ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅକ୍ଟୋବର ୨ରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

September 30th, 08:59 pm

ସ୍ୱଚ୍ଛତା ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜନ ଆନ୍ଦୋଳନ - ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ମଧ୍ୟପ୍ରଦେଶର ଝାବୁଆରେ ପାଖାପାଖି ୭୩୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ

February 11th, 07:35 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଝାବୁଆଠାରେ ପ୍ରାୟ ୭୩୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆଜିର ଏହି ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ପ୍ରମୁଖ ଆଦିବାସୀ ଜନସଂଖ୍ୟାକୁ ଉପକୃତ କରିବ, ଜଳ ଯୋଗାଣକୁ ସୁଦୃଢ଼ କରିବ ଏବଂ ପାନୀୟ ଜଳ ଯୋଗାଣକୁ ସୁଦୃଢ଼ କରିବ ଏବଂ ମଧ୍ୟପ୍ରଦେଶରେ ସଡ଼କ, ରେଳ, ଶକ୍ତି ଏବଂ ଶିକ୍ଷା କ୍ଷେତ୍ରକୁ ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀ ବିଶେଷ କରି ପଛୁଆ ଜନଜାତିର ପ୍ରାୟ ୨ ଲକ୍ଷ ମହିଳା ହିତାଧିକାରୀଙ୍କୁ ଆହାର ଅନୁଦାନର ମାସିକ କିସ୍ତି ପ୍ରଦାନ କରିଥିଲେ, ସ୍ୱାମିତ୍ୱ ଯୋଜନାର ହିତାଧିକାରୀମାନଙ୍କୁ ୧.୭୫ ଲକ୍ଷ ଅଧିକାର ପୁରସ୍କାର (ଅଧିକାରର ରେକର୍ଡ) ବଣ୍ଟନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୫୫୯ଟି ଗାଁ ପାଇଁ ୫୫.୯ କୋଟି ଟଙ୍କା ହସ୍ତାନ୍ତର କରିଥିଲେ ।

ଫେବୃଆରୀ ୧୧ ରେ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 09th, 05:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଫେବୃଆରୀ ୧୧ ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ରେ ସେ ମଧ୍ୟପ୍ରଦେଶର ଝାବୁଆ ଠାରେ ପ୍ରାୟ ୭୫୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ।

India’s GDP Soars: A Win For PM Modi’s GDP plus Welfare

December 01st, 09:12 pm

Exceeding all expectations and predictions, India's Gross Domestic Product (GDP) has demonstrated a remarkable annual growth of 7.6% in the second quarter of FY2024. Building on a strong first-quarter growth of 7.8%, the second quarter has outperformed projections with a growth rate of 7.6%. A significant contributor to this growth has been the government's capital expenditure, reaching Rs. 4.91 trillion (or $58.98 billion) in the first half of the fiscal year, surpassing the previous year's figure of Rs. 3.43 trillion.

ଦିଲ୍ଲୀରେ ପ୍ରଥମ ଅଖିଳ ଭାରତୀୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବୈଠକର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

July 30th, 10:01 am

କାର୍ଯ୍ୟକ୍ରମରେ ଉପସ୍ଥିତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଏନ. ଭି. ରମ୍ମନା ଜୀ, ଜଷ୍ଟିସ ଶ୍ରୀ ୟୁ ୟୁ ଳଳିତ ଜୀ, ଜଷ୍ଟିସ ଶ୍ରୀ ଡି. ୱାଇ ଚନ୍ଦ୍ରଚୂଡ଼ ଜୀ, କେନ୍ଦ୍ର ସରକାରରେ ମୋର ସହଯୋଗୀ ଏବଂ ଦେଶର ଆଇନ ମନ୍ତ୍ରୀ ଶ୍ରୀ କିରଣ ରିଜିଜ୍ଜୁ ଜୀ, ସୁପ୍ରିମକୋର୍ଟର ସମ୍ମାନୀୟ ବିଚାରପତିଗଣ, ଆମର ସାଥୀ ରାଜ୍ୟମନ୍ତ୍ରୀ ଶ୍ରୀମାନ ଏସ. ପି. ବଘେଲ ଜୀ, ଉଚ୍ଚ ନ୍ୟାୟାଳୟର ସମ୍ମାନନୀୟ ବିଚାରପତିଗଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଓ କର୍ତ୍ତୃପକ୍ଷ ବୃନ୍ଦ, ସମସ୍ତ ସମ୍ମାନନୀୟ ଅତିଥିଗଣ, ମହିଳା ଏବଂ ଭଦ୍ର ଲୋକମାନେ!

PM addresses inaugural session of First All India District Legal Services Authorities Meet

July 30th, 10:00 am

PM Modi addressed the inaugural session of the First All India District Legal Services Authorities Meet. The Prime Minister said, This is the time of Azadi Ka Amrit Kaal. This is the time for the resolutions that will take the country to new heights in the next 25 years. Like Ease of Doing Business and Ease of Living, Ease of Justice is equally important in this Amrit Yatra of the country.

ଲକ୍ଷ୍ନୌ ଠାରେ ଆଜାଦୀ @୭୫ ସମ୍ମିଳନୀ ଏବଂ ପ୍ରଦର୍ଶନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳ ପାଠ

October 05th, 10:31 am

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଏବଂ ଲକ୍ଷ୍ନୌର ହିଁ ସାଂସଦ, ମୋର ବରିଷ୍ଠ ସାଥୀ, ଶ୍ରୀମାନ ରାଜନାଥ ସିଂହ ଜୀ, ଶ୍ରୀ ହରଦୀପ୍ସିଂହ ପୁରୀ ଜୀ, ମହେନ୍ଦ୍ରନାଥ ପାଣ୍ଡେ ଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବପ୍ରସାଦ ମୌର୍ଯ୍ୟ ଜୀ, ଶ୍ରୀ ଦିନେଶ ଶର୍ମା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀମାନ କୌଶଲ କିଶୋର ଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରିଗଣ, ସାଂସଦ, ବିଧାୟକଗଣ, ଦେଶର ଭିନ୍ନ-ଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ଆଦରଣୀୟ ମନ୍ତ୍ରୀଗଣ, ଅନ୍ୟ ସମସ୍ତ ମହାନୁଭବ ଏବଂ ଉତ୍ତର ପ୍ରଦେଶର ମୋର ପ୍ରିୟ ଭଉଣୀ ଓ ଭାଇମାନେ!

ଲକ୍ଷ୍ନୌରେ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କଲେ @୭୫-ନୂତନ ସହରାଞ୍ଚଳ ଭାରତବର୍ଷ-ସହରୀ ଦୃଶ୍ୟପଟ ପରିବର୍ତ୍ତନ ସମ୍ମିଳନୀ ଓ ଏକ୍ସପୋ

October 05th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୦୫-୧୦-୨୦୨୧) ଲକ୍ଷ୍ନୌଠାରେ ଆଜାଦୀ@୭୫- ନୂତନ ସହରାଞ୍ଚଳ ଭାରତବର୍ଷ-ସହରୀ ଦୃଶ୍ୟପଟ ପରିବର୍ତ୍ତନ ସମ୍ମିଳନୀ ଓ ଏକ୍ସପୋ ଉଦ୍‌ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ରାଜନାଥ ସିଂ, ହରଦୀପ ସିଂ ପୁରୀ, ମହେନ୍ଦ୍ର ନାଥ ପାଣ୍ଡେ, କୌଶଳ କିଶୋର, ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ଥିଲେ।

“ଆଜାଦି @ ୭୫-ନ୍ୟୁ ଅର୍ବାନ ଇଣ୍ଡିଆ” ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ

October 04th, 06:52 pm

ଚଳିତମାସ ପାଞ୍ଚ ତାରିଖରେ ଲକ୍ଷ୍ନୌରେ “ଆଜାଦି @୭୫ -ନ୍ୟୁ ଅର୍ବାନ ଇଣ୍ଡିଆ : ଟ୍ରାନ୍ସଫର୍ମିଂ ଅର୍ବାନ ଲ୍ୟାଣ୍ଡ ସ୍କେପ ଉପରେ ଏକ ସମ୍ମିଳନୀ ଆୟୋଜିତ ହେଉଛି । ଏଥିସହିତ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିବେ । ଏହି ସମ୍ମିଳନୀରେ ସ୍ୱାଧୀନତାର ୭୫ବର୍ଷ ପାଳନ ଅବସରରେ ନୂଆ ଭାରତରେ ସହରାଂଚଳରେ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ହେବ । ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଅକ୍ଟୋବର ୫ତାରିଖ ପୂର୍ବାହ୍ନ ସାଢେ ୧୦ଟା ସମୟରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଡିଜିଟାଲ ଇଣ୍ଡିଆ ଅଭିଯାନର ୬ଷ୍ଠ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 01st, 11:01 am

କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରବିଶଙ୍କର ପ୍ରସାଦ ମହାଶୟ, ଶ୍ରୀ ସଞ୍ଜୟ ଧୋତ୍ରେ ମହାଶୟ, ଡିଜିଟାଲ ଇଣ୍ଡିଆ ସମେତ ଭିନ୍ନ-ଭିନ୍ନ ପଦକ୍ଷେପ ସହିତ ସାମିଲ ମୋର ସମସ୍ତ ସାଥୀଗଣ, ଭାଇ ଓ ଭଉଣୀମାନେ ! ଡିଜିଟାଲ ଇଣ୍ଡିଆ ଅଭିଯାନର 6 ବର୍ଷ ପୂରଣ ହେବା ଅବସରରେ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା !

‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

July 01st, 11:00 am

ଡିଜିଟାଲ ଇଣ୍ଡିଆ’ ଅଭିଯାନକୁ ଛଅ ବର୍ଷ ପୂରଣ ହେବା ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଶାମରାଓ ଧୋତ୍ରେ ଉପସ୍ଥିତ ଥିଲେ।

କେରଳରେ ପ୍ରମୁଖ ଶକ୍ତି ଓ ସହରୀ ଯୋଜନା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ମୂଳପାଠ

February 19th, 04:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେରଳର ପୁଗାଲୁର-ତ୍ରିଶୁର ବିଦ୍ୟୁତ ସଞ୍ଚାରଣ ପ୍ରକଳ୍ପ, କାସାରଗୋଡ଼ ସୌର ଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରା ଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି କାର୍ଯ୍ୟକ୍ରମ ଅବସରରେ ଥିରୁଅନନ୍ତପୁରମରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଓ ସ୍ମାର୍ଟ ରୋଡ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ।

କେରଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ସହରାଞ୍ଚଳ କ୍ଷେତ୍ରର ପ୍ରକଳ୍ପ ଉଦଘାଟନ କରିବା ସହିତ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

February 19th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେରଳର ପୁଗାଲୁର-ତ୍ରିଶୁର ବିଦ୍ୟୁତ ସଞ୍ଚାରଣ ପ୍ରକଳ୍ପ, କାସାରଗୋଡ଼ ସୌର ଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରା ଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି କାର୍ଯ୍ୟକ୍ରମ ଅବସରରେ ଥିରୁଅନନ୍ତପୁରମରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଓ ସ୍ମାର୍ଟ ରୋଡ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ।

ବିହାରରେ ବହୁମୁଖୀ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 15th, 12:01 pm

ସାଥୀଗଣ, ଆଜି ଯେଉଁ 4ଟି ଯୋଜନାଗୁଡିକର ଉଦଘାଟନ ହେଉଛି, ସେଥିରେ ପାଟନା ସହରର ବେଉରୁ ଏବଂ କରମ-ଲୀଚକମେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ ବ୍ୟତୀତ ଅମୃତ ଯୋଜନା ଅଧୀନରେ ସୀୱାନ ଏବଂ ଛପରାରେ ଜଳ ସହିତ ଜଡିତ ପ୍ରକଳ୍ପଗୁଡିକ ମଧ୍ୟ ସାମିଲ ହୋଇଛି । ଏହା ସହିତ ମୁଙ୍ଗେର ଏବଂ ଜମାଲପୁରରେ ଜଳ ସଙ୍କଟକୁ ଦୂର କରିବା ଭଳି ଜଳ ଯୋଗାଣ ପରିଯୋଜନାଗୁଡିକ ଓ ମୁଜଫରପୁରରେ ନମାମୀ ଗଙ୍ଗେ ଅଧୀନରେ ରିଭର ଫ୍ରଣ୍ଟ ବିକାଶ ଯୋଜନାର ମଧ୍ୟ ଆଜି ଶିଳାନ୍ୟାସ କରାଯାଇଛି । ସହରୀ ଗରିବ, ସହରରେ ରହୁଥିବା ମଧ୍ୟମ ବର୍ଗର ସାଥୀମାନଙ୍କ ଜୀବନକୁ ସହଜ ଓ ସରଳ କରିବା ପାଇଁ ଏହି ନୂତନ ସୁବିଧାଗୁଡିକ ନିମନ୍ତେ ବହୁତ-ବହୁତ ଅଭିନନ୍ଦନ ।

ବିହାରରେ ‘ନମାମି ଗଙ୍ଗେ’ ଓ ‘ଅମୃତ’ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 15th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ କାର୍ଯ୍ୟକାରୀ ହେଉଥିବା ନମାମି ଗଙ୍ଗେ ଓ ଅମୃତ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି । ଆଜି ଉଦ୍‌ଘାଟିତ 4ଟି ପ୍ରକଳ୍ପରେ ରହିଛି ପାଟନା ସହରର ବେଉର ଓ କରମ-ଲିଛକ୍‌ର ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଅମୃତ ଯୋଜନାରେ ସିୱାନ ଓ ଛାପ୍ରାର ଦୁଇଟି ଜଳପ୍ରକଳ୍ପ । ଏହାଛଡା ପ୍ରଧାନମନ୍ତ୍ରୀ ମୁଙ୍ଗେର ଏବଂ ଜମାଲପୁରରେ ଦୁଇଟି ଜଳଯୋଗାଣ ପ୍ରକଳ୍ପର ଶୁଭ ଦେଇଥିବାବେଳେ ମୁଜାଫରପୁରଠାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ଏକ ରିଭରଫ୍ରଣ୍ଟ ବିକାଶ ଯୋଜନାର ଶିଳାନ୍ୟାସ କରିଛନ୍ତି ।

ସେପ୍ଟେମ୍ବର 15ରେ ସହରାଞ୍ଚଳ ଭିତ୍ତିଭୂମି ସହ ଜଡିତ ବିହାରର 7ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 14th, 02:45 pm

ସହରାଞ୍ଚଳ ଭିତ୍ତିଭୂମି ସହ ଜଡ଼ିତ ବିହାରର 7ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 15ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବେ । ଏଥିରେ ଚାରିଟି ଜଳଯୋଗାଣ ପ୍ରକଳ୍ପ, ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ରକଳ୍ପ ଓ ଗୋଟିଏ ରିଭରଫ୍ରଣ୍ଟ ବିକାଶ ପ୍ରକଳ୍ପ ସାମିଲ ରହିଛି । ପ୍ରକଳ୍ପଗୁଡ଼ିକରେ 541 କୋଟି ଟଙ୍କା ବିନିଯୋଗ ହେବ । ବିହାରର ନଗର ଉନ୍ନୟନ ଓ ନିର୍ମାଣ ବିଭାଗ ଅଧୀନ ବିଡକୋ ଏସବୁ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କରିବ । ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ବିହାରର ବରଉଣିଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 17th, 12:20 pm

ମଞ୍ଚରେ ଉପସ୍ଥିତ ସମସ୍ତ ମାନ୍ୟଗଣ ଏବଂ ବିଶାଳ ସଂଖ୍ୟାରେ ଉପସ୍ଥିତ ଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ବିହାର ପାଇଁ 33 ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, କହିଲେ, ପୂର୍ବ ଭାରତ ଓ ବିହାରର ବିକାଶ ପ୍ରତି ପ୍ରାଥମିକତା ଦିଆଯାଉଛି;

February 17th, 12:19 pm

ବିହାର ରାଜ୍ୟରେ ଭିତ୍ତିଭୂମି, ଯୋଗାଯୋଗର ବିକାଶ, ଇନ୍ଧନ ନିରାପତ୍ତା ଏବଂ ସ୍ୱାସ୍ଥ୍ୟସେବାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବରଉଣିଠାରେ 33 ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି । ବିହାର ରାଜ୍ୟପାଳ ଲାଲଜୀ ଟଣ୍ଡନ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଅବସରରେ ଉପସ୍ଥିତ ଥିଲେ । ଏ ସମସ୍ତ ପ୍ରକଳ୍ପର ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିଥିଲେ । ଡିଜିଟାଲ ମାଧ୍ୟମରେ ବଟନ ଚିପି ପ୍ରଧାନମନ୍ତ୍ରୀ 13,365 କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣ ହେବାକୁ ଥିବା ପାଟନା ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଧାରଶିଳା ରଖିଥିଲେ । ଏଥିରେ ଦୁଇଟି କରିଡର-ଦାନପୁରରୁ ମିଠାପୁର ଏବଂ ପାଟନା ରେଳ ଷ୍ଟେସନରୁ ନିଉ ଆଇଏସବିଟି ପର୍ଯ୍ୟନ୍ତ ରହିବ । ଏହା 5 ବର୍ଷ ମଧ୍ୟରେ ଶେଷ କରାଯିବ । ଏହି ପ୍ରକଳ୍ପ ପାଟନା ଏବଂ ପାଶ୍ଵବର୍ତ୍ତୀ ଅଂଚଳରେ ଗଣପରିବହନକୁ ସୁଗମ କରିବ ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଗସ୍ତ କରିବେ ମହାରାଷ୍ଟ୍ର; ନାନ୍ଦେଡରେ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ; ଅଜନୀ-ପୁଣେ ଟ୍ରେନ ଓ ଭୁସାବଲ-ବାନ୍ଦ୍ରାସ ଖନ୍ଦେଶ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ; ପିଏମକେଏସୱାଇ ଅନ୍ତର୍ଗତ ଲୋଏର ପଞ୍ଜାରା ମିଡିୟମ ପ୍ରୋଜେକ୍ଟ କରିବେ ଉଦଘାଟନ; ଜଲଗାଓଁ-ଉଢ଼ାନା ଦୋହରୀରକରଣ ଓ ରେଳ ବିଦ୍ୟୁତକରଣ ପ୍ରକଳ୍ପର ହେବ ଶୁଭାରମ୍ଭ

February 15th, 04:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 16 ଫେବୃଆରୀ, 2019ରେ ମହାରାଷ୍ଟ୍ରର ୟବତମାଲ ଏବଂ ଧୁଲେ ଗସ୍ତରେ ଯିବେ । ସେ ରାଜ୍ୟରେ ଅନେକ ପ୍ରକଳ୍ପର ଲୋକାର୍ପଣ କରିବେ ।

ସୁରଟରେ ପ୍ରଧାନମନ୍ତ୍ରୀ

January 30th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟ ଗସ୍ତ କରିଛନ୍ତି । ସେ ସୁରଟ ବିମାନ ବନ୍ଦରର ନୂଆ ଟର୍ମିନାଲ ବିଲ୍ଡିଂ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହାଦ୍ୱାରା ସୁରଟ ଓ ଦକ୍ଷିଣ ଗୁଜରାଟ କ୍ଷେତ୍ରରେ ଯୋଗାଯୋଗ ଏବଂ ସମୃଦ୍ଧି ବୃଦ୍ଧି ପାଇବ ।