ଭାରତକୁ ୨୯୭ଟି ପ୍ରାଚୀନ କଳାକୃତି ଫେରାଇ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକା

September 22nd, 12:11 pm

ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏବଂ ଅଧିକ ସାଂସ୍କୃତିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ, ଆମେରିକାର ଷ୍ଟେଟସ୍ (ବୈଦେଶିକ) ବିଭାଗର ଶିକ୍ଷା ଏବଂ ସାଂସ୍କୃତିକ ବ୍ୟାପାର ବ୍ୟୁରୋ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସହଯୋଗ ବୃଦ୍ଧି କରିବାକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଯାହା ଜୁନ୍ ୨୦୨୩ ରେ ସେମାନଙ୍କର ବୈଠକ ପରେ ଜାରି ମିଳିତ ବିବୃତ୍ତିରେ ପରିଲକ୍ଷିତ ହୋଇଥିଲା, ତାହାକୁ ପୂରଣ କରିବା ନିମନ୍ତେ ଜୁଲାଇ ୨୦୨୪ ରେ ଏକ ସାଂସ୍କୃତିକ ସମ୍ପତ୍ତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

ଆମେରିକାରୁ ୧୫୭ କଳାକୃତି ଓ ପ୍ରଚୀନ ସାମଗ୍ରୀ ସ୍ୱଦେଶ ଆଣିବେ ପ୍ରଧାନମନ୍ତ୍ରୀ

September 25th, 09:16 pm

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ଆମେରିକା ଦ୍ୱାରା ୧୫୭ କଳାକୃତି ଓ ପ୍ରାଚୀନ ସାମଗ୍ରୀ ହସ୍ତାନ୍ତର କରାଯାଇଛି । ଆମେରିକା ଦ୍ୱାରା ଭାରତକୁ ପ୍ରାଚୀନ ସାମଗ୍ରୀଗୁଡ଼ିକୁ ଫେରାଇ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ଏଥିପାଇଁ ଭୂୟସୀ ପ୍ରଶଂସା କରିଛନ୍ତି । ସାଂସ୍କୃତିକ ସାମଗ୍ରୀଗୁଡ଼ିକର ଚୋରି, ବେଆଇନ କାରବାର ଓ ଚାଲାଣକୁ ପ୍ରତିହତ ସକାଶେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ବାଇଡେନ ନିଜ ଉଦ୍ୟମକୁ ସଶକ୍ତ କରିବା ପାଇଁ ବଦ୍ଧପରିକର ହୋଇଛନ୍ତି ।