PM Modi and Trump Forge a MEGA India-US Partnership

PM Modi and Trump Forge a MEGA India-US Partnership

February 14th, 06:46 pm

Prime Minister Narendra Modi’s recent visit to the United States was a momentous occasion, reflecting the deepening strategic, economic, and cultural ties between the two nations. Over his stay, PM Modi engaged in a series of high-profile meetings and discussions with U.S. leaders, business tycoons, and the Indian diaspora, covering critical areas such as defense, trade, investment, technology, and diplomacy. The visit reaffirmed the strong relationship between India and the U.S., positioning both nations as global partners in shaping a new world order.

ଭାରତୀୟ ପାଣିପାଗ ବିଭାଗ ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଭାରତୀୟ ପାଣିପାଗ ବିଭାଗ ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 14th, 10:45 am

କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଡବ୍ଲୁଏମଓ ର ମହାସଚିବ ପ୍ରଫେସର ସେଲେସ୍ତେ ସାଓଲୋ ଜୀ, ବିଦେଶରୁ ଆସିଥିବା ଆମର ଅତିଥିବୃନ୍ଦ, ଆର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ ଜୀ, ଆଇଏମଡିର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଜୀ, ଅନ୍ୟ ମହାନୁଭବ, ସମସ୍ତ ବୈଜ୍ଞାନିକ ଓ ବିଭିନ୍ନ ବିଭାଗ ଏବଂ ସଂସ୍ଥାନର ଅଧିକାରୀ, ସଜ୍ଜନ ମଣ୍ଡଳୀ …

ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 14th, 10:30 am

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି । ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ପୃକ୍ତ ବିଭାଗର ଦେଢ ଶହତମ ଯାତ୍ରା କେବଳ ବିଭାଗର ସଫଳ ଯାତ୍ରାକୁ ବଖାଣୁନାହିଁ ବରଂ ଏହା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଗାଥା ପ୍ରକାଶ କରୁଛି । ଏତେ ଦିନ ଭିତରେ ଆଇଏମଡି ଲକ୍ଷ ଲକ୍ଷ ଭାରତୀୟଙ୍କ ସେବା କରିଆସିଛି ଓ ଏହା ବିଜ୍ଞାନର ଅଗ୍ରଗତିର ଏକ ପ୍ରତୀକ । ଆଇଏମଡିର ସଫଳତା ପାଇଁ ଏହି ଅବସରରେ ଏକ କଏନ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୪୭ରେ ଭାରତର ଶହେତମ ବର୍ଷ ପୂର୍ତି ଉପଲକ୍ଷେ ଆଇଏମଡିର ଭବିଷ୍ୟତ ରୂପରେଖ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ସାରା ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ ।

ରାଷ୍ଟ୍ରପତି ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

August 26th, 10:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ୍ ଆର ବାଇଡେନଙ୍କ ଠାରୁ ଏକ ଟେଲିଫୋନ୍ କଲ୍ ଆସିଛି ।

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତାଙ୍କଠାରୁ ଟେଲିଫୋନ୍ କଲ୍ ପାଇଲେ ପ୍ରଧାନମନ୍ତ୍ରୀ

August 16th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।

ବାଂଲାଦେଶରେ ନୂତନ ଦାୟିତ୍ୱ ଗ୍ରହଣ ପାଇଁ ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

August 08th, 10:26 pm

ବାଂଲାଦେଶରେ ନୂତନ ଭାବେ ଗଠିତ ଅନ୍ତରୀଣ ସରକାରରେ ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶୁଭେଚ୍ଛା ଜଣାଇଛନ୍ତି ।

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି

June 22nd, 01:00 pm

ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଏବଂ ତାଙ୍କପ୍ରତିନିଧି ଦଳକୁ ମୁଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ପ୍ରାୟ ଗତ ଏକ ବର୍ଷ ମଧ୍ୟରେ ଆମେ ୧୦ ଥର ସାକ୍ଷାତ କରିଛୁ । କିନ୍ତୁ ଆଜିର ବୈଠକ ହେଉଛି ସ୍ୱତନ୍ତ୍ର । କାରଣ ଆମ ସରକାରର ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଆମର ପ୍ରଥମ ରାଷ୍ଟ୍ର ଅତିଥି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

