ସୋସିଆଲ ମିଡିଆ କର୍ଣ୍ଣର ଜୁନ 21, 2018
June 21st, 08:04 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସାରା ବିଶ୍ୱରେ ଉତ୍ସାହର ସହ ପାଳନ କରାଯାଇଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ
June 21st, 03:04 pm
ସାରା ବିଶ୍ୱରେ ବହୁ ଉତ୍ସାହର ସହ ପାଳନ କରାଯାଇଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ । ଯୋଗର ପ୍ରସାର କରିବା ଏବଂ ଦିନଚର୍ଯ୍ୟାରେ ଅଂଶ ଭାବେ ଗ୍ରହଣ କରିବାରେ ମିଳୁଥିବା ଏହାର ଲାଭକୁ ଲୋକମାନଙ୍କ ପର୍ଯ୍ୟନ୍ତ ପହଂଚାଇବା ପାଇଁ ବିଶ୍ଵବ୍ୟାପୀ ବହୁଳ ସଂଖ୍ୟାରେ ଯୋଗ ପ୍ରଶିକ୍ଷଣ ଶିବିର ଏବଂ ଅଧିବେଶନର ଆୟୋଜନ କରାଯାଇଛି ।ରାଷ୍ଟ୍ରପତି ,ଉପରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ,ମନ୍ତ୍ରୀଗଣ ଏବଂ ମୁଖ୍ୟମନ୍ତ୍ରୀଗଣ ଯୋଗାସନ କରିଛନ୍ତି
June 21st, 01:25 pm
ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ,ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ,ପ୍ରଧାନମନ୍ତ୍ରୀ ମୋଦୀ ,କେନ୍ଦ୍ର ସରକାରଙ୍କ ମନ୍ତ୍ରୀଗଣ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ବ୍ୟାପକ ମାତ୍ରାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି ।ଡେରାଡୁନଠାରେ ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
June 21st, 07:10 am
ମଞ୍ଚ ଉପରେ ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବ ଏବଂ ଏହି ବିଶାଳ ଓ ସୁନ୍ଦର ମଇଦାନରେ ଉପସ୍ଥିତ ମୋର ସମସ୍ତ ସାଥି । ମୁଁ ଦେବଭୂମି ଉତ୍ତରାଖଣ୍ଡର ଏହି ପବିତ୍ର ସ୍ଥାନରୁ ବିଶ୍ୱବ୍ୟାପୀ ଯୋଗପ୍ରେମୀମାନଙ୍କୁ ଚତୁର୍ଥ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସର ଶୁଭକାମନା ଜଣାଉଛି ।ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 21st, 07:05 am
ଯୋଗ ବିଶ୍ୱର ସବୁଠୁ ଶକ୍ତିଶାଳୀ “ଏକତ୍ରୀକରଣ ଶକ୍ତି”ରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି । ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ବନ୍ୟ ଗବେଷଣା ପ୍ରତିଷ୍ଠାନ ପରିସରରେ ଆୟୋଜିତ ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଥିଲେ । ବନ୍ୟ ଗବେଷଣା ପ୍ରତିଷ୍ଠାନ ପରିସରରେ 50 ହଜାର ଯୋଗ ଉତ୍ସାହୀ ଏବଂ ସ୍ୱେଚ୍ଛାସେବୀଙ୍କ ସହିତ ପ୍ରଧାନମନ୍ତ୍ରୀ ଯୋଗାସନ, ପ୍ରାଣାୟାମ ଏବଂ ଧ୍ୟାନ କରିଥିଲେ ।ପ୍ରଧାନମନ୍ତ୍ରୀ ଡେରାଡୁନରେ ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେବେ
June 20th, 01:24 pm
2018 ଜୁନ 21ରେ ଡେରାଡୁନଠାରେ ପାଳନ ହେବାକୁ ଥିବା ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।ଯୋଗ ହେଉଛି ''ମୁଁ ରୁ ଆମେ'' ପର୍ଯ୍ୟନ୍ତର ଏକ ଯାତ୍ରା :ପ୍ରଧାନମନ୍ତ୍ରୀ
June 18th, 08:47 pm
ଟ୍ୱିଟରରେ ଏକ ଭିଡିଓ ସନ୍ଦେଶରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,ଯେତେବେଳେ କି ଆମେ #4thYogaDay ସମ୍ପର୍କରେ କହୁଛନ୍ତି ,ମୁଁ ଯୋଗକୁ ନିଜ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ଦେଶବ୍ୟାପୀ ଲୋକମାନଙ୍କୁ ଆହ୍ୱାନ କରୁଛି । ସେ ଏହା ମଧ୍ୟ କହିଛନ୍ତି ଯେ ଯୋଗ ସ୍ୱାସ୍ଥ୍ୟ ବୀମା ପାଇଁ ଏକ ପାସପୋର୍ଟ ଏବଂ ଫିଟନେସ ଓ ସୁସ୍ଥତା ପାଇଁ ଗୁରୁତ୍ୱପୂର୍ଣ୍ଣ । ସେ ଲୋକମାନଙ୍କୁ ଯୋଗକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ କରିଛନ୍ତି ।