
ଡିସେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ
December 16th, 03:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୭ ତାରିଖରେ ରାଜସ୍ଥାନ ଗସ୍ତରେ ଯିବେ । ଏହି ଅବସରରେ ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ଏକ ବର୍ଷ-ପରିଣାମ ଉତ୍କର୍ଷ’ରେ ସେ ସାମିଲ ହେବେ । ଗସ୍ତ କାଳରେ ସେ ରାଜସ୍ଥାନର ଜୟପୁରଠାରେ ୪୬,୩୦୦ କୋଟି ଟଙ୍କାର ଶକ୍ତି, ସଡ଼କ, ରେଲୱେ ଏବଂ ଜଳ ସମ୍ପର୍କିତ ୨୪ଟି ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରିବେ ।