ଭାରତ-ବାଂଲାଦେଶ ବନ୍ଧୁତ୍ୱ ପାଇପଲାଇନର ମିଳିତ ଭର୍ଚୁଆଲ୍ ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
March 18th, 05:10 pm
ଆଜି ଭାରତ-ବାଂଲାଦେଶ ସମ୍ପର୍କ ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଭାରତ-ବାଂଲାଦେଶ ବନ୍ଧୁତ୍ୱ ପାଇପଲାଇନ - ଆମେ ସେପ୍ଟେମ୍ବର ୨୦୧୮ ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ । ମୁଁ ଖୁସି ଯେ ଆଜି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଏହାକୁ ଉଦଘାଟନ କରିବାର ସୁଯୋଗ ଆସିଛି ।ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ମିଳିତ ଭାବେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା
March 18th, 05:05 pm
ନୂଆଦିଲ୍ଲୀ, ୧୮-୩(ପିଆଇବି):ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମିଳିତ ଭାବେ ଭାରତ -ବାଂଲାଦେଶ ମୈତ୍ରୀ ପାଇପ ଲାଇନ (ଆଇବିଏଫପି)କୁ ଆଜି (୧୮.୩.୨୦୨୩) ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେପ୍ଟେମ୍ବର ୨୦୧୮ରେ ଏହି ପାଇପଲାଇନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ୨୦୧୫ ମସିହାଠାରୁ ନୁମାଲିଗଡ ବିଶୋଧନାଗାର ଲିମିଟେଡ ବାଂଲାଦେଶକୁ ପେଟ୍ରୋଲଜାତ ସାମଗ୍ରୀ ଯୋଗାଇ ଆସୁଛି । ଭାରତ ଓ ଏହାର ପଡୋଶୀଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ସୀମାପାର ଶକ୍ତି ପାଇପ ଲାଇନ ।ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କୁ କବରସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 27th, 01:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିନରେ ତୁଙ୍ଗିପାରାସ୍ଥିତ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ କବରସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବଙ୍ଗବନ୍ଧୁଙ୍କ କବରସ୍ଥଳ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା କୌଣସି ବିଦେଶୀ ସରକାରୀ ମୁଖ୍ୟ ଅବା ରାଷ୍ଟ୍ର ମୁଖ୍ୟଙ୍କ ପ୍ରଥମ ଯାତ୍ରା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନଦ୍ର ମୋଦୀ ଏହି ଐତିହାସିକ ଅବସରକୁ ସ୍ମରଣ କରିବା ସହ ସେଠାରେ ଏକ ବକୁଳ ଚାରା ରୋପଣ କରିଥିଲେ । ଏହି ଅବସରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ତଥା ତାଙ୍କ ଭଉଣୀ ଶେଖ୍ ରେହାନା ପ୍ରମୁଖ ଉପସ୍ଥିତ ଥିଲେ ।