ରାଉରକେଲାରେ ଆଦି ମହୋତ୍ସବ ଉପରେ ଟୁଇଟ୍‌ ଥ୍ରେଡ୍‌ ଶେୟାର କଲେ ପ୍ରଧାନମନ୍ତ୍ରୀ

April 08th, 11:33 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ଜନଜାତି ସମୁଦାୟର ଐତିହ୍ୟ ଏବଂ ସଂସ୍କୃତିକୁ ଭାରତର ଗୌରବ ଭାବେ ଅଭିହିତ କରିଛନ୍ତି ।

‘ଆଦି ମହୋତ୍ସବ' ର ଆଗ୍ରହକୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

February 23rd, 09:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଆଦି ମହୋତ୍ସବ' ର ବ୍ୟାପକ ଆଗ୍ରହକୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ସେ ଲୋକସଭା ସାଂସଦ ଡକ୍ଟର ଭୋଲା ସିଂହଙ୍କ ଏକ ଟୁଇଟ୍‍ ଉପରେ ପ୍ରତିକ୍ରିୟା ରଖିଛନ୍ତି ଯେଉଁଥିରେ ଶ୍ରୀ ସିଂହ ତାଙ୍କର ‘ଆଦି ମହୋତ୍ସବ' ଗସ୍ତ ବିଷୟରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଏହା ବହୁତ ଭଲ ଭାବରେ ଆୟୋଜିତ ହୋଇଛି ଯେଉଁଠାରେ ଆପଣ ସମଗ୍ର ଭାରତର ଆଦିବାସୀ ସଂସ୍କୃତିର ଚମତ୍କାର ଉପସ୍ଥାପନା ଦେଖିବାକୁ ପାଇବେ ।

ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନେସନାଲ ଷ୍ଟାଡିୟମରେ ‘ଆଦି ମହୋତ୍ସବ’ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 16th, 10:31 am

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଅର୍ଜୁନ ମୁଣ୍ଡା ମହାଶୟ, ଫଗନ ସିଂହ କୁଲସ୍ତେ ମହାଶୟ, ଶ୍ରୀମତୀ ରେଣୁକା ସିଂହ ମହାଶୟ, ଡକ୍ଟର ଭାରତୀ ପାୱାର ମହାଶୟା, ବିଶ୍ୱେଶ୍ୱର ଟୁଡୁ ମହାଶୟ, ଅନ୍ୟ ମହାନୁଭବ, ଏବଂ ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥିବା ମୋର ଆଦିବାସୀ ଭାଇ ଓ ଭଉଣୀମାନେ ! ଆପଣ ସମସ୍ତଙ୍କୁ ଆଦି ମହୋତ୍ସବର ବହୁତ-ବହୁତ ଶୁଭକାମନା ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଦି ମହୋତ୍ସବ ଉଦଘାଟିତ

February 16th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୬.୦୨.୨୦୨୩) ବୃହତ ଜାତୀୟ ଜନଜାତି ମହୋତ୍ସବ ‘ଆଦି ମହୋତ୍ସବ’କୁ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଉଦଘାଟନ କରିଛନ୍ତି । ଜାତୀୟ ମଞ୍ଚରେ ଆଦିବାସୀ ସଂସ୍କୃତିର ପ୍ରଦର୍ଶନ ସହ ଏହାର ସଂସ୍କୃତି, ଚାରୁକଳା, ପାକ ପ୍ରସ୍ତୁତି ବାଣିଜ୍ୟ ଓ ପାରମ୍ପରିକ କଳା ସମ୍ପର୍କରେ ପ୍ରଚାର ପ୍ରସାର ହେଉଛି ‘ଆଦି ମହୋତ୍ସବ’ର ଲକ୍ଷ୍ୟ । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଗତ ଆଦିବାସୀ ସମବାୟ ବିପ୍ପଣନ ବିକାଶ ମହାସଂଘ ଲିମିଟେଡ ପକ୍ଷରୁ ଏହ ପ୍ରତିବର୍ଷ ଆୟୋଜିତ ହେଉଛି ।

16 ଫେବୃୟାରୀ ରେ ଦିଲ୍ଲୀର ମେଜର ଧ୍ୟାନ ଚନ୍ଦ ରାଷ୍ଟ୍ରୀୟ ଷ୍ଟାଡିୟମରେ ଆଦି ମହୋତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 15th, 08:51 am

ପ୍ରଧାନମନ୍ତ୍ରୀ ଦେଶର ଆଦିବାସୀଙ୍କ କଲ୍ୟାଣ ପାଇଁ ସର୍ବଦା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ସହିତ ସେ ଦେଶର ଉନ୍ନତି ଏବଂ ବିକାଶରେ ଆଦିବାସୀ ଗୋଷ୍ଠୀର ଯୋଗଦାନକୁ ଉଚିତ୍ ସମ୍ମାନ ମଧ୍ୟ ଦେଇ ଆସୁଛନ୍ତି। ଜାତୀୟ ସ୍ତରରେ ଆଦିବାସୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବାର ପ୍ରଚେଷ୍ଟା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 16 ଫେବୃୟାରୀ 2023 ରେ ସକାଳ 10.30 ଘ.ରେ ଦିଲ୍ଲୀ ସ୍ଥିତ ମେଜର ଧ୍ୟାନ ଚନ୍ଦ ରାଷ୍ଟ୍ରୀୟ ଷ୍ଟାଡିୟମରେ ‘‘ଆଦି ମହୋତ୍ସବ’’ ର ଉଦ୍‌ଘାଟନ କରିବେ।