ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
July 24th, 08:44 am
ଆପଣମାନଙ୍କୁ ସମସ୍ତଙ୍କୁ ଧମ୍ମ ଚକ୍ର ଦିବସ ଓ ଆଷାଢ଼ ପୂର୍ଣ୍ଣିମା ଅବସରରେ ଅନେକ ଅନେକ ଅଭିନନ୍ଦନ । ଆଜି ଆମେ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରୁଛେ, ଏବଂ ଆଜିର ଦିନରେ ଭଗବାନ ବୁଦ୍ଧ ମହାଜ୍ଞାନ ପ୍ରାପ୍ତି କରିବା ପରେ ନିଜର ପ୍ରଥମ ଜ୍ଞାନ ସଂସାରକୁ ପ୍ରଦାନ କରିଥିଲେ । ଆମ ଦେଶରେ କୁହାଯାଇଛି ଯେ, ଯେଉଁଠି ଜ୍ଞାନ ଅଛି ସେଇଠି ପରିପୂର୍ଣ୍ଣତା ଅଛି । ଏବଂ ପ୍ରଚାରକ ଯେବେ ନିଜେ ବୁଦ୍ଧ ହୁଅନ୍ତି, ସେତେବେଳେ ଏହା ସ୍ୱାଭାବିକ ହୋଇଥାଏ ଯେ ଏହି ଦର୍ଶନ ବିଶ୍ୱର କଲ୍ୟାଣ ସହ ସମାନାର୍ଥକ ପାଲଟିଯାଏ । ତ୍ୟାଗ ଓ ସହନଶୀଳତାର ନିଅାଁରେ ଜଳି ବୁଦ୍ଧ ଯେବେ କୁହନ୍ତି, ତେବେ ତାଙ୍କ ମୁହଁରୁ କେବଳ ଶବ୍ଦ ବାହାରି ନ ଥାଏ, ବରଂ ଧମ୍ମ ଚକ୍ରର ପ୍ରାରମ୍ଭ ହୋଇଥାଏ । ସେତେବେଳେ ସେ ନିଜର କେବଳ ୫ ଶିଷ୍ୟଙ୍କୁ ଉପଦେଶ ପ୍ରଦାନ କରିଥିଲେ, କିନ୍ତୁ ଆଜି ପୂରା ବିଶ୍ୱ ତାଙ୍କ ଦର୍ଶନର ଅନୁଗାମୀ, ବୁଦ୍ଧରେ ଆସ୍ଥା ରଖୁଥିବା ଲୋକ ।ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
July 24th, 08:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି କରୋନା ମହାମାରୀର ସଂକଟପୂର୍ଣ୍ଣ ସମୟରେ ଭଗବାନ ବୁଦ୍ଧଙ୍କର ବେଶ୍ ପ୍ରାସଙ୍ଗିକତା ରହିଛି । ଆମେ ବୁଦ୍ଧଙ୍କ ମାର୍ଗରେ ପରିଚାଳିତ ହୋଇ ସବୁଠୁ କଠିନ ଆହ୍ୱାନର ମଧ୍ୟ ସାମ୍ନା କରିପାରିବା ବୋଲି ଭାରତ ତାହା ଦେଖାଇ ଦେଇଛି । ବୁଦ୍ଧଙ୍କ ଶିକ୍ଷାକୁ ପାଥେୟ କରି ସମଗ୍ର ବିଶ୍ୱ ମିଳିମିଶି ଆଗକୁ ବଢୁଛି । ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମ ଅବସରରେ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ‘ପ୍ରାର୍ଥନା ସହ ଯତ୍ନ’ ପଦକ୍ଷେପ ବେଶ୍ ପ୍ରଶଂସନୀୟ ।ଆସନ୍ତାକାଲି ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମରେ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ
July 23rd, 09:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 24 ଜୁଲାଇ 2021 ସକାଳ 8:30 ସମୟରେ ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମରେ ନିଜର ବାର୍ତ୍ତା ପ୍ରଦାନ କରିବେ।