We consider Israel an important development partner: PM Modi
July 04th, 07:26 pm
ଶାଲୋମ୍ ଲେ କୁଲାମ୍ ଆନି ସେମ୍ୟା ମାୟୋଧ ଲେହିୟୋଦ୍ ପୋ (ମୁଁ ଇସ୍ରାଏଲକୁ ଆସି ଖୁବ୍ ଆନନ୍ଦିତ) ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଐତିହାସିକ ଇସ୍ରାଏଲ ଗସ୍ତ ପାଇଁ ସୌଭାଗ୍ୟ ପାଇଥିବାରୁ ମୁଁ ଗର୍ବିତ । ମୁଁ ମୋର ବନ୍ଧୁ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ତାଙ୍କ ଆମନ୍ତ୍ରଣ ଏବଂ ମୋର ଏପରି ଭବ୍ୟ ସ୍ୱାଗତ ଲାଗି ଧନ୍ୟବାଦ ଜଣାଉଛି । ଆମ ସମାଜ ମଧ୍ୟରେ ରହିଥିବା ଶତାଧିକ ବର୍ଷର ପୁରୁଣା ସମ୍ପର୍କକୁ ମୋର ଏହି ଗସ୍ତ ପାଳନ କରୁଛି । ଏହି ସ୍ନେହ-ବନ୍ଧନ ଯୋଗୁଁ 25 ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଆମର କୂଟନୈତିକ ସମ୍ପର୍କ ଆହୁରି ସୁଦୃଢ଼ ଏବଂ ସ୍ଥିର ଭାବେ ଅଗ୍ରଗତି କରିଛି ।ଇସ୍ରାଏଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ବେନ ଗୁରିଅନ୍ ବିମାନବନ୍ଦରରେ ରାଜକୀୟ ସ୍ୱାଗତ
July 04th, 07:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେନ୍ ଗୁରିଅନ୍ ବିମାନବନ୍ଦରରେ ପହଂଚିଥିଲେ ।ବିସ୍ତୃତ ସରକାରୀ ସ୍ୱାଗତ କାର୍ଯ୍ୟକ୍ରମରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କ ବିବୃତି ହିନ୍ଦୀରେ ଜାରି କରିଥିଲେ । “ଆପ୍ କା ସ୍ୱାଗତ ହେ ମେରେ ଦୋସ୍ତ” (ହେ ମୋର ବନ୍ଧୁ, ଆପଣଙ୍କୁ ସ୍ୱାଗତ) । ସେ କହିଥିଲେ ପ୍ରଧାନମନ୍ତ୍ରୀଙ୍କୁ ଆମ ଦେଶ ଖୋଲା ହୃଦୟରେ ସ୍ୱାଗତ କରୁଛି । ଦୁଇ ଦେଶ ମଧ୍ୟରେ ସହଯୋଗର କୌଣସି ସୀମା ନାହିଁ । ସେ ପ୍ରଧାନମନ୍ତ୍ରୀଙ୍କୁ ଜଣେ ମହାନ ନେତା ଏବଂ ବିଶ୍ୱ ନେତା ଭାବେ ବର୍ଣ୍ଣନା କରିଥିଲେ ।Historic welcome for a historic visit
July 04th, 06:45 pm
Prime Minister Narendra Modi touched down to a warm welcome in Tel Aviv, Israel. This marked the beginning of a historic visit by any Indian Prime Minister. In a special gesture, Israeli PM Benjamin Netanyahu himself received Prime Minister Modi at the airport. Shri Modi was also given a ceremonial welcome at the airport.