ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୩୦-୩୧ରେ ଗୁଜରାଟ ଗସ୍ତ
October 29th, 02:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦-୩୧ରେ ଗୁଜରାଟ ଗସ୍ତ କରିବେ । ୩୦ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ବେଳେ ସେ ଅମ୍ବାଜୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ପରେ ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ସେ ମେହେଶାନାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୩୧ ତାରିଖ ସକାଳ ଆଠଟାରେ ଶ୍ରୀ ମୋଦୀ କେଭାଡିଆ ଯାଇ ଏକତା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ସେ ମଧ୍ୟ ସେଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ ମଧ୍ୟ କରିବେ । ପରେ ପରେ ସେ ୯୮ତମ ଅଧିକାରୀମାନଙ୍କ ୯୮ତମ ସାଧାରଣ ମୂଳଦୁଆ ପାଠ୍ୟକ୍ରମ ଆରମ୍ଭ ୫.୦ରେ ଉଦବୋଧନ ଦେବେ ।ଅକ୍ଟୋବର ୩୦ରୁ ନଭେମ୍ବର ପହିଲା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଓ ରାଜସ୍ଥାନ ଗସ୍ତ
October 29th, 08:16 pm
ଅକ୍ଟୋବର ୩୦ତାରିଖ ଦିନ ପ୍ରଧାନମନ୍ତ୍ରୀ ଭଦୋଦରାଠାରେ ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ ସ୍ଥଳୀର ଶିଳାନ୍ୟାସ କରିବେ । ଅକ୍ଟୋବର ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ କେଭାଡିଆ ଗସ୍ତ କରିବେ । ସେ ଏକତାର ପ୍ରତିମୂର୍ତ୍ତିରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ପରେ ପରେ ସେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ୯୭ତମ ସାଧାରଣ ଭିତ୍ତିଭୂମି ପାଠ୍ୟକ୍ରମର ଉଦ୍ଯାପନ ୪.୦ରେ ତାଲିମ ଗ୍ରହଣକାରୀ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେବେ । ତା’ ପରେ ପ୍ରଧାନମନ୍ତ୍ରୀ ବାନଶକଣ୍ଟା ଜିଲ୍ଲାରେ ପହଂଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଥରାଡଠାରେ ଶିଳାନ୍ୟାସ କରିବେ । ସେ ମଧ୍ୟ ଅହମ୍ମଦାବାଦରେ କେତେକ ପ୍ରମୁଖ ରେଳ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।ଆରମ୍ଭ 2020ରେ ପ୍ରଶାସନିକ ସେବା ଶୀକ୍ଷାନବିସଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
October 31st, 12:01 pm
ବନ୍ଧୁଗଣ, ଗୋଟିଏ ବର୍ଷ ପୂର୍ବରୁ ଯେଉଁ ସ୍ଥିତି ଥିଲା, ଆଜିର ସ୍ଥିତି ମଧ୍ୟରେ ଖୁବ ଫରକ ରହିଛି । ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଏହି ସଙ୍କଟପୂର୍ଣ୍ଣ ସମୟରେ ଦେଶ, ଦେଶର ବ୍ୟବସ୍ଥା ଯେପରି ଭାବେ କାମ କରିଛି, ସେଥିରୁ ଆପଣମାନେ ଅନେକ କିଛି ଶିଖିଥିବେ । ଯଦିଓ ଆପଣମାନେ ସବୁକିଛି ଦେଖି ନାହାନ୍ତି, କେବଳ ଅନୁଭବ କରିଛନ୍ତି ତଥାପି ଆପଣମାନେ କିଛି ଶିକ୍ଷା ଲାଭ କରିଥିବେ ନିଶ୍ଚୟ । କରୋନା ମୁକାବିଲା କରିବାରେ ସହାୟକ ଏପରି କିଛି ସାମଗ୍ରୀ, ଯାହାପାଇଁ ଦେଶ ପୂର୍ବରୁ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲା, ଆଜି ଭାରତ ସେଥିମଧ୍ୟରୁ ଅନେକଗୁଡ଼ିଏ ସାମଗ୍ରୀ ରପ୍ତାନି କରିବାର ସ୍ଥିତିକୁ ଆସିଯାଇଛି । ସଂକଳ୍ପରୁ ସିଦ୍ଧିର ଏହା ହେଉଛି ଅତ୍ୟନ୍ତ ଚମତ୍କାର ଉଦାହରଣ ।ସମନ୍ୱିତ ସଂସ୍ଥାପନା ପାଠ୍ୟକ୍ରମ ‘ଆରମ୍ଭ’ର ଦ୍ୱିତୀୟ ସଂସ୍କରଣରେ ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
October 31st, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେୱାଡିଆରୁ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆଜି ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀଙ୍କ ସହ ମତବିନିମୟ କରିଛନ୍ତି । ଏହି କାର୍ଯ୍ୟକ୍ରମଟି 2019ରେ ପ୍ରଥମଥର ଆରମ୍ଭ ହୋଇଥିବା ସମନ୍ୱିତ ପ୍ରତିଷ୍ଠାନ ପାଠ୍ୟକ୍ରମ (ଇଣ୍ଟିଗ୍ରେଟେଡ ଫାଉଣ୍ଡେସନ କୋର୍ସ) ‘ଆରମ୍ଭ’ର ଦ୍ୱିତୀୟ ସଂସ୍କରଣ ।