ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
June 30th, 11:00 am
ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।ସାର୍ବଜନୀନ ପ୍ରସାରଣ ସେବା ନିମନ୍ତେ ବ୍ୟାପକ ପ୍ରୋତ୍ସାହନ
January 04th, 04:22 pm
ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଏକ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ଭାବେ ‘ପ୍ରସାରଣ ଭିତ୍ତିଭୂମି ଓ ନେଟୱର୍କ ବିକାଶ (ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ଟେନୱର୍କ ଡେଭଲପମେଣ୍ଟ-ବିଆଇଏନଡି)’କୁ ଅନୁମୋଦନ କରିଛି। ଏ ସଂକ୍ରାନ୍ତରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରସାର ଭାରତୀ- ଅର୍ଥାତ୍ ଅଲ ଇଣ୍ଡିଆ ରେଡିଓ (ଏଆଇଆର) ଏବଂ ଦୂରଦର୍ଶନ (ଡିଡି) ପାଇଁ ଭିତ୍ତିଭୂମି ବିକାଶ କରାଯିବ। ଯୋଜନାରେ ମୋଟ୍ ୨୫୩୯.୬୧ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରସାର ଭାରତୀର ପ୍ରସାରଣ ଭିତ୍ତିଭୂମି ସମ୍ପ୍ରସାରଣ ଓ ଉନ୍ନତିକରଣ, ବିଷୟବସ୍ତୁ ବିକାଶ ଓ ସଂଗଠନର ସିଭିଲ କାର୍ଯ୍ୟ ଆଦି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ମନ୍ତ୍ରଣାଳୟ ଦ୍ବାରା ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ଟେନୱର୍କ ଡେଭଲପମେଣ୍ଟ (ବିଆଇଏନଡି) ଯୋଜନାର ପରିକଳ୍ପନା କରାଯାଇଛି।କଠିନରୁ ଅତି କଠିନ ମିଶନ ମଧ୍ୟ ପୁରା କରାଯାଇପାରିବ ,କେବଳ ଶାନ୍ତ ଏବଂ ସ୍ଥିର ଚିତ୍ତରେ ନିଜର ଲକ୍ଷ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ
July 29th, 11:30 am
ପ୍ରଧାନମନ୍ତ୍ରୀ ମୋଦୀ 'ମନ କି ବାତ' କାର୍ଯ୍ୟକ୍ରମରେ ପ୍ରକୃତିର ଯତ୍ନ ଏବଂ ପର୍ଯ୍ୟାବରଣର ସୁରକ୍ଷାକୁ ନେଇ ଉଲ୍ଲେଖ କରିଛନ୍ତି । ସେ ଥାଇଲାଣ୍ଡ ଫୁଟବଲ ଦଳର ଯୁବା ଖେଳାଳିମାନଙ୍କ ସଫଳ ଉଦ୍ଧାର ଅଭିଯାନର ପ୍ରୟାସ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ଯେତେବେଳେ ସମଗ୍ର ମାନବିକତା ଏକତ୍ରିତ ହୁଏ ସେତେବେଳେ ଅଦ୍ଭୁତ ଘଟଣା ସଂଘଟିତ ହୁଏ । ଖାଲି ଏତିକି ଜରୁରୀ ଯେ ଆମେ ଶାନ୍ତ ଏବଂ ସ୍ଥିର ଚିତ୍ତରେ ନିଜର ଲକ୍ଷ୍ୟ ପ୍ରତି ଧ୍ୟାନଦେବା ଆଉ ଲକ୍ଷ୍ୟପ୍ରାପ୍ତି ପାଇଁ କାମ କରିଚାଲିବା । ସେ ବିଶ୍ୱ ସ୍ତରରେ ବିଭିନ୍ନ ଖେଳରେ ଉତ୍କୃଷ୍ଟ ଲାଗି ଭାରତୀୟ ଖେଳାଳିମାନଙ୍କ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମହାପୁରୁଷ ଲୋକମାନ୍ୟ ତିଲକ ଏବଂ ଚନ୍ଦ୍ରଶେଖର ଆଜାଦଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଚାଷୀଙ୍କ ସହ ଆସନ୍ତାକାଲି କରିବେ ଆଲୋଚନା
June 19th, 07:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସିଧାସଳଖ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ସାରାଦେଶର ଚାଷୀଙ୍କ ସହ ଆଲୋଚନା କରିବେ । ସକାଳ 09.30 ମିନିଟ ସମୟରେ ଏହି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏହାକୁ ସିଧାସଳଖ ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରାଯିବ । ଏହାଛଡା ଡିଡି କିଷାନ ଏବଂ ଆକାଶବାଣୀ ମାଧ୍ୟମରେ ମଧ୍ୟ ଏହି ମତ ବିନିମୟ କାର୍ଯ୍ୟକ୍ରମ ସିଧାସଳଖ ପ୍ରସାରଣ କରାଯିବ ।