ଦିଲ୍ଲୀର ଲାଲକିଲ୍ଲାରେ 78ତମ ସ୍ୱାଧୀନତା ଦିବସର ଝଲକ

August 15th, 10:39 am

78ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଭାରତର ଭବିଷ୍ୟତ ପାଇଁ ଏକ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। 2036 ଅଲିମ୍ପିକ୍ସ ଆୟୋଜନ ଠାରୁ ଆରମ୍ଭ କରି ଧର୍ମନିରପେକ୍ଷ ନାଗରିକ ସଂହିତାକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସାମୂହିକ ପ୍ରଗତି ଏବଂ ପ୍ରତ୍ୟେକ ନାଗରିକଙ୍କ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁର୍ନୀତି ବିରୋଧରେ ଲଢ଼େଇ କୁ ନୂଆ ଉତ୍ସାହ ସହ ଜାରି ରଖିବାକୁ ସେ କହିଥିଲେ। ଉଦ୍ଭାବନ, ଶିକ୍ଷା ଏବଂ ବିଶ୍ୱ ନେତୃତ୍ୱ ଉପରେ ଗୁରୁତ୍ୱ ଦେଇ ସେ ଦୋହରାଇଥିଲେ ଯେ 2047 ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ ହେବାରୁ କେହି ଅଟକାଇ ପାରିବେ ନାହିଁ ।

Teaching of our Tirthankaras have gained a new relevance in the time of many wars in the world: PM Modi at Bharat Mandapam

April 21st, 11:00 am

PM Modi inaugurated the 2550th Bhagwan Mahavir Nirvan Mahotsav on the auspicious occasion of Mahavir Jayanti at Bharat Mandapam. He underlined that the idea of Amrit Kaal is not merely a resolution but a spiritual inspiration that allows us to live through immortality and eternity.

PM inaugurates 2550th Bhagwan Mahavir Nirvan Mahotsav on occasion of Mahavir Jayanti

April 21st, 10:18 am

PM Modi inaugurated the 2550th Bhagwan Mahavir Nirvan Mahotsav on the auspicious occasion of Mahavir Jayanti at Bharat Mandapam. He underlined that the idea of Amrit Kaal is not merely a resolution but a spiritual inspiration that allows us to live through immortality and eternity.

ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ-ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 22nd, 05:12 pm

ଶ୍ରଦ୍ଧେୟ ମଞ୍ଚ, ସମସ୍ତ ସାଧୁ ସନ୍ଥ, ଏଠାରେ ଉପସ୍ଥିତ ଥିବା ଏବଂ ପୃଥିବୀର କୋଣ ଅନୁକୋଣରେ ଆମ ସମସ୍ତଙ୍କ ସହ ଯୋଡ଼ି ହୋଇ ରହିଥିବା ସମସ୍ତ ରାମ ଭକ୍ତ, ଆପଣ ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ରାମ-ରାମ ।

ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

January 22nd, 01:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ଶ୍ରମଜୀବୀ ମାନଙ୍କ ସହ ଶ୍ରୀ ମୋଦୀ ବାର୍ତ୍ତାଳାପ କରିଥିଲେ ।

୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 15th, 02:14 pm

ମୋର ପ୍ରିୟ ୧୪୦ କୋଟି ପରିବାର ସଦସ୍ୟ, ଆମେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏବଂ ବର୍ତ୍ତମାନ ଅନେକ ଲୋକ ମତ ଦେଉଛନ୍ତି ଯେ ଜନସଂଖ୍ୟା ଦୃଷ୍ଟିକୋଣରୁ ମଧ୍ୟ ଆମେ ବିଶ୍ୱରେ ଏକ ନମ୍ବର । ଏତେ ବଡ଼ ଦେଶ, ୧୪୦ କୋଟି ଦେଶବାସୀ, ଭାଇ ଭଉଣୀ, ମୋ ପରିବାର ସଦସ୍ୟ ଆଜି ସ୍ୱାଧୀନତାର ପର୍ବ ପାଳନ କରୁଛନ୍ତି। ସ୍ୱାଧୀନତାର ଏହି ମହାନ ତଥା ପବିତ୍ର ପର୍ବରେ ଭାରତକୁ ଭଲ ପାଉଥିବା, ଭାରତକୁ ସମ୍ମାନ ଦେଉଥିବା, ଭାରତ ପାଇଁ ଗର୍ବିତ ଥିବା କୋଟି କୋଟି ଲୋକଙ୍କୁ ମୁଁ ଅନେକ ଶୁଭେଚ୍ଛା ଜଣାଉଛି ।

Glimpses from 77th Independence Day at Red Fort in Delhi

August 15th, 11:24 am

Prime Minister Narendra Modi addressed the nation on 77th Independence Day from iconic Red Fort in Delhi.

India Celebrates 77th Independence Day

August 15th, 09:46 am

On the occasion of India's 77th year of Independence, PM Modi addressed the nation from the Red Fort. He highlighted India's rich historical and cultural significance and projected India's endeavour to march towards the AmritKaal. He also spoke on India's rise in world affairs and how India's economic resurgence has served as a pole of overall global stability and resilient supply chains. PM Modi elaborated on the robust reforms and initiatives that have been undertaken over the past 9 years to promote India's stature in the world.

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

August 15th, 07:00 am

ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଏବଂ ବର୍ତ୍ତମାନ ଅନେକ ଲୋକ ମତ ଦେଇଛନ୍ତି ଯେ ଜନସଂଖ୍ୟା ଦୃଷ୍ଟିରୁ ଆମେ ବିଶ୍ବରେ ଏକ ନମ୍ବରରେ ରହିଛୁ। ଏତେ ବଡ଼ ବିଶାଳ ଦେଶ, ୧୪୦ କୋଟି ଦେଶ, ମୋ ଭାଇ ଓ ଭଉଣୀ, ମୋ ପରିବାର ସଦସ୍ୟ ଆଜି ସ୍ବାଧୀନତାର ପର୍ବ ପାଳନ କରୁଛନ୍ତି। ମୁଁ ଦେଶର କୋଟି କୋଟି ଜନସାଧାରଣଙ୍କୁ, ଦେଶ ତଥା ବିଶ୍ବର କୋଟି କୋଟି ଜନତା, ବିଶ୍ବରେ ଯେଉଁମାନେ ଭାରତକୁ ଭଲପାଆନ୍ତି, ଯେଉଁମାନେ ଭାରତକୁ ସମ୍ମାନ କରନ୍ତି, ଭାରତକୁ ଗୌରବ ଆଣିଦେଇ କୋଟି କୋଟି ଜନସାଧାରଣଙ୍କୁ ସ୍ବାଧୀନତାର ଏହି ମହାନ ପବିତ୍ର ପର୍ବର ଅନେକ ଅନେକ ଶୁଭକାମନା ଜଣାଉଛି।

ରକ୍ତଦାନ ଅମୃତ ମହୋତ୍ସବରେ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

June 14th, 10:59 pm

ବିଶ୍ୱ ରକ୍ତଦାନ ଦିବସ ଅବସରରେ ରକ୍ତଦାନ ଅଭିଯାନ ଏବଂ ରକ୍ତଦାତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଦିଲ୍ଲୀରେ ବିଶ୍ୱ ବୁଦ୍ଧ ମହାସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଉଦବୋଧନ

April 20th, 10:45 am

କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଶ୍ରୀମାନ କିରଣ ରିଜୀଜୁ ମହାଶୟ, ଜି. କିଶନ ରେଡ୍ଡୀ ମହାଶୟ, ଅର୍ଜୁନ ରାମ ମେଘୱାଲ ମହାଶୟ, ମୀନାକ୍ଷୀ ଲେଖି ମହାଶୟା, ଅନ୍ତରାଷ୍ଟ୍ରୀୟ ବୁଦ୍ଧ ମହାସଂଘର ମହାସଚିବ, ଦେଶ- ବିଦେଶରୁ ଏଠାକୁ ଆସିଥିବା ଏବଂ ଆମ ସହିତ ସାମିଲ ହୋଇଥିବା ସମସ୍ତ ପୂଜ୍ୟ ଭିକ୍ଷୁ ଗଣ, ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!

ନୂଆଦିଲ୍ଲୀ ଠାରେ ବିଶ୍ୱ ବୌଦ୍ଧ ଶିଖର ସମ୍ମିଳନୀ ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ “ବୁଦ୍ଧ ଚେତନା ଚିରନ୍ତନ”

April 20th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦-୦୪-୨୦୨୩) ନୂଆଦିଲ୍ଲୀର ଅଶୋକ ହୋଟେଲ ଠାରେ ଆୟୋଜିତ ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀର ଉଦଘାଟନୀ ସମାରୋହରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ ଫଟୋ ପ୍ରଦର୍ଶନୀ ବୁଲି ଦେଖିବା ସହ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେ ମଧ୍ୟ ୧୯ ଜଣ ପ୍ରସିଦ୍ଧ ସାଧୁଙ୍କୁ ସାଧୁ ପୋଷାକ ପ୍ରଦାନ କରିଥିଲେ ।

ସୀମାବର୍ତ୍ତୀ ଗ୍ରାମ ପରିଦର୍ଶନ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

April 11th, 02:41 pm

ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଆମ ଯୁବପିଢ଼ିଙ୍କୁ ବିଭିନ୍ନ ସଂସ୍କୃତି ସହ ପରିଚିତ କରାଇବ ଏବଂ ସେମାନଙ୍କୁ ସୀମାବର୍ତ୍ତୀ କ୍ଷେତ୍ରରେ ରହୁଥିବା ଲୋକମାନଙ୍କ ଆତିଥେୟକୁ ଅନୁଭବ କରିବାର ସୁଯୋଗ ମିଳିବ।

ଜଳ ଜୀବନ ମିଶନ ଅନ୍ତର୍ଗତ ୭୫ ପ୍ରତିଶତ କଭରେଜ ଲକ୍ଷ୍ୟ ଅତିକ୍ରମ କରିଥିବା ଅରୁଣାଚଳ ପ୍ରଦେଶକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

April 02nd, 10:39 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶରେ ଜଳ ଜୀବନ ମିଶନ ଅନ୍ତର୍ଗତ ୭୫ ପ୍ରତିଶତ କଭରେଜ ଲକ୍ଷ୍ୟ ଅତିକ୍ରମ ଓ ୧.୭୩ ଲକ୍ଷ ଗ୍ରାମାଞ୍ଚଳ ପରିବାରକୁ ପିଇବା ପାଣି ଯୋଗାଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମକୁ ପ୍ରଶଂସା କରିଛନ୍ତି ।

'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନା ଆମ ଦେଶକୁ ଶକ୍ତିଶାଳୀ କରୁଛି: 'ମନ୍ କୀ ବାତ୍'ରେ ପ୍ରଧାନମନ୍ତ୍ରୀ ମୋଦୀ

March 26th, 11:00 am

ମୋର ପ୍ରିୟ ଦେଶବାସୀଗଣ, ‘ମନ କି ବାତ୍’ରେ ଆମେ ଏଭଳି ହଜାର ହଜାର ଲୋକଙ୍କ ବିଷୟରେ ଆଲୋଚନା କରିଛୁ, ଯେଉଁମାନେ ଅନ୍ୟମାନଙ୍କ ସେବା ପାଇଁ ନିଜର ଜୀବନକୁ ସମର୍ପିତ କରିଦେଇଥାଆନ୍ତି । ଏଭଳି ଅନେକ ଲୋକ ଥାଆନ୍ତି, ଯେଉଁମାନେ ଝିଅମାନଙ୍କ ଶିକ୍ଷା ପାଇଁ ନିଜର ସାରା ପେନ୍ସନ୍ ଖର୍ଚ୍ଚ କରିଦେଇଥାଆନ୍ତି । କେହି ନିଜ ଜୀବନଯାକର ଉପାର୍ଜନକୁ ପରିବେଶ ଓ ପ୍ରାଣୀ ସେବା ପାଇଁ ସମର୍ପିତ କରିଦେଇଥାଏ । ଆମ ଦେଶରେ ପରମାର୍ଥକୁ ଏତେ ଉଚ୍ଚ ସ୍ଥାନ ଦିଆଯାଇଛି ଯେ, ଅନ୍ୟମାନଙ୍କ ସୁଖ ପାଇଁ ଲୋକେ ନିଜର ସର୍ବସ୍ୱ ଦାନ କରିବାରେ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସେଇଥିପାଇଁ ତ ଆମକୁ ପିଲାଦିନେ ଶିବି ଓ ଦଧିଚିଙ୍କ ଭଳି ଦେହ-ଦାନୀଙ୍କ କାହାଣୀ କୁହାଯାଇଥାଏ।

ଜାତୀୟ ଡାକ ଟିକଟ ପ୍ରଦର୍ଶନୀ ‘ଅମୃତପେକ୍ସ ୨୦୨୩’ରେ ସକ୍ରିୟ ଅଂଶଗ୍ରହଣ ପାଇଁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

February 15th, 10:19 am

ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଆୟୋଜିତ ଜାତୀୟ ଡାକ ଟିକଟ ପ୍ରଦର୍ଶନୀ ଅମୃତପେକ୍ସ ୨୦୨୩ରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଡାକ ଟିକଟ ସଂଗ୍ରହ ଓ ପତ୍ର ଲିଖନ ପ୍ରତି ଆଗ୍ରହ ବଢାଇବା ପାଇଁ ଏହା ଭଲ ଉପାୟ ।

କେନ୍ଦ୍ର ବଜେଟ ୨୦୨୩କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ମୂଳ ପାଠ

February 01st, 02:01 pm

ଅମୃତକାଳର ଏହି ପ୍ରଥମ ବଜେଟ ବିକଶିତ ଭାରତର ବିରାଟ ସଙ୍କଳ୍ପକୁ ପୂରଣ କରିବା ଦିଗରେ ଏକ ମଜବୁତ ମୂଳଦୁଆ ପ୍ରସ୍ତୁତ କରିବ । ଏହି ବଜେଟ ଅସହାୟମାନଙ୍କୁ ପ୍ରାଥମିକତା ଦେଉଛି । ଏହି ବଜେଟ ଆଜିର ଆଙ୍କାକ୍ଷୀ ସମାଜ – ଗ୍ରାମ, ଗରିବ, କୃଷକ ଓ ମଧ୍ୟବିତ ବର୍ଗଙ୍କର ସ୍ୱପ୍ନକୁ ସାକାର କରିବ ।

ଏହି ବଜେଟ୍ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେଇଛି: ପ୍ରଧାନମନ୍ତ୍ରୀ

February 01st, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଏକ ବିକଶିତ ଭାରତର ଆକାଂକ୍ଷା ଏବଂ ସଂକଳ୍ପଗୁଡିକ ପୂରଣ କରିବା ପାଇଁ ଭାରତର ଅମୃତ କାଳରେ ଆଗତ ପ୍ରଥମ ବଜେଟ୍ ଏକ ଦୃଢ ଆଧାର ପ୍ରତିଷ୍ଠା କରିଛି । ସେ କହିଛନ୍ତି ଯେ ଏହି ବଜେଟ୍ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେବ ଏବଂ ଆଙ୍କାକ୍ଷୀ ସମାଜ, ଗରିବ, ଗ୍ରାମ୍ୟ ଏବଂ ମଧ୍ୟବିତ୍ତଙ୍କ ସ୍ୱପ୍ନକୁ ସାକାର କରିବ ।

କଶ୍ମୀରର ସମୃଦ୍ଧ ସଂସ୍କୃତି, କଳା ଓ କାରିଗରୀକୁ ପ୍ରଦର୍ଶିତ କରିଥିବା ବିତସ୍ତା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

January 29th, 09:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଶ୍ମୀରର ସମୃଦ୍ଧ ସଂସ୍କୃତି, କଳା ଓ କାରିଗରୀକୁ ପ୍ରଦର୍ଶିତ କରିଥିବା ସଂସ୍କୃତି ମନ୍ତ୍ରଣାଳୟଙ୍କ ବିତସ୍ତା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।

ଡିସେମ୍ବର ୨୪ରେ ଶ୍ରୀ ସ୍ୱାମୀନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନର ୭୫ତମ ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 23rd, 01:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୪, ୨୦୨୨ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀ ସ୍ୱାମୀନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନର ୭୫ତମ ଅମୃତ ମହୋତ୍ସବରେ ଅଭିଭାଷଣ ପ୍ରଦାନ କରିବେ ।