ଲକ୍ଷ୍ନୌ ଠାରେ ଆଜାଦୀ @୭୫ ସମ୍ମିଳନୀ ଏବଂ ପ୍ରଦର୍ଶନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳ ପାଠ
October 05th, 10:31 am
ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଏବଂ ଲକ୍ଷ୍ନୌର ହିଁ ସାଂସଦ, ମୋର ବରିଷ୍ଠ ସାଥୀ, ଶ୍ରୀମାନ ରାଜନାଥ ସିଂହ ଜୀ, ଶ୍ରୀ ହରଦୀପ୍ସିଂହ ପୁରୀ ଜୀ, ମହେନ୍ଦ୍ରନାଥ ପାଣ୍ଡେ ଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବପ୍ରସାଦ ମୌର୍ଯ୍ୟ ଜୀ, ଶ୍ରୀ ଦିନେଶ ଶର୍ମା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀମାନ କୌଶଲ କିଶୋର ଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରିଗଣ, ସାଂସଦ, ବିଧାୟକଗଣ, ଦେଶର ଭିନ୍ନ-ଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ଆଦରଣୀୟ ମନ୍ତ୍ରୀଗଣ, ଅନ୍ୟ ସମସ୍ତ ମହାନୁଭବ ଏବଂ ଉତ୍ତର ପ୍ରଦେଶର ମୋର ପ୍ରିୟ ଭଉଣୀ ଓ ଭାଇମାନେ!ଲକ୍ଷ୍ନୌରେ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କଲେ @୭୫-ନୂତନ ସହରାଞ୍ଚଳ ଭାରତବର୍ଷ-ସହରୀ ଦୃଶ୍ୟପଟ ପରିବର୍ତ୍ତନ ସମ୍ମିଳନୀ ଓ ଏକ୍ସପୋ
October 05th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୦୫-୧୦-୨୦୨୧) ଲକ୍ଷ୍ନୌଠାରେ ଆଜାଦୀ@୭୫- ନୂତନ ସହରାଞ୍ଚଳ ଭାରତବର୍ଷ-ସହରୀ ଦୃଶ୍ୟପଟ ପରିବର୍ତ୍ତନ ସମ୍ମିଳନୀ ଓ ଏକ୍ସପୋ ଉଦ୍ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ରାଜନାଥ ସିଂ, ହରଦୀପ ସିଂ ପୁରୀ, ମହେନ୍ଦ୍ର ନାଥ ପାଣ୍ଡେ, କୌଶଳ କିଶୋର, ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ଥିଲେ।ଜାତୀୟ ଖାଇବା ତେଲ ମିଶନ-ଅଏଲ ପାମର କାର୍ଯ୍ୟକାରିତାକୁ କ୍ୟାବିନେଟ ମଞ୍ଜୁର
August 18th, 11:54 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାମ ଅଏଲ (ତାଳ ତେଲ) ଲାଗି ଏକ ନୂତନ ମିଶନ ଆରମ୍ଭ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ (ଏନଏମଇଓ-ଓପି) ନାମରେ ପରିଚିତ ହେବ। ଏହା ଏକ କେନ୍ଦ୍ର ପ୍ରୟୋଜିତ ଯୋଜନା। ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଖାଇବା ତେଲ ପାଇଁ ବର୍ତ୍ତମାନ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ୁଛି, ସେଥିପାଇଁ ଖାଇବା ତେଲ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପାମ ଅଏଲ ଚାଷ ଓ ଉତ୍ପାଦନ ବଢ଼ାଇବା ଅତ୍ୟନ୍ତ ଜରୁରି।ସହରାଞ୍ଚଳ ବିକାଶ ଅଭିଯାନର ତୃତୀୟ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 28th, 05:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” ଶୀର୍ଷକ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି, ଯାହାକି ସହରାଞ୍ଚଳ ବିକାଶ ସମ୍ପର୍କିତ 3 ଟି ପ୍ରମୁଖ ସରକାରୀ ପଦକ୍ଷେପର ତୃତୀୟ ବାର୍ଷିକୀ ଅବସରରେ ପାଳନ କରାଯାଇଛି । ଏଗୁଡ଼ିକ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ ), ସହରାଞ୍ଚଳ ସଜ୍ଜୀବକରଣ ପାଇଁ ଅଟଳ ମିଶନ (ଏଏମଆରୟୁଟି) ଏବଂ ସ୍ମାର୍ଟ ସିଟି ମିଶନ ।ମୁଁ ଗର୍ବିତ ଯେ ମୁଁ ଦେଶର ଗରିବମାନଙ୍କ ଦୁଃଖର 'ଭାଗିଦାର' :ପ୍ରଧାନମନ୍ତ୍ରୀ ମୋଦୀ
July 28th, 05:45 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି କହିଛନ୍ତି ଯେ ଭବିଷ୍ୟ ପିଢ଼ିଙ୍କ ପାଇଁ ଏକ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ସରକାର ବାଧ୍ୟ ହୋଇଛନ୍ତି ,ଯେଉଁଠି ଜୀବନ 5 'ଇ' ଉପରେ ଆଧାରିତ ହେବ : ଇଜ ଅଫ ଲିଭିଙ୍ଗ ,ଏଜୁକେସନ ,ଏମ୍ପ୍ଲୟମେଣ୍ଟ ,ଇକୋନୋମି ଏବଂ ଏଣ୍ଟେରଟେନମେଣ୍ଟ ।