ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ- ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଉଦ୍ୟୋଗ ମୁଖ୍ୟଙ୍କ ପ୍ରଶଂସା
October 15th, 02:23 pm
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆଜି ଅନୁଷ୍ଠିତ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ - ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ (ITU-WTSA) ୨୦୨୪ରେ ଇଣ୍ଡିଆ ମୋବାଇଲ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ଜାତିସଂଘର ଏକ ସଂସ୍ଥା ଏବଂ ଏହାର ମାନକୀକରଣ କାର୍ଯ୍ୟ ପାଇଁ ଡବ୍ଲୁଟିଏସଏ ପ୍ରଶାସନିକ ସଭା ଭାବେ କାର୍ଯ୍ୟ କରେ । ଏହା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଥର ପାଇଁ ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରରେ ITU-WTSA ଅନୁଷ୍ଠିତ ହେଉଛି । ଟେଲିକମ୍, ଡିଜିଟାଲ ଏବଂ ଆଇସିଟି କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ୧୯୦ରୁ ଅଧିକ ଦେଶର ୩୦୦୦ ରୁ ଅଧିକ ଉଦ୍ୟୋଗ ମୁଖ୍ୟ, ନୀତି ନିର୍ମାତା ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ।ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 03rd, 11:08 am
ଥାଇଲାଣ୍ଡର ସୁବର୍ଣ୍ଣଭୂମିରେ ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆମେ ସମସ୍ତେ ଏଠାରେ ଏକତ୍ରିତ ହୋଇଛୁ । ଏହା ବାସ୍ତବରେ ଏକ ସ୍ୱତନ୍ତ୍ର ଅବସର । ମୁଁ ଆଦିତ୍ୟ ବିର୍ଲା ଗ୍ରୁପର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି । ଥାଇଲାଣ୍ଡରେ ଗ୍ରୁପ ପକ୍ଷରୁ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଏବେ ଯାହା କହିଲେ ଆମେ ଶୁଣିଲୁ । ଏହି ରାଷ୍ଟ୍ରରେ ଏହା ଅନେକଙ୍କ ପାଇଁ ସୁଯୋଗ ଏବଂ ସମୃଦ୍ଧି ଆଣୁଛି ।ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୁଖ୍ୟାଂଶ
November 03rd, 10:32 am
ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି । ଏହାର କାରଣ କେବଳ ସରକାର ନୁହନ୍ତି । ଭାରତ ଏକ ଗତାନୁଗତିକ ଅମଲାତାନ୍ତ୍ରିକ ଧାରାରେ କାମ କରିବା ବନ୍ଦ କରିଦେଇଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ଷ ବର୍ଷ ଧରି ଗରିବ ଲୋକମାନଙ୍କ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ କରାଯାଉଥିଲା ତାହା ପ୍ରକୃତରେ ସେମାନଙ୍କ ପାଖରେ ପହଂଚୁନଥିଲା । ଡିବିଟିକୁ ଧନ୍ୟବାଦ ଯେ ଆମ ସରକାର ଏହି ସଂସ୍କୃତିକୁ ବନ୍ଦ କରିଦେଲେ । ଡିବିଟିର ଅର୍ଥ ହେଲା ସିଧାସଳଖ ଲାଭାଂଶ ସ୍ଥାନାନ୍ତରଣ । ଡିବିଟି ମଧ୍ୟବର୍ତ୍ତୀ ଲୋକ ଏବଂ ଅକ୍ଷମତାର ସଂସ୍କୃତିକୁ ଶେଷ କରିଦେଇଛି ।ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ସମୂହର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗନେଲେ ପ୍ରଧାନମନ୍ତ୍ରୀ
November 03rd, 07:51 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡରେ ଆଦିତ୍ୟ ବିର୍ଲା ସମୂହର 50 ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ଏକ ସମାରୋହରେ ଭାଗ ନେଇଛନ୍ତି । ଆଦିତ୍ୟ ବିର୍ଲା ସମୂହର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଥାଇଲାଣ୍ଡରେ ସମୂହର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହେବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ ।