ଆମର ସଫେଇ କର୍ମଚାରୀମାନଙ୍କ ଉପରେ ଭାରତ ଗର୍ବିତ । ଏଭଳି ଅଗଣିତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଭାରତକୁ ସ୍ୱଚ୍ଛ ରଖିବାରେ ସବୁଠୁ ଆଗରେ ଅଛନ୍ତି ।
24 ଫେବୃୟାରୀ 2019 ରେ ପ୍ରୟାଗରାଜରେ କୁମ୍ବ ଗସ୍ତ ଅବସରରେ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଏଭଳି କରିଛନ୍ତି ଯାହା ପୁରା ଦେଶରେ ସ୍ମରଣୀୟ ହୋଇ ରହିବ ।
ପ୍ରଧାନମନ୍ତ୍ରୀ ମୋଦୀ ସଫେଇ କର୍ମଚାରୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ ପାଦଧୌତ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫେଇ କର୍ମଚାରୀଙ୍କ ପ୍ରତି ଶ୍ରଦ୍ଧା ବ୍ୟକ୍ତ କରିବାର ଏଥିରୁ ଜଣାପଡ଼ୁଛି । ଏଠାରେ ଦେଖାଯାଇଛି ଯେ ,ଜଣେ ଏଭଳି ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ ପ୍ରତ୍ୟେକ ଭାରତୀୟଙ୍କ ଧ୍ୟାନ ରଖନ୍ତି ,ଯିଏ ପ୍ରତ୍ୟେକ ନାଗରିକଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଯିଏ ସର୍ବଦା ଭାରତର ଲୋକମାନଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସ୍ୱଚ୍ଛ ରଖିବାରେ ସଫେଇ କର୍ମୀମାନଙ୍କ ଭଲ କାର୍ଯ୍ୟ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ,2019 ପ୍ରୟାଗରାଜ କୁମ୍ଭର ବ୍ୟବସ୍ଥାଗୁଡ଼ିକ ବିଷୟ, ବିଶେଷତା ସ୍ୱଚ୍ଛତା ପ୍ରସଙ୍ଗରେ ମଧ୍ୟ ପ୍ରଶଂସା କରିଛନ୍ତି ।
ସ୍ୱଚ୍ଛ ଭାରତ ମିଶନ ଏକ ଶକ୍ତିଶାଳୀ ଜନ ଆନ୍ଦୋଳନ ହୋଇଯାଇଛି ,ଯେଉଁଠି ଜୀବନର ସମସ୍ତ କ୍ଷେତ୍ରର ଲୋକମାନଙ୍କ ସକ୍ରିୟ ଭାଗିଦାରୀରେ ମଜବୁତ ହୋଇଛି । ସ୍ୱଚ୍ଛତା କଭରେଜ ,ଯାହା 2014 ରେ 38% ଥିଲା ଏବଂ ତାହା 2019 ରେ ବୃଦ୍ଧି ଘଟି 98% ରେ ପହଂଚିଛି । ପୁରା ଦେଶରେ ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେବା ପାଇଁ ଲୋକମାନେ ବିଭିନ୍ନ ବଡ଼ ବଡ଼ ଅଭିଯାନ ଚଲାଇଛନ୍ତି ,ଯାହା ଦେଖିବା ସାଧାରଣ ନାହିଁ । ଦେଶକୁ ସ୍ୱଚ୍ଛ କରିବାରେ ଯୁବ ଭାରତଙ୍କ ସକ୍ରିୟ ସମର୍ଥନ ମଧ୍ୟ ରହିଛି ।
ସଫେଇ କର୍ମଚାରୀମାନଙ୍କ ପାଦଧୌତ କରିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଭିଡିଓ ଏବଂ ଫୋଟ ଆପଣଙ୍କ ହୃଦୟକୁ ଛୁଇଁବ ।