ଶିବଶାହୀର ବାବାସାହେବ ପୁରନ୍ଦରେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
November 15th, 10:17 am
ଲେଖକ, ଐତିହାସିକ ତଥା ନାଟ୍ୟ ବ୍ୟକ୍ତିତ୍ୱ ଶିବଶାହୀର ବାବାସାହେବ ପୁରନ୍ଦରେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଆଗାମୀ ପୀଢିକୁ ଯୋଡିବାରେ ତାଙ୍କ ଅବଦାନକୁ ସେ ମନେ ପକାଇଛନ୍ତି । ଏହି ଅବସରରେ କିଛିମାସ ପୂର୍ବେ ତାଙ୍କ ଶତବାର୍ଷିକୀ କାର୍ଯ୍ୟକ୍ରମ ଅବସରରେ ଶ୍ରୀ ମୋଦୀ ଦେଇଥିବା ଭାଷଣକୁ ସ୍ଥାନିତ କରିଛନ୍ତି ।ବାବା ସାହେବ ପୁରନ୍ଦରେଙ୍କ ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 13th, 08:36 pm
ଏହି କାର୍ଯ୍ୟକ୍ରମରେ ଆମକୁ ଆଶୀର୍ବାଦ ଦେଉଛନ୍ତି ଆଦରଣୀୟ ବାବ ସାହେବ ପୁରନ୍ଦରେ ମହାଶୟ, ବାବା ସାହେବ ସତ୍କାର ସମାରୋହ ସମିତିର ଅଧ୍ୟକ୍ଷା ସୁମିତ୍ରା ତାଈ ଏବଂ ଶିବଶାହୀରେ ଆସ୍ଥା ରଖୁଥିବା ବାବା ସାହେବଙ୍କ ସମସ୍ତ ଅନୁଗାମୀ ସାଥୀଗଣ!ବାବା ସାହେବ ପୁରନ୍ଦରେଙ୍କ ଜନ୍ମଶତାବ୍ଦୀ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
August 13th, 08:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାବା ସାହେବ ପୁରନ୍ଦରେଙ୍କୁ ତାଙ୍କ ଜୀବନର ୧୦୦ତମ ବର୍ଷ ପ୍ରବେଶ ଉପଲକ୍ଷେ ତାଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବାବା ସାହେବଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବାବା ସାହେବ ପୁରନ୍ଦରେଙ୍କ ଜୀବନ ଆମର ସନ୍ଥମାନଙ୍କ ଦ୍ୱାରା ପ୍ରତିପାଦିତ ସକ୍ରିୟ ତଥା ମାନସିକ ରୂପରେ ସତର୍କ ଶତାବ୍ଦୀ ଜୀବନର ଉଚ୍ଚ ଧାରଣାର ଦୃଷ୍ଟାନ୍ତ । ଭାରତ ସ୍ୱାଧୀନତାର ୭୫ତମ ବର୍ଷରେ ବାବା ସାହେବଙ୍କ ଜନ୍ମ ଶତାବ୍ଦୀ ପଡ଼ିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଏକ ସୁଖଦ ସଂଯୋଗ ବୋଲି ଦର୍ଶାଇଛନ୍ତି । ଆମ ଇତିହାସର ଅମର ମହାତ୍ମାମାନଙ୍କ ଇତିହାସ ଲେଖିବାରେ ବାବା ସାହେବ ପୁରନ୍ଦରେଙ୍କ ଅବଦାନ ଉପରେ ସେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଶିବାଜୀ ମହାରାଜଙ୍କ ଜୀବନ ଓ ଇତିହାସକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ଆମ୍ଭେମାନେ ସମସ୍ତେ ତାଙ୍କ ନିକଟରେ ଋଣୀ ରହିବା ।’’ ଶ୍ରୀ ପୁରନ୍ଦରେଙ୍କୁ ୨୦୧୯ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା, ୨୦୧୫ରେ ତତ୍କାଳନୀ ମହାରାଷ୍ଟ୍ର ସରକାର ତାଙ୍କୁ ମହାରାଷ୍ଟ୍ର ଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ । ମଧ୍ୟପ୍ରଦେଶ ସରକାର ମଧ୍ୟ ତାଙ୍କୁ କାଳୀଦାସ ପୁରସ୍କାର ପ୍ରଦାନ କରି ତାଙ୍କୁ ଅଭିବାଦନ ଜଣାଇଥିଲେ ।