ନିଶା ନିବାରଣ ଅଭିଯାନରେ ଯୁବପିଢ଼ିଙ୍କ ଅଂଶଗ୍ରହଣ ବୃଦ୍ଧି ଅତ୍ୟନ୍ତ ଉତ୍ସାହଜନକ: ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
July 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଜୁଲାଇ ମାସ ଅର୍ଥାତ୍ ମୌସୁମୀର ମାସ, ବର୍ଷାର ମାସ । ଗତ କିଛିଦିନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଉଦ୍ବେଗ ଏବଂ ଅସୁବିଧାରେ ପରିପୂର୍ଣ୍ଣ ଥିଲା । ଯମୁନା ସମେତ ଅନେକ ନଦୀରେ ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ପାର୍ବତ୍ୟ ଅଞ୍ଚଳରେ କିଛି ଭୂସ୍ଖଳନର ଘଟଣା ମଧ୍ୟ ଘଟିଛି । ଏହି ସମୟ ମଧ୍ୟରେ ଦେଶର ପଶ୍ଚିମାଞ୍ଚଳ, ବିଶେଷକରି ଗୁଜରାଟର ପୂର୍ବ ଭାଗରେ କିଛିଦିନ ପୂର୍ବରୁ ବାତ୍ୟା ବିପର୍ଯ୍ୟୟ ମଧ୍ୟ ଆସିଥିଲା । କିନ୍ତୁ ବନ୍ଧୁଗଣ, ସାମୁହିକ ପ୍ରଚେଷ୍ଟାର ଶକ୍ତି କ’ଣ, ଏଭଳି ବିପର୍ଯ୍ୟୟଗୁଡ଼ିକ ସମୟରେ ମଧ୍ୟ ଦେଶବାସୀମାନେ ତାହା ପୁଣିଥରେ ଦେଖାଇଦେଇଛନ୍ତି । ସ୍ଥାନୀୟ ଲୋକେ, ଆମ ଏନ୍ଡିଆର୍ଏଫ୍ର ଯବାନ୍ମାନେ, ସ୍ଥାନୀୟ ପ୍ରଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଦିନ ରାତି ପରିଶ୍ରମ କରି ଏଭଳି ବିପର୍ଯ୍ୟୟଗୁଡ଼ିକର ମୁକାବିଲା କରିଛନ୍ତି । ଯେକୌଣସି ବିପତ୍ତିର ମୁକାବିଲା କରିବାରେ ଆମର ସାମର୍ଥ୍ୟ ଏବଂ ସମ୍ବଳର ବିଶେଷ ଭୂମିକା ରହିଥାଏ । କିନ୍ତୁ ଏହାସହିତ ଆମ ସମ୍ବେଦନଶୀଳତା ଏବଂ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବାର ମନୋଭାବ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସର୍ବଜନ ହିତାୟର ଏହି ଭାବନା ଭାରତର ପରିଚୟ ଆଉ ଭାରତର ଶକ୍ତି ମଧ୍ୟ ଅଟେ ।US returns artifacts to India during PM Modi's visit
June 07th, 03:30 am