ବିଦେଶରେ ଥିବା ଭାରତୀୟ ମିଶନ୍‌ଗୁଡିକର ମୁଖ୍ୟ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରଗୁଡିକର ସମ୍ପୃକ୍ତ ପକ୍ଷଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତା ଓ କଥୋପକଥନ

August 06th, 06:31 pm

ଆଜି ଦେଶରେ ଯେଉଁ ସରକାର ଅଛନ୍ତି, ରାଜ୍ୟଗୁଡିକରେ ଯେଉଁ ସରକାର ଅଛନ୍ତି, ସେମାନେ ବ୍ୟବସାୟ ଜଗତର ଆବଶ୍ୟକତାଗୁଡିକୁ ହୃଦୟଙ୍ଗମ କରି ଆଗକୁ ବଢିବାର ପ୍ରୟାସ କରି ଚାଲିଛନ୍ତି । ଆତ୍ମନିର୍ଭର ଭାରତ, ଏହି ଅଭିଯାନ ଅଧିନରେ ଅନୁପାଳନକୁ ଅନେକ ମାତ୍ରାରେ କୋହଳ କରାଯାଇଛି । ଏହାଦ୍ୱାରା ଆର୍ଥିକ କାର୍ଯ୍ୟକଳାପର ସୁଚାରୂ ରୂପରେ ପରିଚାଳନା ସହଜ ହୋଇଛି । ୩ ଲକ୍ଷ କୋଟି ଟଙ୍କାର ଜରୁରୀ ଋଣ ସହାୟତା ଗ୍ୟାରେଂଟି ଯୋଜନା ଦ୍ୱାରା ଏମଏସଏମଇ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରଗୁଡିକୁ ଆଶ୍ୱସ୍ତି ମିଳିଛି । ପୁନରୁଦ୍ଧାର ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ନିକଟରେ ଆଉ ଦେଢ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ବିଦେଶରେ ଥିବା ଭାରତୀୟ ଦୂତାବାସର ମୁଖ୍ୟ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଂଶୀଦାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 06th, 06:30 pm

ପ୍ରଥମ ଥର ପାଇଁ କରାଯାଇଥିବା ଏକ ପ୍ରୟାସ ସ୍ବରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସ ଜରିଆରେ ବିଦେଶରେ ଥିବା ଭାରତୀୟ ଦୂତାବାସର ମୁଖ୍ୟ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଂଶୀଦାରଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ। ଏହି ଆଲୋଚନାରେ ମଧ୍ୟ କୋଡ଼ିଏରୁ ଅଧିକ ବିଭାଗର ସଚିବଗଣ, ରାଜ୍ୟ ସରକାରଙ୍କ ଅଧିକାରୀ, ରପ୍ତାନି ପ୍ରୋତ୍ସାହନ ପରିଷଦ ଓ ଚାମ୍ବର ଅଫ କମର୍ସର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।