ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
June 30th, 11:00 am
ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।ପ୍ରଧାନମନ୍ତ୍ରୀ ଡିସେମ୍ବର ୪ରେ ଡେରାଡୁନ ଠାରେ ପ୍ରାୟ ୧୮୦୦୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ
December 01st, 12:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୪, ୨୦୨୧ରେ ଡେରାଡୁନ ଗସ୍ତ କରି ମଧ୍ୟାହ୍ନ ୧ଟା ବେଳେ ପ୍ରାୟ ୧୮୦୦୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଗସ୍ତ ଅବସରରେ ସଡକ ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପଗୁଡିକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ, ଯାହା ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା ସହ ଅଞ୍ଚଳରେ ପର୍ଯ୍ୟଟନକୁ ସମୃଦ୍ଧ କରିବ । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁରୂପ ଏହି ପ୍ରକଳ୍ପଗୁଡିକ ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା ସହ ସୁଗମ କରିବ ।