
ନାଇଜେରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
November 17th, 06:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭-୧୮ ନଭେମ୍ବର ୨୦୨୪ ନାଇଜେରିଆ ଗସ୍ତରେ ଅଛନ୍ତି । ସେ ଆଜି ଆବୁଜାରେ ନାଇଜେରିଆ ରାଷ୍ଟ୍ରପତି ମହାମହିମ ବୋଲା ଅହମ୍ମଦ ତିନୁବୁଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। ଷ୍ଟେଟ ହାଉସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ୨୧ ତୋପ ସଲାମି ଦେଇ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା ।