ଜି-୭ ଶିଖର ସମ୍ମିଳନୀ ପୃଷ୍ଠଭୂମିରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା
June 14th, 11:53 pm
ଲଗାତାର ଭାବରେ ତୃତୀୟ ଥର ସରକାର ଗଠନ କରିବା ଅବସରରେ ତାଙ୍କୁ ଅଭିନନ୍ଦନ ବାର୍ତ୍ତା ଜଣାଇଥିବା ଯୋଗୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ କିସିଡ଼ାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଜାପାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଜାରି ରଖିବା ସକାଶେ ତାଙ୍କ ତୃତୀୟ ପାଳି ଶାସନ କାଳରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିକୁ ଦୋହରାଇଥିଲେ । ଦୁଇ ନେତା ଭାରତ- ଜାପାନ ବିଶେଷ ରଣନୀତିକ ଏବଂ ବୈଶ୍ୱିକ ସହଭାଗୀତାର ୧୦ମ ବର୍ଷ ସମ୍ପର୍କରେ ଉଲ୍ଲେଖ କରିବା ସହିତ ଏହି ସମ୍ପର୍କରେ ଏବେସୁଦ୍ଧା ହାସଲ କରାଯାଇଥିବା ପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ସମ୍ପର୍କକୁ ଅଧିକ ନିବିଡ଼ କରିବା ସମ୍ପର୍କରେ ସେମାନେ ଆଲୋଚନା କରିବା ସହିତ ନୂଆ ଏବଂ ସମ୍ପ୍ରତି ମୁଣ୍ଡ ଟେକୁଥିବା ବିଭିନ୍ନ କ୍ଷେତ୍ର ପ୍ରସଙ୍ଗରେ ମଧ୍ୟ ଭାବ ବିନିମୟ କରିଥିଲେ ଏବଂ ବି୨ବି ଏବଂ ପି୨ପି ସହଯୋଗକୁ ସୁଦୃଢ଼ କରିବା ଉପରେ ଜୋର୍ ଦେଇଥିଲେ ।ଜି-୭ ଶିଖର ବୈଠକ ପୃଷ୍ଠଭୂମିରେ ଇଟାଲି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
June 14th, 11:40 pm
ଇଟାଲିର ଅପୁଲିଆଠାରେ ଚାଲିଥିବା ଜି-୭ ଶିଖର ବୈଠକ ପୃଷ୍ଠଭୂମିରେ ଆଜି ଇଟାଲି ପ୍ରଧାନମନ୍ତ୍ରୀ ଜିଓରଜିଆ ମେଲୋନୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମେଲୋନୀ ନରେନ୍ଦ୍ର ମୋଦୀ ଲାଗାତାର ତୃତୀୟ ଥର ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଜି-୭ ଆଉଟ୍ ରିଚ୍ ଶିଖର ସମ୍ମିଳନୀରେ ଯୋଗ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଇଟାଲି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥି ସହିତ ଏହି ଶିଖର ସମ୍ମିଳନୀକୁ ସଫଳତାର ସହ ସଂପାଦନ କରିଥିବାରୁ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।ଜି-୭ ଶିଖର ସମ୍ମିଳନୀର ଆଉଟ୍ରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
June 14th, 09:54 pm
ସର୍ବପ୍ରଥମେ, ଏହି ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ପାଇଁ ଏବଂ ଆମକୁ ଦିଆଯାଇଥିବା ଆତିଥ୍ୟ-ସତ୍କାର ପାଇଁ ମୁଁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ମୁଁ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି । ଜି-୭ ଶିଖର ସମ୍ମିଳନୀର ଏହି କାର୍ଯ୍ୟକ୍ରମ ବିଶେଷ ତଥା ଐତିହାସିକ। ଏହି ଗ୍ରୁପର ୫୦ ତମ ବାର୍ଷିକୀ ଅବସରରେ ଜି-୭ର ସମସ୍ତ ସାଥିମାନଙ୍କୁ ଏହି ସମୂହର ବାର୍ଷକୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ।ଜି-୭ ସମ୍ମିଳନୀର କୃତ୍ରିମ ପ୍ରଜ୍ଞା ଓ ଶକ୍ତି , ଆଫ୍ରିକା ଓ ଭୂମଧ୍ୟସାଗରୀୟ ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂଶଗ୍ରହଣ
June 14th, 09:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ମାନବ ଇତିହାସରେ ସବୁଠାରୁ ବୃହତ୍ ଗଣତନ୍ତ୍ରରେ ପୁନଃ- ନିର୍ବାଚିତ ହେବାପରେ ଏହି ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସି ସେ ଖୁବ୍ ଆନନ୍ଦିତ । ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଯୁକ୍ତିର ସଫଳତା ସକାଶେ ଏହାର ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଆପଣାଯିବା ଆବଶ୍ୟକ । ତା’ହେଲେ ସେଥିରୁ ଆବଶ୍ୟକ ସଫଳତା ମିଳିପାରିବ । ଏହି ପରିପ୍ରେକ୍ଷୀରେ, ସେ ଜନ ସେବା ବିତରଣରେ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତାର କାହାଣୀ ସେ ଉପସ୍ଥିତି ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ।ଜି- ୭ ସମ୍ମିଳନୀ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
June 14th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀର ଆପୁଲିଆ ଠାରେ ଜି- ୭ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଋଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ ସୁନକ ଶ୍ରୀ ମୋଦୀଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ଦେଶର ମିଳିତ ପ୍ରତିବଦ୍ଧତାକୁ ଦୁଇ ନେତା ଦୋହରାଇଥିଲେ ।