ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ଅନନ୍ୟ ବନ୍ୟପ୍ରାଣୀ ସଂରକ୍ଷଣ, ଉଦ୍ଧାର ଏବଂ ଥଇଥାନ ପ୍ରୟାସ ‘ବନତାରା’ ଉଦଘାଟିତ

March 04th, 04:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଜାମନଗରଠାରେ ଏକ ଅନନ୍ୟ ବନ୍ୟପ୍ରାଣୀ ସଂରକ୍ଷଣ, ଉଦ୍ଧାର ଏବଂ ଥଇଥାନ ପଦକ୍ଷେପ ବନତାରାକୁ ଉଦଘାଟନ କରିଛନ୍ତି। ଶ୍ରୀ ଅନନ୍ତ ଅମ୍ବାନୀ ଏବଂ ତାଙ୍କ ସହଯୋଗୀମାନଙ୍କର ସହାନୁଭୂତିଶୀଳ ପ୍ରୟାସକୁ ପ୍ରଶଂସା କରି ସେ କହିଛନ୍ତି ଯେ ପରିବେଶଗତ ଦୀର୍ଘସ୍ଥାୟିତ୍ୱ ଏବଂ ବନ୍ୟପ୍ରାଣୀ କଲ୍ୟାଣକୁ ପ୍ରୋତ୍ସାହନ ଦେବା ସହିତ ବନତାରା ପ୍ରାଣୀମାନଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳୀ ପ୍ରଦାନ କରିଥାଏ।