ମାର୍ଶଲ ଅର୍ଜନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି
September 17th, 09:36 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ମାର୍ଶଲ ଅର୍ଜନଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନାର ମାର୍ଶଲ ଅର୍ଜନ ସିଂହଙ୍କ ପରିବାର ସଦସ୍ୟଙ୍କ ପ୍ରତି ଶୋକ ଓ ସମବେଦନା ପ୍ରକଟ କରିଛନ୍ତି ।ଆଜି ଆମେ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ସ୍ୱପ୍ନ ନେଇ ଆଗକୁ ବଢ଼ୁଛୁ ଏବଂ ତାହା ସର୍ଦ୍ଦାର ପଟେଲଙ୍କ ଦ୍ଵାରା ହିଁ ସମ୍ଭବ ହୋଇପାରିଛି :ପ୍ରଧାନମନ୍ତ୍ରୀ ମୋଦୀ
September 17th, 12:26 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୁଜରାଟର ଧାବୋଇଠାରେ 'ଜାତୀୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ' ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବକ ଏକ ଫଳକ ଅନାବରଣ କରିଛନ୍ତି । ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ,'' ଆମେ ଆଦିବାସୀ ସମୁଦାୟ ସହିତ ଜଡିତ ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରୁଛୁ ଯେଉଁମାନେ ଉପନିବେଶବାଦ ବିରୋଧରେ ନିଜର ସ୍ୱର ଉତ୍ତୋଳନ କରିଥିଲେ ।ସର୍ଦ୍ଦାର ସରୋବର ନଦୀବନ୍ଧକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ; ଦାଭୋଇ ନର୍ମଦା ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ଯୋଗଦାନ
September 17th, 12:25 pm
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ସରୋବର ନଦୀବନ୍ଧ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । କେଭାଡିଆ ଠାରେ ମନ୍ତ୍ର ଉଚ୍ଚାରଣ କରାଯାଇ ଏହି ସମାରୋହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଅବସରକୁ ସ୍ମରଣୀୟ କରିବା ଲାଗି ଏକ ଫଳକ ଅନାବରଣ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ‘ଷ୍ଟେଚ୍ୟୁ ଅଫ୍ ୟୁନିଟି’ ନିର୍ମାଣସ୍ଥଳୀ ପରିଦର୍ଶନରେ ଯାଇଥିଲେ । ସାଧୁ ବେଟ୍ ଠାରେ ଥିବା ଏହି ସ୍ଥାନରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି, ଯାହା ସର୍ଦ୍ଦାର ସରୋବର ନଦୀବନ୍ଧ ଠାରୁ କିଛି ଦୂରରେ ଅବସ୍ଥିତ । ପ୍ରଧାନମନ୍ତ୍ରୀ ସେଠାରେ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିଥିଲେ ।ଭାରତୀୟ ବାୟୁସେନା ମାର୍ଶାଲ ଅର୍ଜନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
September 16th, 09:50 pm
ଭାରତୀୟ ବାୟୁସେନାର ମାର୍ଶାଲ ଅର୍ଜନ ସିଂଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ନିଜ ଟ୍ୱିଟର ପୃଷ୍ଠାରେ ଏକାଧିକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ବାୟୁ ସେନାର ଶକ୍ତି ବୃଦ୍ଧିରେ ମାର୍ଶାଲ ଅର୍ଜନ ସିଂହଙ୍କ ସମର୍ପିତ ପ୍ରୟାସ ଆମର ପ୍ରତିରକ୍ଷା ସାମର୍ଥ୍ୟକୁ ସୁଦୃଢ଼ କରିବାରେ ମହାନ ଯୋଗଦାନ ଦେଇଥିଲା ।ଭାରତୀୟ ବାୟୁସେନାର ମାର୍ଶାଲ ଅର୍ଜନ ସିଂହଙ୍କୁ ଦେଖିବାକୁ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ; ଆଶୁ ଆରୋଗ୍ୟ କାମନା କଲେ ଶ୍ରୀ ନରେନ୍ଦ୍ର ମୋଦୀ
September 16th, 06:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ସେନା ହସ୍ପିଟାଲ (ଗବେଷଣା ଓ ପରାମର୍ଶ) ଯାଇ ଭାରତୀୟ ବାୟୁସେନାର ମାର୍ଶାଲ ଅର୍ଜନ ସିଂହଙ୍କ ସ୍ଵାସ୍ଥ୍ୟାବସ୍ଥା ଦେଖିଛନ୍ତି । ଅର୍ଜନ ସିଂହ ସଙ୍କଟାପନ୍ନ ଅବସ୍ଥାରେ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଭେଟିବା ସହିତ ମାର୍ଶାଲ ଅର୍ଜନ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।