The BJP government in Gujarat has prioritised water from the very beginning: PM Modi in Amreli
October 28th, 04:00 pm
PM Modi laid the foundation stone and inaugurated various development projects worth over Rs 4,900 crores in Amreli, Gujarat. The Prime Minister highlighted Gujarat's remarkable progress over the past two decades in ensuring water reaches every household and farm, setting an example for the entire nation. He said that the state's continuous efforts to provide water to every corner are ongoing and today's projects will further benefit millions of people in the region.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଜି ଗୁଜରାଟର ଅମରେଲିଠାରେ ୪,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ
October 28th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅମରେଲିଠାରେ ୪ ହଜାର ୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆଜିର ଏହି ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳବାଇ, ସଡ଼କ, ଜଳ ବିକାଶ ଓ ପର୍ଯ୍ୟଟନ ଆଦି କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଅମରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋଟାଦ ଆଦି ଜିଲ୍ଳାର ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇପାରିବେ ।ଅକ୍ଟୋବର ୨୮ରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ
October 26th, 03:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୮ ତାରିଖରେ ଗୁଜରାଟ ଗସ୍ତରେ ଯିବେ । ପ୍ରାୟ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ । ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ଭଦୋଦରାର ଲକ୍ଷ୍ମୀ ବିଳାସ ପ୍ୟାଲେସ ଯିବେ । ପ୍ରଧାନମନ୍ତ୍ରୀ ଭଦୋଦରାରୁ ଆମ୍ରେଲି ଯିବେ । ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟରେ ସେ ଆମ୍ରେଲିର ଦୁଧାଲା ଠାରେ ଭାରତମାତା ସରୋବରର ଉଦଘାଟନ କରିବେ । ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ଆମ୍ରେଲିର ଲାଠିଠାରେ ୪,୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ।ଶ୍ରୀ ଖୋଡଲଧାମ ଟ୍ରଷ୍ଟ-କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
January 21st, 12:00 pm
ଆଜି ଏହି ସ୍ୱତନ୍ତ୍ର ଅବସରରେ ଖୋଡଲଧାମର ପବିତ୍ର ଭୂମି ଏବଂ ମା' ଖୋଡଲଙ୍କ ଭକ୍ତଙ୍କ ସହ ଯୋଡ଼ି ହେବା, ମୋ ପାଇଁ ଏକ ବଡ଼ ସୌଭାଗ୍ୟର କଥା । ଜନକଲ୍ୟାଣ ଓ ସେବା କ୍ଷେତ୍ରରେ ଶ୍ରୀ ଖୋଡଲଧାମ ଟ୍ରଷ୍ଟ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଆଜିଠାରୁ ଆମରେଲିରେ ଆରମ୍ଭ ହେଉଛି କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର କାମ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଶ୍ରୀ ଖୋଡଲଧାମ ଟ୍ରଷ୍ଟ-କାଗୱଡ ପ୍ରତିଷ୍ଠାର ୧୪ବର୍ଷ ପୂରଣ ହେଉଛି । ଏହି ଆୟୋଜନ ପାଇଁ ବହୁତ- ବହୁତ ଶୁଭକାମନା ।ଭିଡିଓ ବାର୍ତ୍ତା ଜରିଆରେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ - କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
January 21st, 11:45 am
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଖୋଦଲଧାମର ପବିତ୍ର ଭୂମି ଏବଂ ଖୋଦଲ ମା'ଙ୍କ ଭକ୍ତଙ୍କ ସହ ଯୋଗାଯୋଗ କରିବା ନେଇ ଅତ୍ୟନ୍ତ ସୌଭାଗ୍ୟ ପ୍ରକାଶ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ ଅମରେଲି ଠାରେ କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ରର ଶିଳାନ୍ୟାସ ସହିତ ଜନକଲ୍ୟାଣ ଏବଂ ସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଶ୍ରୀ ଖୋଦଲଧାମ ଟ୍ରଷ୍ଟ - କାଗୱାଡ ପ୍ରତିଷ୍ଠାର ୧୪ ବର୍ଷ ପୂରଣ କରିବ ଏବଂ ସେ ଉଲ୍ଲେଖ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।ଗୁଜରାଟ ମୋର ଆତ୍ମା ,ଭାରତ ମୋର ପରମାତ୍ମା :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 27th, 12:19 pm
କଚ୍ଛ ,ଜସଦନ ଏବଂ ଆମରେଲିରେ ସାର୍ବଜନିକ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଉପେକ୍ଷା ଲାଗି କଂଗ୍ରେସ ଦଳ ଉପରେ ବର୍ଷିଲେ । ସେ କଂଗ୍ରେସକୁ ନିନ୍ଦା କରି କହିଲେ କଂଗ୍ରେସର ଭୁଲ ଶାସନ କଚ୍ଛ ଏବଂ ଗୁଜରାଟର ସମଗ୍ର ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ।ଆମ ସରକାର କୃଷକଙ୍କ ଆବଶ୍ୟକତା ଏବଂ ସେମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ :ପ୍ରଧାନମନ୍ତ୍ରୀ ମୋଦୀ
September 17th, 03:43 pm
ପ୍ରଧାନମନ୍ତ୍ରୀ ମୋଦୀ ଆମ୍ରେଲୀଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ କହିଥିଲେ ଯେ ଗୁଜରାଟ ରାଜ୍ୟର ସମବାୟ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ସୌରାଷ୍ଟ୍ରରେ କୃଷି ଏବଂ ଦୁଗ୍ଧ କ୍ଷେତ୍ରଗୁଡ଼ିକ କିଭଳି ବିକଶିତ କରିଥିଲେ ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ,ଇ-ନାମ ଯୋଜନା କୃଷକମାନଙ୍କୁ ଲାଭାନ୍ୱିତ କରୁଛି ଏବଂ ସେମାନଙ୍କୁ ବଜାର ସୁବିଧା ଯୋଗାଇ ଦେଉଛନ୍ତି ।ଆମ୍ରେଲୀ ସହକାର ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
September 17th, 03:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମ୍ରେଲୀ ଠାରେ ପ୍ରାଥମିକ କୃଷି ସମବାଯ ସମିତିର ନବନିର୍ମିତ ବଜାର ସ୍ଥଳୀ(Market Yard)କୁ ଉଦ୍ଘାଟନ କରିଥିଲେ । ସେ ମଧ୍ୟ ଅମର ଡାଏରୀର ନୂଆ ପ୍ଲାଣ୍ଟ ଉଦ୍ଘାଟନ କରିବା ସହ ଏକ ମହୁ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଭିତିପ୍ରସ୍ତର ସ୍ଥାପନ କରିଥିଲେ ।