ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ଯାତ୍ରା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 27th, 12:45 pm
'ବିକଶିତ ଭାରତ'ର ସଂକଳ୍ପ ସହ ଯୋଡ଼ି ହୋଇ ନାଗରିକମାନଙ୍କୁ ଏକଜୁଟ କରିବା ଅଭିଯାନ କ୍ରମାଗତ ଭାବେ ବିସ୍ତାରିତ ହେଉଛି, ଦୂର ଗାଁରେ ପହଞ୍ଚୁଛି ଏବଂ ଅତି ଗରିବରୁ ଗରିବ ଲୋକଙ୍କୁ ମଧ୍ୟ ସଂଯୋଗ କରୁଛି। ସେମାନେ ଯୁବକ ହୁଅନ୍ତୁ, ମହିଳା ହୁଅନ୍ତୁ କିମ୍ବା ଗାଁର ବରିଷ୍ଠ ନାଗରିକ ହୁଅନ୍ତୁ, ସମସ୍ତେ ମୋଦିଙ୍କ ଗାଡିକୁ ଉତ୍ସୁକତାର ସହ ଅପେକ୍ଷା କରଛନ୍ତି ଏବଂ ମୋଦିଙ୍କ ଗାଡି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି । ତେଣୁ ଏହି ମେଗା-ଅଭିଯାନକୁ ସଫଳ କରିଥିବାରୁ ମୁଁ ସମସ୍ତ ନାଗରିକଙ୍କୁ, ବିଶେଷ କରି ମୋ ମା' ଓ ଭଉଣୀମାନଙ୍କୁ କୃତଜ୍ଞତା ଜଣାଉଛି। ଏଥିରେ ଯୁବଗୋଷ୍ଠୀଙ୍କ ଶକ୍ତି ଓ ସାମର୍ଥ୍ୟ ବିନିଯୋଗ ହୋଇଥାଏ। ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତ ଯୁବକ ମଧ୍ୟ ଅଭିନନ୍ଦନର ଯୋଗ୍ୟ। ଏପରିକି କେତେକ ସ୍ଥାନରେ ଯେଉଁଠି କୃଷକମାନେ କ୍ଷେତରେ କାମ କରୁଛନ୍ତି, ସେଠାରେ ଗାଡି ପହଞ୍ଚିବା ପରେ ସେମାନେ ୪ରୁ ୬ ଘଣ୍ଟା ପାଇଁ ଚାଷ କାମ ଛାଡି ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ତେଣୁ ଏକ ପ୍ରକାରରେ ଗାଁ ଗାଁ ରେବିକାଶର ମହାପର୍ବ ଅନୁଷ୍ଠିତ ହେଉଛି।ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
December 27th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ ।