ରାଜସ୍ଥାନର ପୋଖରାନରେ ' ଭାରତ ଶକ୍ତି ଅଭ୍ୟାସ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 02:15 pm
ଆଜି ଆମେ ଏଠାରେ ଯେଉଁ ଦୃଶ୍ୟ ଦେଖିଛୁ, ଆମ ତିନି ସେନାର ବୀରତ୍ୱ ଆଶ୍ଚର୍ଯ୍ୟଜନକ । ଆକାଶରେ ଏହି ଗର୍ଜନ... ମାଟିରେ ଏହି ସାହସିକତା... ଏହି ବିଜୟ ଚିତ୍କାର ସବୁ ଦିଗରେ ଗୁଞ୍ଜରିତ ହୋଇଥିଲା... ଏହା ହେଉଛି ଏକ ନୂତନ ଭାରତର ଆହ୍ୱାନ । ଆଜି ଆମର ପୋଖରାନ ପୁଣି ଥରେ ଭାରତର ଆତ୍ମନିର୍ଭରଶୀଳତା, ଭାରତର ଆତ୍ମବିଶ୍ୱାସ ଏବଂ ଭାରତର ଆତ୍ମଗର୍ବର ଏହି ତ୍ରିମୂର୍ତ୍ତିର ସାକ୍ଷୀ ପାଲଟିଛି । ଏହା ହେଉଛି ପୋଖରାନ, ଯାହା ଭାରତର ପରମାଣୁ ଶକ୍ତିର ସାକ୍ଷୀ ହୋଇଛି ଏବଂ ଏଠାରେ ଆମେ ସ୍ୱଦେଶୀକରଣଠାରୁ ଆରମ୍ଭ କରି ସଶକ୍ତୀକରଣ ପର୍ଯ୍ୟନ୍ତ ଏହାର ଶକ୍ତି ମଧ୍ୟ ଦେଖୁଛୁ । ଆଜି ଭାରତ ଶକ୍ତିର ଏହି ପର୍ବ ବୀରତ୍ୱର ଭୂମି ରାଜସ୍ଥାନରେ ଅନୁଷ୍ଠିତ ହେଉଛି, କିନ୍ତୁ ଏହାର ଶବ୍ଦ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଶୁଣିବାକୁ ମିଳୁଛି ।'ଭାରତ ଶକ୍ତି' - ରାଜସ୍ଥାନର ପୋଖରାନରେ ଏକ ତ୍ରି-ସେବା ଫାୟାରିଂ ଏବଂ ଶକ୍ତି ଦକ୍ଷତା ଅଭ୍ୟାସ ସମୟରେ ଉପସ୍ଥିତ ରହିଥିଲେ ପ୍ରଧାନମନ୍ତ୍ରୀ
March 12th, 01:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ପୋଖରାନଠାରେ ତ୍ରି-ସେବା ଲାଇଭ୍ ଫାୟାର ଏବଂ କୌଶଳ ଅଭ୍ୟାସ ଆକାରରେ ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟର ସମନ୍ୱିତ ପ୍ରଦର୍ଶନ ଦେଖିଥିଲେ । ଦେଶର ଆତ୍ମନିର୍ଭର ଭାରତ ଅଭିଯାନକୁ ଆଧାର କରି 'ଭାରତ ଶକ୍ତି' ଦେଶର ଦକ୍ଷତା ପ୍ରଦର୍ଶନ ପାଇଁ ବିଭିନ୍ନ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ପ୍ଲାଟଫର୍ମ ପ୍ରଦର୍ଶନ କରିବ ।ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାରଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍ (ଏମଆଇଆରଭି) ସହିତ ଅଗ୍ନି-୫ କ୍ଷେପଣାସ୍ତ୍ରର ପ୍ରଥମ ଉଡ଼ାଣ ପରୀକ୍ଷଣ 'ମିଶନ ଦିବ୍ୟାସ୍ତ୍ର'କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
March 11th, 06:56 pm
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାରଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍ (ଏମଆଇଆରଭି) ସହିତ ଅଗ୍ନି-୫ କ୍ଷେପଣାସ୍ତ୍ରର ପ୍ରଥମ ଉଡ଼ାଣ ପରୀକ୍ଷଣ ମିଶନ ଦିବ୍ୟାସ୍ତ୍ର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଆରଡିଓ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି।