ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋସେଫ ଆର ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ୍ ଆଲୋଚନା
April 10th, 09:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଏପ୍ରିଲ ୨୦୨୨ ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ଜୋସେଫ ଆର ବାଇଡେନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିବେ । ଦୁଇ ନେତା ଜାରିଥିବା ଦ୍ୱିପାକ୍ଷିକ ସହଯୋଗ ଏବଂ ନିକଟରେ ଦକ୍ଷିଣ ଏସିଆ, ଇଣ୍ଡୋ-ପାସିଫିକ୍ ଅଞ୍ଚଳ ଏବଂ ଆର୍ନ୍ତଜାତୀୟ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବେ । ଆର୍ନ୍ତଜାତିକ ରଣନୀତିକ ଭାଗିଦାରୀକୁ ଆହୁରି ଦୃଢ କରିବା ଲକ୍ଷ୍ୟରେ ଏହି ଭର୍ଚୁଆଲ୍ ବୈଠକ ଉଭୟ ପକ୍ଷକୁ ସେମାନଙ୍କର ନିୟମିତ ଏବଂ ଉଚ୍ଚ ସ୍ତରୀୟ ଯୋଗଦାନ ଜାରି ରଖିବାକୁ ସକ୍ଷମ କରିବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ଙ୍କ ସାକ୍ଷାତ ଆଲୋଚନା
July 28th, 08:13 pm
ପରରାଷ୍ଟ୍ର ସଚିବ ଶ୍ରୀ ବ୍ଲିଙ୍କେନ୍ ସେ ଦେଶର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପ ରାଷ୍ଟ୍ରପତି କମଳା ହାରିସଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସେ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ସାକ୍ଷାତ ବେଳେ କରିଥିବା ସଫଳ ମତ ବିନିମୟ ସଂପର୍କରେ ଅବଗତ କରାଇଥିଲେ ଏବଂ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ନିରାପତ୍ତା, ବାଣିଜ୍ୟ ଓ ନିବେଶ, ଜଳବାୟୁ ପରିବର୍ତ୍ତନ ତଥା ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଥିବା ରଣନୀତିକ ସମ୍ପର୍କକୁ ଆହୁରି ନିବିଡ଼ କରିବା ସକାଶେ ଆମେରିକାର ପ୍ରତିବଦ୍ଧତା ପ୍ରକଟ କରିଥିଲେ ।