Saturation of schemes is true secularism: PM Modi in Goa
February 06th, 02:38 pm
Prime Minister Narendra Modi inaugurated and laid the foundation stone for development projects worth over Rs 1330 crores in Viksit Bharat, Viksit Goa 2047 program in Goa. The Prime Minister in his address highlighted the natural beauty and pristine beaches of Goa and said that it is the favorite holiday destination of lakhs and lakhs of tourists from India and abroad. “Ek Bharat Shreshtha Bharat can be experienced during any season in Goa”, he remarked.ଗୋଆରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩୩୦ କୋଟି ରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
February 06th, 02:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩୩୦ କୋଟି ରୁ ଅଧିକ ଟଙ୍କାର ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ବୁଲି ଦେଖିଥିଲେ। ଶିକ୍ଷା, କ୍ରୀଡ଼ା, ଜଳ ବିଶୋଧନ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଆଜିର ବିକାଶ ମୂଳକ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ। ରୋଜଗାର ମେଳା ଅଧୀନରେ ବିଭିନ୍ନ ବିଭାଗରେ ୧୯୩୦ ଜଣ ନୂତନ ସରକାରୀ ନିଯୁକ୍ତି ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଆଦେଶ ପ୍ରଦାନ କରିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ ।ଗୋଆରେ ୩୭ତମ ଜାତୀୟ କ୍ରୀଡ଼ାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 26th, 10:59 pm
ଗୋଆର ରାଜ୍ୟପାଳ ଶ୍ରୀ ପିଏସ୍ ଶ୍ରୀଧରନ ପିଲ୍ଲାଇ ଜୀ, ଲୋକପ୍ରିୟ ଏବଂ ଗତିଶୀଳ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଜୀ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର କ୍ୟାବିନେଟର ମୋର ଅନ୍ୟ ସହଯୋଗୀ, ମଞ୍ଚରେ ଉପସ୍ଥିତ ପ୍ରତିନିଧି, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପି.ଟି.ଉଷାଜୀ, ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଖେଳାଳିମାନେ, ସହାୟକ କର୍ମଚାରୀ, ଅନ୍ୟ ଅଧିକାରୀ ଏବଂ ଯୁବ ବନ୍ଧୁମାନେ, ଭାରତୀୟ କ୍ରୀଡ଼ା ମହାକୁମ୍ଭର ଭବ୍ୟ ଯାତ୍ରା ଏବେ ଗୋଆରେ ଆସି ପହଞ୍ଚିଛି। ଚାରିଆଡ଼େ ରଙ୍ଗ ଅଛି... ତରଙ୍ଗ ଅଛି... ଓ ଉତ୍ସାହ ଦେଖିବାକୁ ମିଳୁଛି। ଗୋଆର ପବନରେ କଥା କିଛି ଅଲଗା ଦେଖିବାକୁ ମିଳିଥାଏ। ୩୭ତମ ଜାତୀୟ କ୍ରୀଡ଼ା ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅନେକ ଅନେକ ଅଭିନନ୍ଦନ ।ଗୋଆରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
October 26th, 05:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆର ମଡ଼ଗାଓ ସ୍ଥିତ ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କରିଛନ୍ତି । ଅକ୍ଟୋବର ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କ୍ରୀଡ଼ାରେ ଦେଶର ୧୦,୦୦୦ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ, ଯେଉଁମାନେ ୨୮ଟି କ୍ରୀଡ଼ାଙ୍ଗନରେ ୪୩ରୁ ଅଧିକ କ୍ରୀଡ଼ା ବର୍ଗରେ ଭାଗ ନେବେ।ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୨୬ ରେ ମହାରାଷ୍ଟ୍ର ଏବଂ ଗୋଆ ଗସ୍ତ
October 25th, 11:21 am
ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ପହଞ୍ଚି ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହ ଦର୍ଶନ କରିବେ । ମନ୍ଦିରରେ ସେ ମଧ୍ୟ ନବନିର୍ମିତ ଧାଡିି ଦର୍ଶନ ପରିସରକୁ ଉଦ୍ଘାଟନ କରିବେ । ପ୍ରାୟ ଅପରାହ୍ନ ଦୁଇଟା ବେଳେ, ପ୍ରଧାନମନ୍ତ୍ରୀ ନୀଳୱାଣ୍ଡେ ଆନିକଟରେ ଜଳପୂଜନ କରିବା ସହ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଅପରାହ୍ନ ପ୍ରାୟ ୩ଟା ୧୫ମିନିଟ୍ରେ ପ୍ରଧାନମନ୍ତ୍ରୀ ଶିରିଡିଠାରେ ଏକ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ସେ ସ୍ୱାସ୍ଥ୍ୟ, ରେଳ, ସଡକ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ପ୍ରାୟ ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ପ୍ରାୟ ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଗୋଆ ପହଂଚି ୩୭ତମ ଜାତୀୟ କ୍ରୀଡାକୁ ଉଦ୍ଘାଟନ କରିବେ ।