ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (ବିଏଏସ୍‌): ୨୦୨୮ରେ ପ୍ରଥମ ମଡ୍ୟୁଲ୍‌ ଉତକ୍ଷେପଣ ସହିତ ବୈଜ୍ଞାନିକ ଗବେଷଣା ପାଇଁ ପ୍ରତିଷ୍ଠା ହେବ ଆମର ନିଜସ୍ୱ ମହାକାଶ କେନ୍ଦ୍ର

September 18th, 04:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗଗନଯାନ କାର୍ଯ୍ୟକ୍ରମର ପରିସରକୁ ବିସ୍ତାର କରି ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରଥମ ୟୁନିଟ୍ ନିର୍ମାଣ କୁ ମଞ୍ଜୁରୀ ମିଳିଛି । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (ବିଏଏସ-୧)ର ପ୍ରଥମ ମଡ୍ୟୁଲର ବିକାଶ ଏବଂ ବିଏଏସ ନିର୍ମାଣ ଓ ପରିଚାଳନା ପାଇଁ ବିଭିନ୍ନ ଜ୍ଞାନକୌଶଳ ପ୍ରଦର୍ଶନ ଓ ପ୍ରମାଣିତ କରିବା ପାଇଁ ମିଶନ ହାତକୁ ନେବା ପାଇଁ ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛି । ଗଗନଯାନ କାର୍ଯ୍ୟକ୍ରମର ପରିସର ଓ ପାଣ୍ଠି ବିନିଯୋଗରେ ସଂଶୋଧନ କରି ବିଏଏସ୍ ଓ ପୂର୍ବଅଭିଯାନ ଅଭିଯାନ ନିମନ୍ତେ ନୂତନ ବିକାଶ ଏବଂ ବର୍ତ୍ତମାନର ଗଗନଯାନ କାର୍ଯ୍ୟକ୍ରମ ପୂରଣ ପାଇଁ ଅତିରିକ୍ତ ଆବଶ୍ୟକତା ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି ।