ମିଳିତ ବିବୃତି: ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ବାର୍ଷିକ ଶିଖର ସମ୍ମିଳନୀ

November 19th, 11:22 pm

୧୯ନଭେମ୍ବର ୨୦୨୪ରେ ରିଓ ଡି ଜେନେରିଓ ଠାରେ ଗ୍ରୁପ୍ ଅଫ୍ ୨୦ (ଜି-୨୦) ଶିଖର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କ ଉପସ୍ଥିତିରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୨୦୨୫ରେଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀର ପଞ୍ଚମ ବାର୍ଷିକୀ ପୂର୍ବରୁ ଉଭୟ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ଅକ୍ଷୟ ଶକ୍ତି, ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ଶିକ୍ଷା ଏବଂ ଗବେଷଣା,ଦକ୍ଷତା, ଗତିଶୀଳତା, ବିଜ୍ଞାନ ଏବଂପ୍ରଯୁକ୍ତି ବିଦ୍ୟା ଏବଂବହୁପାକ୍ଷିକ ସହଯୋଗ ଭଳି ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବିଷୟରେ ସେ ଉଲ୍ଲେଖ କରିଥିଲେ ।

ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ

October 28th, 12:47 pm

ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବହୁମୁଖୀ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

ବେଙ୍ଗାଲୁରୁରେ କୋଠା ଭୁଶୁଡ଼ି ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ,ପିଏମଏନଆରଏଫରୁ ସହାୟତା ଘୋଷଣା

October 24th, 07:47 am

ବେଙ୍ଗାଲୁରୁରେ କୋଠା ଭୁଶୁଡ଼ି ଲୋକଙ୍କ ଜୀବନ ହାନି ଘଟଣାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ପିଏମଏନଆରଏଫରୁ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।

ଭାରତ ଏବଂ ମାଳଦ୍ୱୀପ: ବ୍ୟାପକ ଅର୍ଥନୈତିକ ଏବଂ ସାମୁଦ୍ରିକ ସୁରକ୍ଷା ଭାଗିଦାରୀ ପାଇଁ ଏକ ଦୃଷ୍ଟିକୋଣ

October 07th, 02:39 pm

07.10.2024 : ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଡ. ମହମ୍ମଦ ମୁଇଜୁ ୭ ଅକ୍ଟୋବର ୨୦୨୪ରେ ସାକ୍ଷାତ କରି ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ଦିଗର ସମୀକ୍ଷା କରିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ଦିଗକୁ ବ୍ୟାପକ ଭାବେ ସମୀକ୍ଷା କରିଥିଲେ ଏବଂ ଉଭୟ ଦେଶର ଐତିହାସିକ ଘନିଷ୍ଠ ଏବଂ ସ୍ୱତନ୍ତ୍ର ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ହୋଇଥିବା ଅଗ୍ରଗତିକୁ ଉଲ୍ଲେଖ କରିଥିଲେ ଯାହା ଦୁଇ ଦେଶର ଜନସାଧାରଣଙ୍କ ଉନ୍ନତିରେ ଅତ୍ୟନ୍ତ ସହାୟକ ହୋଇଛି ।

ଶ୍ରୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

June 27th, 04:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ତାଙ୍କର ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଅର୍ଥନୈତିକ ଉନ୍ନତି, କୃଷି ଏବଂ ଜଳସେଚନ କ୍ଷେତ୍ରର ଅଭିବୃଦ୍ଧି କରିବାରେ ଶ୍ରୀ ନାଦାପ୍ରଭୁ କେମ୍ପେଗୌଡା ଅଗ୍ରଣୀ ଥିଲେ ।

Bengaluru Viksit Bharat Ambassadors Gather for an ‘Evening of Music and Meditation’ on Ram Navami

April 18th, 05:13 pm

On Wednesday, April 17th, over 10,000 people from different s gathered at The Art of Living International Centre in Bengaluru for an event called An Evening of Music and Meditation with Viksit Bharat Ambassadors. The attendees included people from all walks of life, including Art of Living disciples, instructors, professionals, and educated inpiduals of various ages.

ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ସେଣ୍ଟର ଉଦଘାଟନ ଏବଂ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 19th, 03:15 pm

ମୁଁ ବେଙ୍ଗାଲୁରୁକୁ ବିଦେଶରୁ ଆସିଥିବା ସମସ୍ତ ଅତିଥିମାନଙ୍କୁ ବିଶେଷ ଶୁଭେଚ୍ଛା ଜଣାଉଛି । ବେଙ୍ଗାଲୁରୁ ହେଉଛି ଏକ ସହର ଯାହା ଆକାଂକ୍ଷାକୁ ଉଦ୍ଭାବନ ଏବଂ ଉପଲବ୍ଧି ସହିତ ଯୋଡିଥାଏ | ବେଙ୍ଗାଲୁରୁ ଭାରତର ବୈଷୟିକ ସମ୍ଭାବନାକୁ ବିଶ୍ୱ ଚାହିଦା ସହ ଯୋଡ଼ିଛି। ବୋଇଂର ନୂଆ ଗ୍ଲୋବାଲ ଟେକ୍ନୋଲୋଜି କ୍ୟାମ୍ପସ ମଧ୍ୟ ବେଙ୍ଗାଲୁରୁର ଏହି ପରିଚୟକୁ ସୁଦୃଢ଼ କରିବାକୁ ଯାଉଛି। ଆମେରିକା ବାହାରେ ଏହା ବୋଇଂର ସବୁଠାରୁ ବଡ଼ ସୁବିଧା ହେବ। ତେଣୁ ଏହି ସୁବିଧା କେବଳ ଭାରତନୁହେଁ ସମଗ୍ର ବିଶ୍ୱର ବିମାନ ଚଳାଚଳ ବଜାରକୁ ଏକ ନୂତନ ଶକ୍ତି ଦେବାକୁ ଯାଉଛି । କିନ୍ତୁ ସାଥୀମାନେ, ଏହି ସୁବିଧାର ଗୁରୁତ୍ୱ କେବଳ ସେତିକି ନୁହେଁ । ଏହା ବୈଶ୍ୱିକ ଜ୍ଞାନକୌଶଳ, ଗବେଷଣା ଏବଂ ଉଦ୍ଭାବନ, ଡିଜାଇନ୍ ଏବଂ ଚାହିଦା ବୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି । ଏହି ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ୱାର୍ଲ୍ଡ ଏହି ସଂକଳ୍ପକୁ ଦୃଢ଼ କରିଥାଏ। ଏହି କ୍ୟାମ୍ପସ ଭାରତର ପ୍ରତିଭା ଉପରେ ବିଶ୍ୱର ବିଶ୍ୱାସକୁ ଆହୁରି ମଜବୁତ କରିଥାଏ । ଏହି ଦିବସରେ ଏହା ମଧ୍ୟ ପାଳନ କରାଯାଏ ଯେ ଦିନେ ଭାରତ ମଧ୍ୟ ଏହି କେନ୍ଦ୍ରରେ ଭବିଷ୍ୟତର ବିମାନ ଡିଜାଇନ୍ କରିବ ଏବଂ ତେଣୁ ମୁଁ ବୋଇଂର ସମଗ୍ର ପରିଚାଳନା, ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।

କର୍ଣ୍ଣାଟକର ବେଙ୍ଗାଲୁରୁରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

January 19th, 02:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର (ବିଆଇଇଟିସି) କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ୧୬୦୦ କୋଟି ଟଙ୍କା ନିବେଶରେ ନିର୍ମିତ ଏହି ୪୩ ଏକର ପରିମିତ କ୍ୟାମ୍ପସ ଆମେରିକା ବାହାରେ ବୋଇଂର ସବୁଠାରୁ ବଡ଼ ପୁଞ୍ଜିନିବେଶ। ପ୍ରଧାନମନ୍ତ୍ରୀ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ବଢୁଥିବା ବିମାନ ଚଳାଚଳ କ୍ଷେତ୍ରରେ ସମଗ୍ର ଭାରତରୁ ଅଧିକ ଝିଅଙ୍କ ପ୍ରବେଶକୁ ପ୍ରୋତ୍ସାହିତ କରିବା ।

ଜାନୁଆରୀ ୧୯ରେ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 17th, 09:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୯ ରେ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ସୋଲାପୁରରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଅପରାହ୍ନ ପ୍ରାୟ ୨ଟା ୪୫ ରେ ପ୍ରଧାନମନ୍ତ୍ରୀ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟରକୁ ଉଦଘାଟନ କରିବା ସହ କର୍ଣ୍ଣାଟକର ବେଙ୍ଗାଲୁରୁରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ ୬ ଟାରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ଚେନ୍ନାଇଠାରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୩ର ଉଦଘାଟନୀ ସମାରୋହରେ ଯୋଗଦେବେ ।

କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଟି -୨ ପାଇଁ ବିଶ୍ୱ ସ୍ୱତନ୍ତ୍ର ପୁରସ୍କାର ଜିତିଥିବାରୁ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

December 23rd, 05:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିମାନବନ୍ଦର ବର୍ଗରେ ଆଭ୍ୟନ୍ତରୀଣ ୨୦୨୩ ପାଇଁ ବିଶ୍ୱ ସ୍ୱତନ୍ତ୍ର ପୁରସ୍କାର ଜିତିଥିବା କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର, ଟର୍ମିନାଲ ୨ ପାଇଁ ବେଙ୍ଗାଲୁରୁବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Aatmanirbharta in Defence: India First Soars as PM Modi Takes Flight in LCA Tejas

November 28th, 03:40 pm

Prime Minister Narendra Modi visited Hindustan Aeronautics Limited (HAL) in Bengaluru today, as the state-run plane maker experiences exponential growth in manufacturing prowess and export capacities. PM Modi completed a sortie on the Indian Air Force's multirole fighter jet Tejas.

ବେଙ୍ଗାଲୁରୁ ମେଟ୍ରୋ ପର୍ପଲ ଲାଇନର ଦୁଇ ପ୍ରମୁଖ ଷ୍ଟ୍ରେଚରେ ସେବା ଆରମ୍ଭ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

October 09th, 06:28 pm

ବେଙ୍ଗାଲୁରୁ ମେଟ୍ରୋ ପର୍ପଲ ଲାଇନର ଦୁଇ ପ୍ରମୁଖ ଷ୍ଟ୍ରେଚରେ ସେବା ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।

ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସକୁ ସଫଳ ଯାତ୍ରା ପରେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ସାହଜନକ ସ୍ୱାଗତ

August 26th, 10:08 am

ଆଜି ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ପରେ ଗ୍ରୀସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ଥାନୀୟ ନେତାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ବୈଠକ ଏବଂ ଆଲୋଚନା କରିଥିଲେ। ସେ ଉଭୟ ଦେଶର ଭାରତୀୟ ଗୋଷ୍ଠୀ ସହିତ ମଧ୍ୟ ସାକ୍ଷାତ କରିଥିଲେ। ଭିସି ମାଧ୍ୟମରେ ଚନ୍ଦ୍ରଯାନ -3 ମୁନ ଲ୍ୟାଣ୍ଡର ଅବତରଣକୁ ଦେଖିଥିବା ପ୍ରଧାନମନ୍ତ୍ରୀ ପରେ ଇସ୍ରୋ ଟିମ ସହ ସାକ୍ଷତ କରିବାକୁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି।

ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରୁ ଫେରିବା ପରେ ତୁରନ୍ତ ଅଗଷ୍ଟ ୨୬ ରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

August 25th, 08:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୬ ତାରିଖ ସକାଳ ପ୍ରାୟ ୭:୧୫ ରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟ୍ରାକ୍) ପରିଦର୍ଶନ କରିବେ । ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତରୁ ଫେରିବା ପରେ ସେ ତୁରନ୍ତ ବେଙ୍ଗାଲୁରୁରେ ପହଞ୍ଚିବେ ।

ଜି-୨୦ ଡିଜିଟାଲ ଅର୍ଥନୀତି ମନ୍ତ୍ରୀସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

August 19th, 11:05 am

ମୁଁ ‘ନମ୍ମୋ ବେଙ୍ଗାଲୁରୁ'ରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଏହା ଏକ ଏମିତି ସହର ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ଏବଂ ଉଦ୍ୟୋଗର ଭାବନାର ଘର ଅଟେ । ଡିଜିଟାଲ ଅର୍ଥନୀତି ବିଷୟରେ ଆଲୋଚନା କରିବା ପାଇଁ ବେଙ୍ଗାଲୁରୁ ଠାରୁ ଭଲ ସ୍ଥାନ ଆଉ ନାହିଁ!

ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକରେ ଉଦ୍ବୋଧନ

August 19th, 09:00 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୮-୨୦୨୩) ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ଜରିଆରେ ସମ୍ବୋଧନ କରିଛନ୍ତି ।

ବେଙ୍ଗାଲୁରୁର କେମ୍ବ୍ରିଜ ଲେଆଉଟଠାରେ ଭାରତର ପ୍ରଥମ ୩ଡି ମୁଦ୍ରିତ ପୋଷ୍ଟ ଅଫିସର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

August 18th, 01:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର କେମ୍ବ୍ରିଜ ଲେଆଉଟଠାରେ ଭାରତର ପ୍ରଥମ ୩ଡି ମୁଦ୍ରିତ ଡାକ ଅଫିସ୍ ଆମ ଦେଶର ଅଭିନବ ତଥା ପ୍ରଗତିର ପ୍ରମାଣ ବୋଲି କହିଛନ୍ତି ।

ମହାରାଷ୍ଟ୍ରର ପୁଣେରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 01st, 02:00 pm

ବାସ୍ତବରେ, ଭାରତର ସ୍ୱାଧୀନତା ଆନେ୍ଦାଳନକୁ ପୁଣେର ବହୁତ ବଡ ଯୋଗଦାନ ରହିଛି । ପୁଣେ, ବାଲ ଗଙ୍ଗାଧର ତିଲକଙ୍କ ଭଳି ଅନେକ ବିପ୍ଳବୀ, ସ୍ୱାଧୀନତା ସଗ୍ରାମୀ ଦେଶକୁ ଦେଇଛି । ଆଜି ମଧ୍ୟ ହେଉଛି ଲୋକଶାହିର ଅନ୍ନା ଭାଉ ସାଠେଙ୍କ ଜୟନ୍ତି । ଏହା ହେଉଛି ଆମ ସମସ୍ତଙ୍କ ପାଇଁ ବହୁତ ବିଶେଷ ଦିନ । ଅନ୍ନା ଭାଉ ସାଠେ, ମହାନ ସମାଜ ସଂସ୍କାରକ ଥିଲେ, ବାବା ସାହେବ ଆମ୍ବେଦକରଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ । ଆଜି ମଧ୍ୟ ବ୍ୟାପକ ସଂଖ୍ୟାରେ ଛାତ୍ର ଏବଂ ବିଦ୍ୱାନ ତାଙ୍କ ସାହିତ୍ୟ ଉପରେ ଗବେଷଣା କରୁଛନ୍ତି । ଅନ୍ନା ଭାଉ ସାଠେଙ୍କ କାର୍ଯ୍ୟ, ତାଙ୍କର ଆହ୍ୱାନ ଆଜି ମଧ୍ୟ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

August 01st, 01:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧.୦୮.୨୦୨୩) ପୁଣେ ମେଟ୍ରୋର ସମ୍ପୂର୍ଣ୍ଣ ହୋଇଥିବା ସେକ୍ସନରେ ପତାକା ଦେଖାଇ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପିମ୍ପ୍ରିଂ ଛିନ୍ଦୱାର ପୌର ମହାନିଗମ ପିସିଏମ୍‌ସି ଅଧୀନରେ ନିର୍ମିତ ୧୨୮୦ ଗୃହ ଓ ପୁଣେ ପୌରନିଗମ ଅଧୀନରେ ନିର୍ମିତ ୨୬୫୦ ପିଏମ୍‌ଏୱାଇ ଆବାସ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିଛନ୍ତି । ଏହାଛଡା ପିସିଏମ୍‌ସି ଦ୍ୱାରା ନିର୍ମିତ ହେବାକୁ ଥିବା ୧୧୯୦ ଓ ପୁଣେ ମହାନଗର ଆଞ୍ଚଳିକ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ହେବାକୁ ଥିବା ୬୪୦୦ ଆବାସସ୍ଥଳୀର ଶିଳାନ୍ୟାସ କରିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀ ମଧ୍ୟ ପିସିଏମ୍‌ସି ଦ୍ୱାରା ୩୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ବର୍ଜ୍ୟରୁ ଶକ୍ତି କାରାଖାନାର ମଧ୍ୟ ଉଦ୍‌ଘାଟନ କରିଛନ୍ତି ।

ଏସଡବ୍ଲ୍ୟୁଏଏମଆଇଏଚ ପାଣ୍ଠିରେ ବେଙ୍ଗାଲୁରୁର ପ୍ରଥମ ପ୍ରକଳ୍ପରେ ନୂତନ ଘର ମାଲିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

July 03rd, 10:08 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସଡବ୍ଲ୍ୟୁଏଏମଆଇଏଚ ପାଣ୍ଠିରେ ବେଙ୍ଗାଲୁରୁରେ ପ୍ରଥମ ପ୍ରକଳ୍ପ ଅଧୀନ ନୂତନ ଘର ମାଲିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରକଳ୍ପରେ ୩,୦୦୦ରୁ ଅଧିକ ପରିବାର ସେମାନଙ୍କ ସ୍ୱପ୍ନର ଘର ପାଇପାରିଛନ୍ତି ।