ସ୍ୱାମୀ ଅଭଧେଶାନନ୍ଦ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିବ୍ୟଦୃଷ୍ଟିକୁ ପ୍ରଶଂସା କଲେ

May 15th, 04:08 pm

ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ଉତ୍ସବରେ ସ୍ୱାମୀ ଅଭଧେଶାନନ୍ଦ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦିବ୍ୟଦୃଷ୍ଟିକୁ ପ୍ରଶଂସା କରି କହିଲେ ତାଙ୍କ ନେତୃତ୍ୱରେ ନିଆଯାଉଥିବା ପଦକ୍ଷେପରୁ ଦେଶରେ ପରିବର୍ତ୍ତନ ଆଣିବ ।

ମଧ୍ୟପ୍ରଦେଶର ଅମରକଣ୍ଟକଠାରେ ‘ନମାମି ନର୍ମଦେ-ନର୍ମଦା ସେବା ଯାତ୍ରା’ର ଉଦଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

May 15th, 02:39 pm

ଆମ ଶାସ୍ତ୍ରରେ ଗୋଟିଏ ମାନ୍ୟତା ସ୍ଥାପିତ ହୋଇଛି ଯେ ଯଦି ଆମେ ଯାତ୍ରା କରି ପାରୁନାହେଁ, କିନ୍ତୁ କୌଣସି ଯାତ୍ରୀଙ୍କୁ ଯଦି ପ୍ରଣାମ କରିଦେବା ତେବେ ଯାତ୍ରାର ପୁଣ୍ୟ ପ୍ରାପ୍ତ ହୋଇଥାଏ । ତ ମୁଁ ମଧ୍ୟ ଆପଣ ସମସ୍ତ ଯାତ୍ରୀଙ୍କୁ ପ୍ରଣାମ କରି, ଯେଉଁ ପୁଣ୍ୟ ଆପଣ ଅର୍ଜନ କରିଛନ୍ତି; ସେଥିରୁ ଆପଣଙ୍କଠାରୁ କିଛି ଭାଗ ମାଗୁଛି । କିନ୍ତୁ ସେହି ଭାଗ ମୁଁ ମୋ ପାଇଁ ମାଗୁନାହିଁ, ଆପଣଙ୍କ ଏହି ଯାତ୍ରାରୁ ଅର୍ଜନ କରିଥିବା ପୁଣ୍ୟ ମାଆ ଭାରତୀର କାମରେ ଆସୁ, ଶହେ ପଚିଶି କୋଟି ଭାରତୀୟଙ୍କ କାମରେ ଆସୁ, ଏହି ଦେଶର ଗରିବରୁ ଗରିବ ଲୋକର ଜୀବନରେ ପରିବର୍ତ୍ତନ ଆଣିବା କାମରେ ଆସୁ । ଆଉ ମୋର ବିଶ୍ୱାସ ନର୍ମଦା ଯାତ୍ରା ହିଁ ହେଉଛି ସେହି ଯାତ୍ରା ଯାହାକୁ ନର୍ମଦା ପରିକ୍ରମା ସହ ଯୋଡ଼ା ଯାଇଛି ।

ନର୍ମଦା ଉଦଗମ ସ୍ଥଳୀରେ ପୂଜା କଲେ ପ୍ରଧାନମନ୍ତ୍ରୀ, ଅମରକଣ୍ଟକ ଠାରେ ନମାମି ନର୍ମଦେ-ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଉଦବୋଧନ

May 15th, 02:36 pm

ନର୍ମଦା ନଦୀର ଉଦଗମ ସ୍ଥଳରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂଜା କରିଥିଲେ । ସେ ମଧ୍ୟପ୍ରଦେଶର ଅମରକଣ୍ଟକ ଠାରେ “ନମାମି ନର୍ମଦେ – ନର୍ମଦା ସେବା ଯାତ୍ରା” କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସମବେତ ହୋଇଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।ଏହି ଅବସରରେ ଉଦବୋଧନ ଦେଇ ସ୍ୱାମୀ ଅବଧେଶନନ୍ଦଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ବିକାଶ ଅବତାର’ ଭାବେ ଅଭିହିତ କରିଥିଲେ ଏବଂ କହିଥିଲେ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରି ଅନେକଙ୍କୁ ଅନୁପ୍ରାଣିତ କରିଛନ୍ତି ।

ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

May 14th, 06:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଯୋଗଦେବେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଆସନ୍ତାକାଲି ଅପରାହ୍ଣରେ ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଯୋଗ ଦେବାକୁ ନେଇ ମୁଁ ଉତ୍ସାହିତ ।