷ୍ଟ୍ରୀୟ ସୌର ସଂଗଠନର ପ୍ରଥମ ଅଧିବେଶନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
October 02nd, 08:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ବିଜ୍ଞାନ ଭବନଠାରେ ଆୟୋଜିତ ଆନ୍ତରାଷ୍ଟ୍ରୀୟ ସୌର ସଂଗଠନ (International Solar Alliance) ର ପ୍ରଥମ ଅଧିବେଶନକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଆଇଓଆରଏ ଅକ୍ଷୟ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ, ଏବଂ ଦ୍ୱିତୀୟ ବୈଶ୍ୱିକ ରି-ଇନଭେଷ୍ଟ (ଅକ୍ଷୟ ଶକ୍ତି ନିବେଶକମାନଙ୍କର ବୈଠକ ଏବଂ ପ୍ରଦର୍ଶନୀ) ର ଉଦଘାଟନକୁ ମଧ୍ୟ ଦର୍ଶାଏ ।