ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସରେ ଟ୍ରାକ୍୍ ଆଣ୍ଡ ଫିଲ୍ଡରେ କ୍ରୀଡ଼ାବିତ ପ୍ରୀତି ପାଲ ଦ୍ୱିତୀୟ ପଦକ ଜିତିଥିବାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ମହିଳା ୨୦୦ ମିଟର ଟି୩୫ ରେ ୨୩ ବର୍ଷୀୟା ବ୍ରୋଞ୍ଜ ପଦକ ଜିତିଛନ୍ତି ଏବଂ ପାରାଅଲିମ୍ପିକ୍ସ ଟ୍ରାକ୍୍ ଆଣ୍ଡ ଫିଲ୍ଡରେ ଦୁଇଟି ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ ହୋଇପାରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ପ୍ରୀତି ପାଲଙ୍କ ଦ୍ୱାରା ଐତିହାସିକ କୃତିତ୍ୱ । ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ #Paralympics2024 ରେ ସେ ତାଙ୍କର ଦ୍ୱିତୀୟ ପକଦ ଜିତିଛନ୍ତି । ମହିଳା ୨୦୦ ମିଟର ଟି୩୫ରେ ବ୍ରୋଞ୍ଜ ପଦକ ସହ ଏହି କୃତିତ୍ୱ ପାଇଛନ୍ତି । ଭାରତର ଲୋକଙ୍କ ପାଇଁ ସେ ପ୍ରେରଣା । ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପ୍ରଣିଧାନଯୋଗ୍ୟ ।
#Cheer4Bharat”
A historic achievement by Preeti Pal, as she wins her second medal in the same edition of the #Paralympics2024 with a Bronze in the Women’s 200m T35 event! She is an inspiration for the people of India. Her dedication is truly remarkable. #Cheer4Bharat pic.twitter.com/4q3IPJDUII
— Narendra Modi (@narendramodi) September 1, 2024