
ବେଲଜିୟମ୍ର ପ୍ରଧାନମନ୍ତ୍ରୀ ପଦବୀ ଗ୍ରହଣ କରିଥିବାରୁ ବାର୍ଟ ଡେ ୱେଭର୍ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
February 04th, 09:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଲ୍ଜିୟମ୍ର ପ୍ରଧାନମନ୍ତ୍ରୀ ପଦବୀ ଗ୍ରହଣ କରିଥିବାରୁ ଶ୍ରୀ ବାର୍ଟ ଡେ ୱେଭର୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଭାରତ-ବେଲ୍ଜିୟମ୍ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ବିଶ୍ୱ ପ୍ରସଙ୍ଗରେ ସହଯୋଗ ବୃଦ୍ଧି କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ।