ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

July 20th, 02:37 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ କ୍ରିଷ୍ଟୋଫର ଲକ୍ସନଙ୍କ ଠାରୁ ଟେଲିଫୋନ୍ କଲ୍‌ ପାଇ କଥା ହୋଇଛନ୍ତି ।

PM Modi attends News18 Rising Bharat Summit

March 20th, 08:00 pm

Prime Minister Narendra Modi attended and addressed News 18 Rising Bharat Summit. At this time, the heat of the election is at its peak. The dates have been announced. Many people have expressed their opinions in this summit of yours. The atmosphere is set for debate. And this is the beauty of democracy. Election campaigning is in full swing in the country. The government is keeping a report card for its 10-year performance. We are charting the roadmap for the next 25 years. And planning the first 100 days of our third term, said PM Modi.

କେରଳର ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବରେ ପ୍ରାଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 27th, 12:24 pm

କେରଳର ରାଜ୍ୟପାଳ ଶ୍ରୀ ଆରିଫ୍ ମହମ୍ମଦ ଖାନ୍‌, ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ପିନାରାଇ ବିଜୟନ ଜୀ, ରାଷ୍ଟ୍ରମନ୍ତ୍ରୀ ତଥା ମୋର ସାଥୀ ଶ୍ରୀ ବି. ମୁରଲୀଧରନ ଜୀ, ଇସ୍ରୋ ପରିବାରର ସମସ୍ତ ସଦସ୍ୟଗଣ, ନମସ୍କାର ! ସାହସୀ ସାଥୀମାନଙ୍କ ସମ୍ମାନରେ ଆମେ ସମସ୍ତେ ଠିଆ ହୋଇ ଅଭ୍ୟର୍ଥନା ଦେଇ କରତାଳି ସହ ସେମାନଙ୍କୁ ସମ୍ମାନିତ କରିବା । ଭାରତ ମାତା କି – ଜୟ !

କେରଳର ଥିରୁଅନନ୍ତପୁରମରେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସସି) ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ

February 27th, 12:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳର ଥିରୁଅନନ୍ତପୁରମଠାରେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସସି) ପରିଦର୍ଶନ କରି ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରର ଏସଏଲଭି ଇଣ୍ଟିଗ୍ରେସନ୍ ଫାସିଲିଟି (ପିଆଇଏଫ୍), ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରୋପଲସନ୍ କମ୍ପ୍ଲେକ୍ସରେ ନୂତନ 'ସେମି-କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ ଷ୍ଟେଜ୍ ଟେଷ୍ଟ୍ ଫାସିଲିଟି'; ଏବଂ ଥିରୁଅନନ୍ତପୁରମର ଭିଏସ୍ଏସସି ଠାରେ 'ଟ୍ରାଇସୋନିକ୍ ୱିଣ୍ଡ ଟନେଲ୍' ଅନ୍ତର୍ଭୁକ୍ତ। ଶ୍ରୀ ମୋଦୀ ଗଗନଯାନ ମିଶନର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ୪ ଜଣ ମହାକାଶଚାରୀଙ୍କୁ 'ମହାକାଶଚାରୀ ୱିଙ୍ଗ୍ ' ପ୍ରଦାନ କରିଥିଲେ। ଏଥିରେ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର, ଗ୍ରୁପ୍ କ୍ୟାପଟେନ୍ ଅଜିତ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା ରହିଛନ୍ତି।

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭର୍ଚୁଆଲ୍ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

February 14th, 04:31 pm

ସର୍ବପ୍ରଥମେ, ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ପାଇଁ ମୁଁ ଏୟାର ଇଣ୍ଡିଆ ଏବଂ ଏୟାରବସ୍ କୁ ଅଭିନନ୍ଦନ ଜଣାଉଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ବିଶେଷ ଧନ୍ୟବାଦ ଦେଉଛି ।

ନୂତନ ଏୟାର ଇଣ୍ଡିଆ-ଏୟାରବସ୍ ସହଯୋଗିତା ଶୁଭାରମ୍ଭ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରନ୍‌ଙ୍କ ସହ ଭିଡିଓ ବାର୍ତ୍ତାରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

February 14th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏୟାର ଇଣ୍ଡିଆ ଏବଂ ଏୟାରବସ୍ ମଧ୍ୟରେ ଏକ ସହଭାଗିତାର ଶୁଭାରମ୍ଭ ଅବସରରେ ଆୟୋଜିତ ଏଭ ଭିଡିଓ କଲ୍‍ରେ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରନ୍‌, ଏମେରିଟସ ଓ ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ରତନ ଟାଟା, ଟାଟା ସନ୍ସ ବୋର୍ଡର ଅଧ୍ୟକ୍ଷ ଶ୍ରୀ ଏନ ଚନ୍ଦ୍ରଶେଖରନ୍‌, ଏୟାର ଇଣ୍ଡିଆ ସିଇଓ ଶ୍ରୀ କ୍ୟାମ୍ପବେଲ ୱିଲସନ, ଏବଂ ଏୟାରବସ୍‌ର ସିଇଓ ଶ୍ରୀ ଗୁଇଲାଉାମେ ଫୌରୀଙ୍କ ସହିତ ଅଂଶଗ୍ରହଣ କରିଛନ୍ତି ।

‘ତୁମ୍‌କୁରୁ ଇଣ୍ଡଷ୍ଟ୍ରିଆଲ ଟାଉନସିପ’ର ଭିତିପ୍ରସ୍ତର ସ୍ଥାପନ ଏବଂ କର୍ଣ୍ଣାଟକର ତୁମ୍‌କୁରୁରେ ହାଲ ହେଲିକପ୍ଟର କାରଖାନାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନର ମୂଳ ପାଠ

February 06th, 04:20 pm

କର୍ଣ୍ଣାଟକ ସନ୍ଥ ଋଷି ଓ ମନିଷୀମାନଙ୍କର ଭୂମି ଅଟେ । ଆଧ୍ୟାତ୍ମ, ଜ୍ଞାନ- ବିଜ୍ଞାନର ମହାନ ଭାରତୀୟ ପରମ୍ପରାକୁ କର୍ଣ୍ଣାଟକ ସର୍ବଦା ସଶକ୍ତ କରିଛି । ଏଥିରେ ମଧ୍ୟ ତୁମ୍‌କୁରୁର ବିଶେଷ ସ୍ଥାନ ରହିଛି । ସିଦ୍ଧ ଗଙ୍ଗା ମଠର ଏଥିରେ ବହୁତ ବଡ ଭୂମିକା ରହିଛି । ପୂଜ୍ୟ ଶିବକୁମାର ସ୍ୱାମୀ ଜୀ ଉତରାଧିକାର ସ୍ୱରୂପ ଯେଉଁ ‘ତ୍ରିବିଧା ଦସୋହୀ’ ଅର୍ଥାତ୍ “ଅନ୍ନା” “ଅକ୍ଷରା” ଏବଂ “ଆସରେ” ଛାଡି ଯାଇଛନ୍ତି ତାକୁ ଆଜି ଶ୍ରୀ ସିଦ୍ଧଲିଙ୍ଗା ମହାସ୍ୱାମୀ ଜୀ ଆଗକୁ ବଢାଉଛନ୍ତି । ମୁଁ ପୂଜ୍ୟ ସନ୍ଥମାନଙ୍କୁ ପ୍ରଣାମ କରୁଛି । ଗୁବ୍‌ବିସ୍ଥିତ ଶ୍ରୀ ଚିଦମ୍ବରା ଆଶ୍ରମ ଏବଂ ଭଗବାନ ଚନ୍ନବଶ୍ୱେଶ୍ୱରଙ୍କୁ ମଧ୍ୟ ମୁଁ ପ୍ରଣିପାତ କରୁଛି!

ତୁମକୁରୁରେ ହାଲ୍‍ ହେଲିକାପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

February 06th, 04:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତୁମକୁରୁରେ ହାଲ ହେଲିକାପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ସେ ତୁମକୁରୁ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ଏବଂ ତୁମକୁରୁର ତିପତୁର ଏବଂ ଚିକ୍କନାୟାକାନାହଲ୍ଲୀ ଠାରେ ଦୁଇଟି ଜଳ ଜୀବନ ମିଶନ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ହେଲିକପ୍ଟର ସୁବିଧା ଏବଂ ହ୍ୟାଙ୍ଗରକୁ ଯିବା ସହିତ ହାଲୁକା ହେଲିକାପ୍ଟରକୁ ଉନ୍ମୋଚନ କରିଥିଲେ ।

Vision of self-reliant India embodies the spirit of global good: PM Modi in Indonesia

November 15th, 04:01 pm

PM Modi interacted with members of Indian diaspora and Friends of India in Bali, Indonesia. He highlighted the close cultural and civilizational linkages between India and Indonesia. He referred to the age old tradition of Bali Jatra” to highlight the enduring cultural and trade connect between the two countries.

ଇଣ୍ଡୋନେସିଆର ବାଲି ଠାରେ ଭାରତୀୟ ସମୁଦାୟଙ୍କ ସହିତ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

November 15th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ନଭେମ୍ବର ୨୦୨୨ରେ ଇଣ୍ଡୋନେସିଆର ବାଲି ଠାରେ ୮୦୦ରୁ ଊର୍ଦ୍ଧ୍ବ ଭାରତୀୟ ସମୁଦାୟ ଏବଂ ବନ୍ଧୁମାନଙ୍କୁ ଉଦବୋଧନ ଦେବା ସହିତ ସେମାନଙ୍କ ସହିତ ମତ ବିନିମୟ କରିଛନ୍ତି । ସମଗ୍ର ଇଣ୍ଡୋନେସିଆରୁ ବିଭିନ୍ନ ବର୍ଗର ସକ୍ରିୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସମବେତ ହୋଇଥିଲେ ।

Make in India, Make for the Globe: PM Modi in Vadodara, Gujarat

October 30th, 02:47 pm

PM Modi laid the foundation stone of the C-295 Aircraft Manufacturing Facility in Vadodara, Gujarat. The Prime Minister remarked, India is moving forward with the mantra of ‘Make in India, Make for the Globe’ and now India is becoming a huge manufacturer of transport aircrafts in the world.

PM lays foundation stone of C-295 Aircraft Manufacturing Facility in Vadodara, Gujarat

October 30th, 02:43 pm

PM Modi laid the foundation stone of the C-295 Aircraft Manufacturing Facility in Vadodara, Gujarat. The Prime Minister remarked, India is moving forward with the mantra of ‘Make in India, Make for the Globe’ and now India is becoming a huge manufacturer of transport aircrafts in the world.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍‌'ର ଓଡ଼ିଆ ଭାଷାନ୍ତର

October 30th, 11:30 am

ମୋର ପ୍ରିୟ ଦେଶବାସୀଗଣ, ଆମେ ପବିତ୍ର ଛଠ୍ ପର୍ବ ବିଷୟରେ ଆଲୋଚନା କଲୁ । ଭଗବାନ ସୂର୍ଯ୍ୟଙ୍କ ଉପାସନା ବିଷୟରେ ଆଲୋଚନା କଲୁ । ତେବେ ସୂର୍ଯ୍ୟ ଉପାସନା ସହ ଆଜି ତାଙ୍କ ବରଦାନ ସମ୍ପର୍କରେ ମଧ୍ୟ କାହିଁକି ଆଲୋଚନା ନ କରିବା? ସୌରଶକ୍ତି ହେଉଛି ସୂର୍ଯ୍ୟଦେବଙ୍କ ବରଦାନ । ସୌରଶକ୍ତି ଏଭଳି ଗୋଟିଏ ବିଷୟ ଯେଉଁଥିରେ ସମଗ୍ର ବିଶ୍ୱ ଆଜି ନିଜର ଭବିଷ୍ୟତକୁ ଦେଖୁଛି । ଆଉ ଭାରତ ପାଇଁ ତ ସୂର୍ଯ୍ୟଦେବ ଶହ ଶହ ବର୍ଷ ଧରି କେବଳ ଉପାସନା ନୁହେଁ ବରଂ ଜୀବନ ପ୍ରଣାଳୀର କେନ୍ଦ୍ରସ୍ଥଳରେ ରହିଆସିଛନ୍ତି । ଭାରତ ଆଜି ନିଜର ପାରମ୍ପରିକ ଅନୁଭୂତିକୁ ଆଧୁନିକ ବିଜ୍ଞାନ ସହ ଯୋଡ଼ୁଛି । ସେଥିପାଇଁ ଆଜି ଆମେ ସୌରଶକ୍ତିରୁ ବିଜୁଳି ଉତ୍ପାଦନ କରିବାରେ ସବୁଠାରୁ ବଡ଼ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛୁ । ସୌରଶକ୍ତିରୁ କିଭଳି ଆମ ଦେଶର ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ଜୀବନରେ ପରବର୍ତ୍ତନ ଘଟୁଛି, ତାହା ମଧ୍ୟ ଏକ ଅଧ୍ୟୟନର ବିଷୟ ।

ଅକ୍ଟୋବର ୩୦ରୁ ନଭେମ୍ବର ପହିଲା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଓ ରାଜସ୍ଥାନ ଗସ୍ତ

October 29th, 08:16 pm

ଅକ୍ଟୋବର ୩୦ତାରିଖ ଦିନ ପ୍ରଧାନମନ୍ତ୍ରୀ ଭଦୋଦରାଠାରେ ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ ସ୍ଥଳୀର ଶିଳାନ୍ୟାସ କରିବେ । ଅକ୍ଟୋବର ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ କେଭାଡିଆ ଗସ୍ତ କରିବେ । ସେ ଏକତାର ପ୍ରତିମୂର୍ତ୍ତିରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ପରେ ପରେ ସେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ୯୭ତମ ସାଧାରଣ ଭିତ୍ତିଭୂମି ପାଠ୍ୟକ୍ରମର ଉଦ୍‌ଯାପନ ୪.୦ରେ ତାଲିମ ଗ୍ରହଣକାରୀ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେବେ । ତା’ ପରେ ପ୍ରଧାନମନ୍ତ୍ରୀ ବାନଶକଣ୍ଟା ଜିଲ୍ଲାରେ ପହଂଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଥରାଡଠାରେ ଶିଳାନ୍ୟାସ କରିବେ । ସେ ମଧ୍ୟ ଅହମ୍ମଦାବାଦରେ କେତେକ ପ୍ରମୁଖ ରେଳ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ସବୁଠାରୁ ଓଜନିଆ ଯାନ ଏଲଭିଏମ ୩ର ସଫଳ ଉତକ୍ଷେପଣ ପାଇଁ ଏନଏସଆଇଏଲ, ଇନ- ସ୍ପେଶ ଓ ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

October 23rd, 10:47 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଏସଆଇଏଲ, ଇନ- ସ୍ପେଶ ଓ ଇସ୍ରୋ ଭଳି ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ସବୁଠାରୁ ଓଜନିଆ ଯାନ ଏଲଭିଏମ ୩ର ସଫଳ ଉତକ୍ଷେପଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଜୁନ୍‍ ୩ ତାରିଖରେ ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

June 02nd, 03:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଜୁନ୍ ୨୦୨୨ ରେ ଉତ୍ତରପ୍ରଦେଶ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପହଞ୍ଚିବେ ଯେଉଁଠାରେ ସେ ଉତ୍ତରପ୍ରଦେଶ ନିବେଶକ ସମ୍ମିଳନୀର ଭୂମି ପୂଜନ ସମାରୋହ ୩.୦ ରେ ଯୋଗଦେବେ । ଅପରାହ୍ନ ପ୍ରାୟ ୧.୪୫ ସମୟରେ ପ୍ରଧାନମନ୍ତ୍ରୀ କାନପୁରର ପାରାଉଙ୍ଖ ଗାଁରେ ପହଞ୍ଚିବେ, ଯେଉଁଠାରେ ସେ ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ସହିତ ପଥରୀ ମାତା ମନ୍ଦିର ପରିଦର୍ଶନ କରିବେ । ତା\'ପରେ, ଅପରାହ୍ନ ପ୍ରାୟ ୨ ଟା ସମୟରେ ସେମାନେ ଡକ୍ଟର ବି ଆର ଆମ୍ବେଦକର ଭବନ ଗସ୍ତ କରିବେ, ଯାହା ପରେ ଅପରାହ୍ନ ୨.୧୫ ରେ ମିଳନ କେନ୍ଦ୍ର ଯିବେ । ଏହି କେନ୍ଦ୍ର ହେଉଛି ମାନ୍ୟବର ରାଷ୍ଟ୍ରପତିଙ୍କ ପୈତୃକ ଘର, ଯାହାକୁ ସାଧାରଣ ବ୍ୟବହାର ପାଇଁ ଦାନ କରାଯାଇଥିଲା ଏବଂ ଏକ ଗୋଷ୍ଠି କେନ୍ଦ୍ର (ମିଳନ କେନ୍ଦ୍ର) ରେ ରୂପାନ୍ତରିତ ହୋଇଥିଲା । ପରବର୍ତ୍ତୀ ସମୟରେ, ସେମାନେ ଅପରାହ୍ନ ୨. ୩୦ ରେ ପାରାଉଙ୍ଖ ଗ୍ରାମରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ।