
‘ପରୀକ୍ଷା ପେ ଚର୍ଚ୍ଚା 2025 "କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
February 10th, 11:30 am
ଛାତ୍ର: ଆମେ ପରୀକ୍ଷା ପେ ଚର୍ଚ୍ଚା ପାଇଁ ବହୁତ ଉତ୍ସାହିତ ଅଛୁ।
ପରୀକ୍ଷା ପେ ଚର୍ଚ୍ଚା 2025ରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମତ ବିନିମୟ
February 10th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସୁନ୍ଦର ନର୍ସରୀଠାରେ ପରୀକ୍ଷା ପେ ଚର୍ଚ୍ଚା (ପିପିସି) ର ଅଷ୍ଟମ ସଂସ୍କରଣ ଅବସରରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି । ସାରା ଦେଶର ଛାତ୍ରଛାତ୍ରୀମାନଙ୍କ ସହ ଏକ ଅନୌପଚାରିକ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ। ସେ ରାଶି ଲଡ଼ୁ ବଣ୍ଟନ କରିଥିଲେ ଯାହା ପାରମ୍ପରିକ ଭାବରେ ଶରୀରକୁ ଉଷ୍ମ ରଖିବା ପାଇଁ ଶୀତଦିନେ ପରିବେଷଣ କରାଯାଏ।
ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 04th, 07:00 pm
ମୁଁ ମାନ୍ୟବର ରାଷ୍ଟ୍ରପତିଜୀଙ୍କ ସମ୍ୱୋଧନ ଉପରେ ଧନ୍ୟବାଦ ଜଣାଇବାକୁ ଆଜି ଏଠାରେ ଉପସ୍ଥିତ ହୋଇଛି। ଗତକାଲି ଏବଂ ଆଜି ବିଳମ୍ୱିତ ରାତି ପର୍ଯ୍ୟନ୍ତ, ସମସ୍ତ ମାନ୍ୟବର ସାଂସଦମାନେ ସେମାନଙ୍କ ଚିନ୍ତାଧାରା ଦ୍ୱାରା କୃତଜ୍ଞତାର ସହ ସମୃଦ୍ଧ କରିଥିଲେ। ଅନେକ ସମ୍ମାନନୀୟ ଅଭିଜ୍ଞ ସାଂସଦ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ, ଏବଂ ସ୍ୱାଭାବିକ ଭାବେ ଗଣତନ୍ତ୍ରର ଏକ ପରମ୍ପରା ମଧ୍ୟ ରହିଛି, ଯେଉଁଠି ଆବଶ୍ୟକତା ଥିଲା, ସେଠାରେ ପ୍ରଶଂସା କରାଯାଉଥିଲା, ଯେଉଁଠି କିଛି ଅସୁବିଧା ଥିଲା, କିଛି ନକାରାତ୍ମକ କଥାବାର୍ତ୍ତା ମଧ୍ୟ ହେଉଥିଲା, କିନ୍ତନ୍ତୁ ଏହା ଅତି ସ୍ୱାଭାବିକ! ଅଧ୍ୟକ୍ଷ ମହୋଦୟ, ଏହା ମୋ ପାଇଁ ଏକ ବଡ଼ ସୌଭାଗ୍ୟ ଯେ ଦେଶର ଲୋକମାନେ ମୋତେ ୧୪ ତମ ଥର ଏହି ସ୍ଥାନରେ ବସି ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ପ୍ରତି କୃତଜ୍ଞତା ବ୍ୟକ୍ତ କରିବାର ସୁଯୋଗ ଦେଇଛନ୍ତି ଏବଂ ସେଥିପାଇଁ ମୁଁ ଆଜି ମଧ୍ୟ ଜନସାଧାରଣଙ୍କୁ ବହୁତ ସମ୍ମାନର ସହ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଏବଂ ଯେଉଁମାନେ ଗୃହରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଆଲୋଚନାକୁ ସମୃଦ୍ଧ କରିଥିଲେ ସେମାନଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜଣାଉଛି।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 04th, 06:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇଛନ୍ତି। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗତକାଲି ଏବଂ ଆଜି ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ମାନ୍ୟବର ସାଂସଦଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗଣତନ୍ତ୍ରର ପରମ୍ପରାରେ ଆବଶ୍ୟକ ସ୍ଥଳେ ପ୍ରଶଂସା ଏବଂ ଆବଶ୍ୟକ ସ୍ଥଳେ କିଛି ନକାରାତ୍ମକ ମନ୍ତବ୍ୟ ସାମିଲ ଥାଏ, ଯାହା ସ୍ୱାଭାବିକ। ଚତୁର୍ଦ୍ଦଶ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିବାକୁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଭାଗ ନେଇଥିବା ସମସ୍ତଙ୍କୁ ସେମାନଙ୍କର ବିଚାର ପାଇଁ ସେ ପ୍ରଶଂସା କରିଥିଲେ।For 10 years, AAP-da leaders sought votes on the same false promises. But now, Delhi will no longer tolerate these lies: PM
February 02nd, 01:10 pm
Prime Minister Modi addressed a massive and spirited rally in Delhi’s RK Puram, energizing the crowd with his vision for a Viksit Delhi and exposing the failures of the AAP-da government. He reaffirmed his commitment to fulfilling every promise and ensuring the city’s holistic development.PM Modi Addresses Enthusiastic Crowd in Delhi’s RK Puram, Calls for Historic BJP Mandate
February 02nd, 01:05 pm
Prime Minister Modi addressed a massive and spirited rally in Delhi’s RK Puram, energizing the crowd with his vision for a Viksit Delhi and exposing the failures of the AAP-da government. He reaffirmed his commitment to fulfilling every promise and ensuring the city’s holistic development.ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 02:15 pm
ଭାରତର ଯୁବ ଶକ୍ତିର ଶକ୍ତି ଯୋଗୁଁ ଆଜି ଏହି ଭାରତ ମଣ୍ଡପମ୍ ମଧ୍ୟ ଶକ୍ତିରେ ପରିପୂର୍ଣ୍ଣ ହୋଇଛି ଏବଂ ଶକ୍ତିଶାଳୀ ହୋଇଛି । ଆଜି ସମଗ୍ର ଦେଶ ସ୍ୱାମୀ ବିବେକାନନ୍ଦଜୀଙ୍କୁ ସ୍ମରଣ କରୁଛି ଏବଂ ସ୍ୱାମୀଜୀଙ୍କୁ ପ୍ରଣାମ କରୁଛି । ସ୍ୱାମୀ ବିବେକାନନ୍ଦ ଜୀଙ୍କର ଦେଶର ଯୁବବର୍ଗଙ୍କ ଉପରେ ବହୁତ ବିଶ୍ୱାସ ଥିଲା । ସ୍ୱାମୀଜୀ କହୁଥିଲେ- ମୋର ବିଶ୍ୱାସ ଯୁବପିଢ଼ିଙ୍କୁ ଉପରେ ରହିଛି, ନୂଆ ପିଢ଼ି ଉପରେ ରହିଛି । ସ୍ୱାମୀଜୀ କହୁଥିଲେ ଯେ ମୋ ର କର୍ମକର୍ତ୍ତାମାନେ ଯୁବପିଢ଼ିଙ୍କଠାରୁ ଆସିବେ, ସିଂହଙ୍କ ଭଳି ସେମାନେ ସବୁ ସମସ୍ୟାର ସମାଧାନ କରିବେ। ବିବେକାନନ୍ଦଜୀଙ୍କର ଯେମିତି ଆପଣମାନଙ୍କ ଉପରେ ଥିଲା, ମୋର ବିବେକାନନ୍ଦଜୀଙ୍କ ଉପରେ ଭରସା ଅଛି, ତାଙ୍କର ସବୁ କଥା ଉପରେ ମୋର ଭରସା ରହିଛି । ଭାରତର ଯୁବପିଢ଼ିଙ୍କ ପାଇଁ ଯାହା ଭାବିଛନ୍ତି ଓ କହିଛନ୍ତି ତାହା ଉପରେ ମୁଁ ଅନ୍ଧ ଭାବରେ ବିଶ୍ବାସ ରହିଛି । ପ୍ରକୃତରେ ସ୍ୱାମୀ ବିବେକାନନ୍ଦ ଜୀ ସଶରୀରେ ଯଦି ଆମ ମଧ୍ୟରେ ଥାଆନ୍ତେ, ତେବେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଦେଖି ଭାରତରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥାନ୍ତେ, ନୂତନ ଶକ୍ତିରେ ଭରି ଦେଇଥାନ୍ତେ ଏବଂ ନୂତନ ସ୍ୱପ୍ନର ମଞ୍ଜି ବୁଣି ଦେଇଥାନ୍ତେ ।ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
January 12th, 02:00 pm
ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପାଳନ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ “ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫” ରେ ଅଂଶଗ୍ରହଣ କରିଥିଲେ । ସେ ସମଗ୍ର ଭାରତର ୩୦୦୦ ସଫଳ ଯୁବ ନେତାଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଭାରତ ମଣ୍ଡପମରେ ଜୀବନ ଓ ଶକ୍ତି ନିୟୋଜିତ କରିଥିବା ଭାରତର ଯୁବବର୍ଗଙ୍କ ଜାଗ୍ରତ ଶକ୍ତି ଉପରେ ଆଲୋକପାତ କରିଥିଲେ। ଦେଶର ଯୁବବର୍ଗଙ୍କ ଉପରେ ଅସୀମ ବିଶ୍ୱାସ ରଖିଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସମଗ୍ର ଦେଶ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ତାଙ୍କର ଯୁବ ଶିଷ୍ୟମାନେ ସିଂହ ପରି ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀଜୀ ଯେପରି ଯୁବକମାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ଠିକ୍ ସେହିଭଳି ତାଙ୍କର ସ୍ୱାମୀଜୀ ଏବଂ ତାଙ୍କ ଆସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଯୁବପିଢ଼ିଙ୍କ ଉପରେ ସ୍ବାମୀଜୀଙ୍କର ଥିବା ଦୂରଦୃଷ୍ଟି ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଯଦି ଆଜି ଆମ ମଧ୍ୟରେ ଥାନ୍ତେ, ତେବେ ସେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଏବଂ ସକ୍ରିୟ ପ୍ରୟାସକୁ ଦେଖି ନୂତନ ଆତ୍ମବିଶ୍ୱାସରେ ଭରପୂର ହୋଇଥାନ୍ତେ ।ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳା ଅଧୀନରେ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 23rd, 11:00 am
ଗତକାଲି ବିଳମ୍ବିତ ରାତିରେ ମୁଁ କୁଏତରୁ ଫେରିଥିଲି। ସେଠାରେ ମୁଁ ଭାରତର ଯୁବକ ଏବଂ ବୃତ୍ତିଜୀବୀମାନଙ୍କୁ ଭେଟିଲି, ଅନେକ କଥା ବାର୍ତ୍ତା ହୋଇଥିଲା । ଏବେ ଏଠାକୁ ଆସିବା ପରେ ଦେଶର ଯୁବପିଢ଼ିଙ୍କ ସହ ମୋର ପ୍ରଥମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ଏକ ବହୁତ ଖୁସିର କଥା। ଆଜି ଦେଶର ହଜାର ହଜାର ଯୁବପିଢ଼ିଙ୍କ ପାଇଁ ଜୀବନର ଏକ ନୂଆ ଆରମ୍ଭ ହେଉଛି। ଆପଣଙ୍କର ବର୍ଷ ବର୍ଷର ସ୍ୱପ୍ନ ପୂରଣ ହୋଇଛି, ବର୍ଷ ବର୍ଷର କଠିନ ପରିଶ୍ରମ ସଫଳ ହୋଇଛି । ୨୦୨୪ର ଏହି ଅତିବାହିତ ବର୍ଷ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ନୂଆ ଖୁସି ଦେବାକୁ ଯାଉଛି । ମୁଁ ସମସ୍ତ ଯୁବକମାନଙ୍କୁ ଏବଂ ଆପଣଙ୍କ ପରିବାରକୁ ମୋର ଅନେକ ଅନେକ ଅଭିନନ୍ଦନ ଜଣାଉଛି ।ରୋଜଗାର ମେଳା ଅଧୀନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାରେ ନବନିଯୁକ୍ତ କର୍ମଚାରୀଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 23rd, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।Cabinet approves continuation of the Atal Innovation Mission
November 25th, 08:45 pm
The Union Cabinet chaired by PM Modi approved the continuation of its flagship initiative, the Atal Innovation Mission (AIM), under the aegis of NITI Aayog, with an enhanced scope of work and an allocated budget of Rs.2,750 crore for the period till March 31, 2028. AIM 2.0 is a step towards Viksit Bharat that aims to expand, strengthen and deepen India’s already vibrant innovation and entrepreneurship ecosystem.ଏନସିସି ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ବିବରଣୀ/ ନୂଆଦିଲ୍ଲୀରେ ଏନ୍ଏସ୍ଏସ୍ କ୍ୟାଡେଟ୍
January 24th, 03:26 pm
ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜୀ, କ୍ୟାବିନେଟ୍ ମୋର ଅନ୍ୟ ସହଯୋଗୀ, ଡିଜି ଏନସିସି, ଉପସ୍ଥିତ ଅଧିକାରୀମାନେ , ସମ୍ମାନିତ ଅତିଥି, ଶିକ୍ଷକ, ଏନସିସି ଏବଂ ଏନଏସଏସର ମୋର ଯୁବ ସହଯୋଗୀ ।ପ୍ରଧାନମନ୍ତ୍ରୀଙ୍କ ସମର ଶିକ୍ଷାର୍ଥୀ (ଏନସିସି) ଓ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କୁ ଉଦ୍ବୋଧନ
January 24th, 03:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୧.୨୦୨୪) ସମର ଶିକ୍ଷାର୍ଥୀ ଓ ଜାତୀୟ ସମାଜସେବୀ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିଛନ୍ତି । ସମବେତ ବ୍ୟକ୍ତିମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ରାଣୀ ଲକ୍ଷ୍ମୀବାଈଙ୍କ ଜୀବନ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଗବିତ୍ର୍ ହେବା ସହ ଏହା ଭାରତୀୟ ଇତିହାସକୁ ଆଜି ସଜୀବ କରିଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ ଦଳକୁ ପ୍ରଶଂସା କରିବା ସହ ସେମାନେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି । ଏହି କ୍ଷଣ ଦୁଇଟି କାରଣ ପାଇଁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି । ତାହା ହେଲା “୭୫ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଓ ଭାରତର ନାରୀଶକ୍ତି ପ୍ରତି ଏହା ଉତ୍ସର୍ଗ ହୋଇଛି ।”ବୀର ବାଲ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 26th, 12:03 pm
ଆଜି ଦେଶ ବୀର ସାହିବଦା ଜୀଙ୍କ ଅମର ବଳିଦାନକୁ ସ୍ମରଣ କରୁଛି ଏବଂ ସେମାନଙ୍କଠାରୁ ପ୍ରେରଣା ନେଉଛି। ସ୍ୱାଧୀନତାର 'ଅମୃତ କାଳ'ରେ ବୀର ବାଲ ଦିବସ ଆକାରରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଗତବର୍ଷ ଡିସେମ୍ବର ୨୬କୁ ଦେଶ ପ୍ରଥମ ଥର ପାଇଁ ବୀର ବାଲ ଦିବସ ଭାବେ ପାଳନ କରିଥିଲା। ସେହି ସମୟରେ ସମଗ୍ର ଦେଶର ସମସ୍ତେ ସାହିବଜାଦାଙ୍କ ବୀରତ୍ୱପୂର୍ଣ୍ଣ କାହାଣୀକୁ ଉତ୍ସାହର ସହ ଶୁଣୁଥିଲେ । ବୀର ବାଲ ଦିବସ ଭାରତୀୟତାକୁ ରକ୍ଷା କରିବା ପାଇଁ କିଛି ବି କରିବା, କିଛି ବି କରିବାର ସଂକଳ୍ପର ପ୍ରତୀକ ଅଟନ୍ତି । ଏହି ଦିନ ଆମକୁ ମନେ ପକାଇ ଦିଏ ଯେ ବୀରତ୍ୱର ଶୀର୍ଷରେ, ଯୁବ ବୟସର କୌଣସି ଗୁରୁତ୍ୱ ନାହିଁ । ଏହା ଏକ ମହାନ ଐତିହ୍ୟର ପର୍ବ, ଯେଉଁଠାରେ ଗୁରୁ କହୁଥିଲେ, ସୁରା ସୋ ପହଚନୀୟେ, ଜୋଲରେ ଦିନ କେ ହେତ, ପୁରଜା-ପୁରଜା କଟ ମରେ, କାବିହୁ ନା ଛାଡେ ଖେତ! ମାତା ଗୁଜରୀ, ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ତାଙ୍କର ଚାରି ଜଣ ସାହିବଜାଦାଙ୍କ ବୀରତ୍ୱ ଏବଂ ଆଦର୍ଶ ଆଜି ବି ପ୍ରତ୍ୟେକ ଭାରତୀୟଙ୍କୁ ଶକ୍ତି ପ୍ରଦାନ କରୁଛି । ତେଣୁ ବୀର ବାଲ ଦିବସ ହେଉଛି ସେହି ପ୍ରକୃତ ବୀର ଏବଂ ସେମାନଙ୍କୁ ଜନ୍ମ ଦେଇଥିବା ମା'ଙ୍କ ଅତୁଳନୀୟ ବୀରତ୍ୱପ୍ରତି ଆମ ଦେଶର ପ୍ରକୃତ ଶ୍ରଦ୍ଧାଞ୍ଜଳି । ଆଜି ମୁଁ ବାବା ମୋତି ରାମ ମେହେରାଙ୍କ ସହିଦ, ତାଙ୍କ ପରିବାର ଏବଂ ଦିୱାନ ତୋଡର ମଲଙ୍କ ପ୍ରତି ଭକ୍ତିକୁ ମଧ୍ୟ ମନେ ପକାଉଛି । ଆମ ଗୁରୁମାନେ ଯେଉଁ ଗଭୀର ଭକ୍ତି ଓ ଦେଶପ୍ରେମ ସୃଷ୍ଟି କରିଥିଲେ ତାହାର ସେମାନେ ଏକ ଉଦାହରଣ ଥିଲେ।'ବୀର ବାଲ୍ ଦିବସ' ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
December 26th, 11:00 am
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜାଦୀ କା ଅମୃତ କାଳରେ ବୀର ବାଲ୍ ଦିବସର ଏକ ନୂତନ ଅଧ୍ୟାୟ ଭାରତ ପାଇଁ ଉନ୍ମୋଚିତ ହେଉଥିବାବେଳେ ଦେଶ ବୀର ସାହିବଜାଦେଙ୍କ ଅମର ବଳିଦାନକୁ ସ୍ମରଣ କରୁଛି ଏବଂ ସେମାନଙ୍କଠାରୁ ପ୍ରେରଣା ନେଉଛି । ପ୍ରଧାନମନ୍ତ୍ରୀ ଗତବର୍ଷ ପାଳନ କରାଯାଇଥିବା ପ୍ରଥମ ବୀର ବାଲ୍ ଦିବସକୁ ମନେ ପକାଇଥିଲେ ଯେତେବେଳେ ବୀର ସାହିବଜାଦେଙ୍କ ବୀରତ୍ୱର କାହାଣୀ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବୀର ବାଲ୍ ଦିବସ ହେଉଛି ଭାରତୀୟତାର ସୁରକ୍ଷା ପାଇଁ କେବେ ନ ମରିବା ମନୋଭାବର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଦିନ ଆମକୁ ମନେ ପକାଇ ଦିଏ ଯେ ସାହସିକତାର ଶୀର୍ଷରେ ପହଞ୍ଚିବା ସମୟରେ ବୟସ ର କୌଣସି ଗୁରୁତ୍ୱ ନାହିଁ । ଏହା ଶିଖ୍ ଗୁରୁମାନଙ୍କ ଐତିହ୍ୟର ଉତ୍ସବ ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ତାଙ୍କ ଚାରି ବୀର ସାହିବଜାଦାଙ୍କ ସାହସ ଏବଂ ଆଦର୍ଶ ଆଜି ବି ପ୍ରତ୍ୟେକ ଭାରତୀୟଙ୍କୁ ଉତ୍ସାହିତ କରିଛି । ବାବା ମୋତି ରାମ ମେହେରାଙ୍କ ପରିବାର ର ତ୍ୟାଗ ଏବଂ ଦିୱାନ ତୋଡରମାଲଙ୍କ ଭକ୍ତିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ, ବୀର ବାଲ୍ ଦିବସ ହେଉଛି ଅତୁଳନୀୟ ସାହସର ସହ ବୀର ଯବାନଙ୍କୁ ଜନ୍ମ ଦେଇଥିବା ମା'ମାନଙ୍କ ପ୍ରତି ଏକ ଜାତୀୟ ଶ୍ରଦ୍ଧାଞ୍ଜଳି । ଗୁରୁମାନଙ୍କ ପ୍ରତି ଏହି ପ୍ରକୃତ ଭକ୍ତି ଦେଶ ପ୍ରତି ଭକ୍ତିର ନିଆଁକୁ ପ୍ରଜ୍ଜ୍ୱଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।140 କୋଟି ଲୋକ ଅନେକ ପରିବର୍ତ୍ତନ କରୁଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
November 26th, 11:30 am
ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।PM Modi interacts with the Indian community in Paris
July 13th, 11:05 pm
PM Modi interacted with the Indian diaspora in France. He highlighted the multi-faceted linkages between India and France. He appreciated the role of Indian community in bolstering the ties between both the countries.The PM also mentioned the strides being made by India in different domains and invited the diaspora members to explore opportunities of investing in India.ଅଟଳ ଇନୋଭେସନ ମିଶନର ଅବଧି ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି
April 08th, 09:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଇନୋଭେସନ ମିଶନ (ଏଆଇଏମ)କୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଆଇଏମ ଦେଶରେ ଏକ ନବସୃଜନ ସଂସ୍କୃତି ଏବଂ ଉଦ୍ୟମଶୀଳତା ସହ ଜଡ଼ିତ ଇକୋସିଷ୍ଟମ ବିକଶିତ କରିବା ଦିଗରେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ କାମ କରିବ । ଏଆଇଏମ ଦ୍ବାରା ଏହି କାର୍ଯ୍ୟ ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପାଦନ କରାଯିବ ।ଶିକ୍ଷା କ୍ଷେତ୍ରରେ ବଜେଟ ବ୍ୟୟବରାଦର କାର୍ଯ୍ୟକାରିତା ଉପରେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 03rd, 10:15 am
ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟ ବ୍ୟବସ୍ଥାକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣ ରଖିଛନ୍ତି ।ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟବରାଦର ପ୍ରଭାବୀ କାର୍ଯ୍ୟକାରୀତା ନେଇ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 03rd, 10:14 am
ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟ ବ୍ୟବସ୍ଥାକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣ ରଖିଛନ୍ତି ।