ସରକାରୀ ଯୋଜନା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ କଲେ ଛତିଶଗଡ ଜନଜାତି ମହିଳା

January 08th, 03:15 pm

ଛତିଶଗଡ଼ର କାଙ୍କେରର ଜଣେ କୃଷକ ପରିବାରର ଶ୍ରୀମତୀ ଭୂମିକା ଭୂଆରୟା ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ସୂଚନା ଦେଇଥିଲେ ଯେ ସେ ତାଙ୍କ ଗାଁର ୨୯ଟି ବନ ଧନ ଗୋଷ୍ଠୀ ମଧ୍ୟରୁ ଗୋଟିଏର ସଚିବ ଭାବରେ କାର୍ଯ୍ୟ କରନ୍ତି ଏବଂ ସେ ବନ ଧନ ଯୋଜନା, ଉଜ୍ଜ୍ୱଳା ଗ୍ୟାସ ସଂଯୋଗ, ଜଳ ଜୀବନ, ମନରେଗା କାର୍ଡ , ରାସନ କାର୍ଡ, ଏବଂ ପିଏମ୍ କିଷାନ ସମ୍ମାନ ନିଧି ସମେତ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇଛନ୍ତି ।