June 05th, 08:04 pm

ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ୧୮ତମ ଲୋକସଭା ନିର୍ବାଚନରେ ଏନ୍‌ଡିଏର ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କ୍ରମାଗତ ଚତୁର୍ଥ ଥର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

January 08th, 07:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ କଥା ହୋଇ ସଂସଦୀୟ ନିର୍ବାଚନରେ କ୍ରମାଗତ ଚତୁର୍ଥ ଥର ପାଇଁ ବିଜୟୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତ୍ରିପୁରାରେ ଖୋୱାଇ-ହରିନା ରାସ୍ତାର ୧୩୫ କିଲୋମିଟର ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ କୁ କ୍ୟାବିନେଟ ମଞ୍ଜୁରୀ

December 27th, 08:36 pm

: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ତ୍ରିପୁରା ରାଜ୍ୟରେ ମୋଟ ୧୩୪.୯୧୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଜାତୀୟ ରାଜପଥ-୨୦୮ର କିଲୋମିଟର ୧୦୧.୩୦୦ (ଖୋୱାଇ) ରୁ କିଲୋମିଟର ୨୩୬.୨୧୩ (ହରିନା) ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ଏବଂ ପ୍ରଶସ୍ତୀକରଣ ପାଇଁ ଅନୁମୋଦନ ଦେଇଛି ।

ନଭେମ୍ବର ୧ ରେ ଭାରତ ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ମିଳିତ ଭାବେ ୩ ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ

October 31st, 05:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀମହାମହିମ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧ ନଭେମ୍ବର ୨୦୨୩ପୂର୍ବାହ୍ନ ପ୍ରାୟ ୧୧ଟା ରେ ମିଳିତ ଭାବେ ତିନୋଟି ଭାରତ ଦ୍ବାରା ସହାୟତା କରାଯାଇଥିବା ବିକାଶ ପ୍ରକଳ୍ପର ଉଦଘାଟନ କରିବେ । ଏହି ତିନୋଟି ପ୍ରକଳ୍ପ ହେଉଛିଆଖାଉରା - ଅଗରତାଲା ସୀମାପାର ରେଳ ସଂଯୋଗ; ଖୁଲନା - ମୋଙ୍ଗଲା ବନ୍ଦରରେଳ ଲାଇନ; ଏବଂ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟର ୟୁନିଟ୍ - ୨ ।

ପୁରୁଷ କ୍ରିକେଟ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଭାରତୀୟ କ୍ରିକେଟ ଟିମର ଚମତ୍କାର ବିଜୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

October 19th, 10:25 pm

ପୁରୁଷ କ୍ରିକେଟ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଭାରତୀୟ କ୍ରିକେଟ ଟିମର ଚମତ୍କାର ବିଜୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଗ୍ଲୋବାଲ ବାୟୋଫୁଏଲ୍ ଆଲାଏନ୍ସ(ଜିବିଏ) ଗଠନ

September 09th, 10:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର, ବାଂଲାଦେଶ, ଇଟାଲୀ, ଆମେରିକା, ବ୍ରାଜିଲ, ଆର୍ଜେଣ୍ଟିନା, ମରିସସ୍ ଏବଂ ୟୁଏଇ ନେତାମାନଙ୍କ ସହ ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅବସରରେ ୨୦୨୩ ସେପ୍ଟେମ୍ବର ୯ରେ ଗ୍ଲୋବାଲ ବାୟୋଫୁଏଲ ଆଲାଏନ୍ସ ବା ବୈଶ୍ୱିକ ଜୈବ ଇନ୍ଧନ ମିଳିତମଞ୍ଚର ଶୁଭାରମ୍ଭ କରିଛନ୍ତି ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ମହା ମହିମ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ

September 08th, 07:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି। 9-10 ସେପ୍ଟେମ୍ବର 2023 ରେ ଜି-20 ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ହସିନା ଅତିଥି ଦେଶ ଭାବରେ ଭାରତ ଗସ୍ତ କରିଛନ୍ତି।

ମରିସସ୍ ପ୍ରଧାନମନ୍ତ୍ରୀ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଆମେରିକା ରାଷ୍ଟ୍ରପତିଙ୍କ ସହ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ତିନୋଟି ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ

September 08th, 01:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ତିନୋଟି ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଏକ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି।

ଆସାମ ଓ ସମଗ୍ର ଉତ୍ତର-ପୂର୍ବରେ ପେଟ୍ରୋକେମିକାଲ କ୍ଷେତ୍ରର ବୃଦ୍ଧି ନିମନ୍ତେ ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

July 03rd, 10:02 pm

ଆସାମକୁ ପେଟ୍ରୋକେମିକାଲ୍ସର ଏକ ପ୍ରମୁଖ ରପ୍ତାନିକାରୀ କରିବା ପ୍ରୟାସ ଭାବେ ଆସାମର ପେଟ୍ରୋକେମିକାଲ ପ୍ଲାଣ୍ଟରୁ ବାଂଲାଦେଶରୁ ପ୍ରଥମ ମିଥାନଲ୍ ପରିବହନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଆଇଟିୟୁ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ନବାଚାର କେନ୍ଦ୍ରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 22nd, 03:34 pm

ଆଜିକାର ଦିନ ହେଉଛି ବହୁତ ବିଶେଷ, ହେଉଛି ବହୁତ ପବିତ୍ର। ଆଜିଠାରୁ ‘ହିନ୍ଦୁ କ୍ୟାଲେଣ୍ଡର’ର ନୂତନ ବର୍ଷ ଆରମ୍ଭ ହୋଇଛି । ମୁଁ ଆପଣ ସମସ୍ତଙ୍କୁ ଆଉ ସମସ୍ତ ଦେଶବାସୀଙ୍କୁ ବିକ୍ରମ ସମ୍ବତ 2080ର ବହୁତ- ବହୁତ ଶୁଭକାମନା ଜଣାଉଛି । ଆମର ଏତେ ବିଶାଳ ଦେଶରେ, ବିବିଧତାରେ ଭରି ରହିଥିବା ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଭିନ୍ନ- ଭିନ୍ନ କ୍ୟାଲେଣ୍ଡର ପ୍ରଚଳିତ ରହି ଆସିଛି। କୋଲ୍ଲମ କାଳର ହେଉଛି ମଲୟାଲମ କ୍ୟାଲେଣ୍ଡର, ହେଉଛି ତାମିଲ କ୍ୟାଲେଣ୍ଡର, ଯାହା ହଜାର- ହଜାର ବର୍ଷରୁ ଭାରତକୁ ତିଥି ସମ୍ବନ୍ଧିୟ ଜ୍ଞାନ ପ୍ରଦାନ କରି ଆସିଛି । ବିକ୍ରମ ସମ୍ବତ ମଧ୍ୟ 2080 ବର୍ଷ ପୂର୍ବରୁ ଚାଲି ଆସୁଛି । ଗ୍ରୀଗୋରିୟନ କ୍ୟାଲେଣ୍ଡରରେ ମଧ୍ୟ ଏବେ ବର୍ଷ 2023 ଚାଲୁ ରହିଛି, କିନ୍ତୁ ବିକ୍ରମ ସମ୍ବତ ହେଉଛି ତା’ଠାରୁ ମଧ୍ୟ 57 ବର୍ଷ ପୂର୍ବର। ମୁଁ ଖୁସି ଯେ ନବବର୍ଷର ପ୍ରଥମ ଦିନ ଟେଲିକମ୍, ଆଇସିଟି ଏବଂ ଏହା ସହିତ ଜଡ଼ିତ ନବସୃଜନକୁ ନେଇ ଏକ ବହୁତ ବଡ଼ ଶୁଭାରମ୍ଭ ଭାରତରେ ହେଉଅଛି । ଆଜି ଏଠାରେ ଅନ୍ତରାଷ୍ଟ୍ରୀୟ ଟେଲି- କମ୍ୟୁନିକେସନ୍ ୟୁନିୟନ (ଆଇଟିୟୁ)ର ଆଞ୍ଚଳିକ କାର୍ଯ୍ୟାଳୟ ଆଉ କେବଳ ଆଞ୍ଚଳିକ କାର୍ଯ୍ୟାଳୟ ନୁହେଁ, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ନବାଚାର କେନ୍ଦ୍ରର ସ୍ଥାପନା ହୋଇଛି। ଏହା ସହିତ ହିଁ ଆଜି 6-G ପରୀକ୍ଷାର ଜ୍ଞାନକୌଶଳର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି ଟେକ୍ନୋଲୋଜି ସହିତ ଆମର ଭିଜନ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରାଯାଇଛି । ଏହା ଡିଜିଟାଲ ଭାରତକୁ ନୂତନ ଉର୍ଜ୍ଜା ଦେବା ସହିତ ହିଁ ଦକ୍ଷିଣ ଏସିଆ ପାଇଁ, ଗ୍ଲୋବାଲ ସାଉଥ ପାଇଁ, ନୂତନ ସମାଧାନ, ନୂତନ ନବସୃଜନ ନେଇକରି ଆସିବ । ବିଶେଷ କରି ଆମର ଶୈକ୍ଷିକ, ଆମର ନବାଚାର- ଷ୍ଟାର୍ଟ ଅପ୍ସ, ଆମର ଶିଳ୍ପ ପାଇଁ ଏହାଦ୍ୱାରା ଅନେକ ନୂତନ ସୁଯୋଗ ସୃଷ୍ଟି ହେବ।

ଆଇଟିୟୁ କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

March 22nd, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ନୂତନ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ) କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉନ୍ମୋଚନ ଏବଂ ୬ଜି ଆରଆଣ୍ଡବି ପରୀକ୍ଷାଗାରର ଶୁଭାରମ୍ଭ କରିଛନ୍ତି । ସେ କଲ୍‍ ବିଫୋର ୟୁ ଡିଗ୍”’ ଆପ୍‌ର ମଧ୍ୟ ଶୁଭାରମ୍ଭ କରିଥିଲେ । ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) ପାଇଁ ଆଇଟିୟୁ ହେଉଛି ମିଳିତ ଜାତିସଂଘର ସ୍ୱତନ୍ତ୍ର ସଂସ୍ଥା । ମାର୍ଚ୍ଚ ୨୦୨୨ ରେ ଭାରତ କ୍ଷେତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଆଇଟିୟୁ ସହିତ ଏକ ଆୟୋଜକ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଏହା ଭାରତ, ନେପାଳ, ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ, ଆଫଗାନିସ୍ତାନ ଏବଂ ଇରାନକୁ ସେବା ଯୋଗାଇବ, ଦେଶ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପାରସ୍ପରିକ ଲାଭଦାୟକ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବ ।

ମାର୍ଚ୍ଚ ୨୨ ତାରିଖରେ ଆଇଟିୟୁ କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

March 21st, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମାର୍ଚ୍ଚ ୨୨ ତାରିଖ ଅପରାହ୍ନ ୧୨:୩୦ ରେ ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ଭାରତରେ ନୂତନ ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ)ର ସ୍ଥାନୀୟ କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଏବଂ ୬ଜି ଆରଆଣ୍ଡଡି ପରୀକ୍ଷାଗାର ଶୁଭାରମ୍ଭ କରିବେ । ସେ କଲ ବିଫୋର ୟୁ ଡିଗ୍‍” ଆପ୍‌ର ମଧ୍ୟ ଶୁଭାରମ୍ଭ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ଶ୍ରୀ ଶ୍ରୀ ହରିଚନ୍ଦ ଠାକୁର ଜୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

March 19th, 07:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଶ୍ରୀ ହରିଚନ୍ଦ ଠାକୁର ଜୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।