‘ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଅନୁସନ୍ଧାନ’ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

March 06th, 10:30 am

କୋଭିଡ ପୂର୍ବର ସମୟ ଏବଂ ମହାମାରୀ ପରବର୍ତ୍ତୀ ସମୟ, ଉଭୟ ବିଷୟରେ ସ୍ୱାସ୍ଥ୍ୟ ସେବା ଦେଖାଯିବା ଉଚିତ । କରୋନା ବିଶ୍ୱକୁ ଦେଖାଇଛି ଏବଂ ଶିକ୍ଷା ଦେଇଛି ଯେ ସମୃଦ୍ଧ ଦେଶର ବିକଶିତ ପ୍ରଣାଳୀ ମଧ୍ୟ ଏହିପରି ବିପର୍ଯ୍ୟୟ ପରେ ନଷ୍ଟ ହୋଇ ଯାଇଥାଏ । ବିଶ୍ୱର ଧ୍ୟାନ ବର୍ତ୍ତମାନ ପୂର୍ବାପେକ୍ଷା ବହୁ ଅଧିକ ମାତ୍ରାରେ ସ୍ୱାସ୍ଥ୍ୟସେବା ଉପରେ ରହିଛି। କିନ୍ତୁ ଭାରତର ଆଭିମୁଖ୍ୟ କେବଳ ସ୍ୱାସ୍ଥ୍ୟ ସେବାରେ ସୀମିତ ନୁହେଁ । ଏହା ପରିବର୍ତ୍ତେ, ଆମେ ଗୋଟି, ପାଦ ଆଗକୁ ଯାଉଛୁ ଏବଂ ସାମଗ୍ରିକ ସୁସ୍ଥତା ପାଇଁ କାର୍ଯ୍ୟ କରୁଛୁ । ଏଥିପାଇଁ, ଆମେ ବିଶ୍ୱ ସମ୍ମୁଖରେ ଗୋଟିଏ ଲକ୍ଷ୍ୟ ରଖିଛୁ ଏବଂ ତାହା ହେଉଛି - ‘ଗୋଟିଏ ପୃଥିବୀ-ଗୋଟିଏ ସ୍ୱାସ୍ଥ୍ୟ’ । ଏହାର ଅର୍ଥ ହେଉଛି ଯେ ଆମେ ଜୀବିତ ପ୍ରାଣୀମାନଙ୍କ ପାଇଁ ସମଗ୍ର ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଛୁ, ସେ ମଣିଷ ହୁଅନ୍ତୁ, ପଶୁ ହୁଅନ୍ତୁ କିମ୍ବା ଉଦ୍ଭିଦ । କରୋନ ବୈଶ୍ୱିକ ମହାମାରୀ ମଧ୍ୟ ଯୋଗାଣ ଶୃଙ୍ଖଳାର ଗୁରୁତ୍ୱକୁ ସୂଚିତ କରିଛି । ଯେତେବେଳେ କରୋନା ମହାମାରୀ ଶିଖରରେ ଥିଲା, ସେତେବେଳେ ଔଷଧ, ଟିକା ଏବଂ ଚିକିତ୍ସା ଉପକରଣ ଭଳି ଜୀବନ ରକ୍ଷାକାରୀ ଜିନିଷ ଦୁର୍ଭାଗ୍ୟବଶତଃ କିଛି ଦେଶ ପାଇଁ ଅସ୍ତ୍ର ହୋଇ ଯାଇଥିଲା । ଭାରତ ଗତ କିଛି ବର୍ଷର ବଜେଟରେ ଏହି ସମସ୍ତ ପ୍ରସଙ୍ଗ ପ୍ରତି ବହୁତ ଧ୍ୟାନ ଦେଇଛି । ବିଦେଶୀ ଦେଶ ଉପରେ ଭାରତର ନିର୍ଭରଶୀଳତାକୁ କମ କରିବାକୁ ଆମେ ନିରନ୍ତର ଚେଷ୍ଟା କରୁଛୁ । ତେଣୁ, ଏହି ପ୍ରସଙ୍ଗରେ ସମସ୍ତ ହିତାଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା ଉପରେ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 06th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା’ ବିଷୟବସ୍ତୁ ଉପରେ ଆଧାରିତ ଏକ ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଆୟୋଜିତ ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ନବମ ।

ଗୁଜରାଟରେ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 13th, 11:01 am

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ନିତୀନ ଗଡ଼କରୀ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାଣୀ ମହାଶୟ, ଅଟୋ ଉଦ୍ୟୋଗ ସହିତ ଜଡିତ ସମସ୍ତ ହିତଧାରକ, ସମସ୍ତ ଓଇଏମ ଆସୋସିଏସନ, ମେଟଲ ଏବଂ ସ୍କ୍ରାପିଂ ଉଦ୍ୟାଗର ସମସ୍ତ ସଦସ୍ୟ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!

ପ୍ରଧାନମନ୍ତ୍ରୀ ଗୁଜୁରାଟରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି

August 13th, 11:00 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଅଟୋମୋବାଇଲ ସ୍କ୍ରାପିଂ ନୀତିର ଶୁଭାରମ୍ଭ ଅବସରରେ କହିଛନ୍ତି ଯେ, ଏହି ନୀତି ଅଟୋମୋବାଇଲ କ୍ଷେତ୍ର ଏବଂ ନୂତନ ଭାରତର ଗତିଶୀଳତାକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି । ସେ କହିଛନ୍ତି, ଗତିଶୀଳତାରେ ଆଧୁନିକତା କେବଳ ଭ୍ରମଣ ଏବଂ ପରିବହନର ବୋଝକୁ ହ୍ରାସ କରେ ନାହିଁ, ବରଂ ଅର୍ଥନୈତିକ ବିକାଶ ପାଇଁ ମଧ୍ୟ ସହାୟକ ବୋଲି ପ୍ରମାଣିତ ହୁଏ । ଏକବିଂଶ ଶତାବ୍ଦୀର ଭାରତ ସ୍ୱଚ୍ଛ, ଭିଡ଼ ମୁକ୍ତ ଏବଂ ସୁବିଧାଜନକ ଗତିଶୀଳତା ପାଇଁ ଲକ୍ଷ୍ୟ ହେଉଛି ସମୟର ଆବଶ୍ୟକତା।

ଭାରତର ବିକାଶ ଯାତ୍ରାରେ ବାହାନ ସ୍କ୍ରାପିଂ ନୀତି ଆରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ

August 13th, 10:22 am

ଭାରତର ବିକାଶ ଯାତ୍ରାରେ ଆଜି ଆରମ୍ଭ ହୋଇଥିବା ବାହାନ ସ୍କ୍ରାପିଂ ନୀତି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଅଗଷ୍ଟ ୧୩ରେ ଗୁଜୁରାଟ ଠାରେ ନିବେଶକଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 11th, 09:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୩, ୨୦୨୧ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟରେ ଆୟୋଜିତ ନିବେଶକ ଶିଖର ସମ୍ମିଳନୀରେ ଉଦବୋଧନ ଦେବେ । ସ୍ୱେଚ୍ଛାକୃତ ବାହାନଭେଳା ଆଧୁନିକୀକରଣ କାର୍ଯ୍ୟକ୍ରମ ବା ବାହାନ ସ୍କ୍ରାପିଂ ନୀତି ଅନୁଯାୟୀ ବାହାନ ସ୍କ୍ରାପିଂ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ନିବେଶ ଆହ୍ୱାନ ପାଇଁ ଏହି ସମ୍ମିଳନୀର ଆୟୋଜନ ହୋଇଛି । ଏକୀକୃତ ସ୍କ୍ରାପିଂ ହବ ବିକାଶ ପାଇଁ ଅଲଙ୍ଗ ଠାରେ ଜାହାଜଭଙ୍ଗା ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ସମନ୍ୱୟ ପ୍ରତି ମଧ୍ୟ ଧ୍ୟାନ ଆକର୍ଷଣ କରିବ ।